ଟିକା ଦେଖିବାକୁ ପୁଣେ ଯିବେ ମୋଦି

ନୂଆଦିଲ୍ଲୀ: ଭାରତରେ ଖୁବଶୀଘ୍ର କରୋନା ଟିକା ଉପଲବ୍ଧ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଟିକା ମିଳିଲେ ଏହାକୁ କେମିତି ଲୋକଙ୍କ ପାଖରେ ଯଥାଶୀଘ୍ର ପହଞ୍ଚା ଯାଇ ପାରିବ, ତା’ ଉପରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ କାମ କରୁଛନ୍ତି। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ କରୋନା ଟିକାର କାମ ଦେଖିବାକୁ ପୁଣେ ଯିବେ। ପୁଣେ ସ୍ଥିତ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ଏଠାରେ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କୋଭିସିଲଡ୍‌ […]

fgs

fgs

Hemant Lenka
  • Published: Thursday, 26 November 2020
  • Updated: 26 November 2020, 01:52 PM IST

ନୂଆଦିଲ୍ଲୀ: ଭାରତରେ ଖୁବଶୀଘ୍ର କରୋନା ଟିକା ଉପଲବ୍ଧ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଟିକା ମିଳିଲେ ଏହାକୁ କେମିତି ଲୋକଙ୍କ ପାଖରେ ଯଥାଶୀଘ୍ର ପହଞ୍ଚା ଯାଇ ପାରିବ, ତା’ ଉପରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ କାମ କରୁଛନ୍ତି। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ କରୋନା ଟିକାର କାମ ଦେଖିବାକୁ ପୁଣେ ଯିବେ।

ପୁଣେ ସ୍ଥିତ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ଏଠାରେ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କୋଭିସିଲଡ୍‌ ଟିକା ପ୍ରସ୍ତୁତ କରୁଛି। ଏହି ଟିକାର ଉତ୍ପାଦନ ଓ ପରୀକ୍ଷା କାର୍ଯ୍ୟ ସମୀକ୍ଷା କରିବାକୁ ମୋଦି ଆସନ୍ତା ୨୮ ତାରିଖରେ ପୁଣେ ଯିବାର କାର୍ଯ୍ୟକ୍ରମ ରହିଛି।

ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ଏହି ଟିକା ପ୍ରସ୍ତୁତ କରିଥିବା ବେଳେ ଏହାର ବିତରଣ ଏବଂ ବଣ୍ଟନ ଦାୟିତ୍ୱ ସେରମକୁ ମିଳିଛି। ସେରମ ମଧ୍ୟ ଟିକାକୁ ବ୍ୟବହାରିକ ମଞ୍ଜୁରୀ ମିଳିଲେ, ଭାରତ ସରକାରଙ୍କୁ ଏହା ଦେବ ବୋଲି ଘୋଷଣା କରିଛି। ମୋଦି ୨୮ ତାରିଖରେ ସେରମ ଯାଉଥିବା ପୁଣେର ଡିଭିଜନାଲ କମିଶନର ସୌରଭ ରାଓ ମଧ୍ୟ ସୂଚନା ଦେଇଛନ୍ତି।

ଅକ୍ସଫୋର୍ଡ ଟିକାର ଫେଜ୍‌ ୩ ଟ୍ରାଏଲ ଭାରତ ସମେତ ଏକାଧିକ ରାଷ୍ଟ୍ରରେ କରାଯାଉଛି। ଫେଜ୍‌-୩ ଟ୍ରାଏଲର ପ୍ରାଥମିକ ରିପୋର୍ଟ ଅନୁଯାୟୀ, କୋଭିସିଲଡ୍‌ ଟିକା କରୋନା ଉପରେ ୭୦% ପ୍ରଭାବ ଦେଖାପାରୁଛି। ଏପରି କି ଟିକା ନେଇଥିବା ଲୋକଙ୍କ ଶରୀରରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିନାହିଁ।

ଅନ୍ୟପକ୍ଷରେ ବିଶ୍ୱର ସର୍ବବୃହତ୍ତ ଟିକା ଉତ୍ପାଦନକାରୀ ସଂସ୍ଥା ସେରମ ଇନଷ୍ଟିଚ୍ୟୁଟ କହିଛି ଯେ କୋଭିସିଲଡ୍‌ କରୋନାର ଟିକାର ୪୦ ମିଲିୟନ ଡୋଜ ପ୍ରସ୍ତୁତ କରି ସାରିଛି। ଏଯାଏ ଭାରତ ସରକାର କୋଭିସିଲଡ୍‌କୁ ଅନୁମତି ଦେଇ ନଥିଲେ ହେଁ ସେରମ ଇନଷ୍ଟିଚ୍ୟୁଟ ଟିକା ତିଆରି କରିବା ଆରମ୍ଭ କରିଦେଇଛି। ଏହାଦ୍ୱାରା ଟିକାକୁ ଅନୁମତି ମିଳିଲେ, ଏହା ଯଥାଶୀଘ୍ର ଲୋକଙ୍କ ପାଖରେ ପହଞ୍ଚି ପାରିବ।
ତେବେ ଏହି ୪୦ ମିଲିୟନ କରୋନା ଟିକା ଭାରତ ପାଇଁ ନା ଅନ୍ୟ ରାଷ୍ଟ୍ରମାନଙ୍କୁ ମଧ୍ୟ ଦିଆଯିବ, ସେ ବିଷୟରେ ସଂସ୍ଥା ପକ୍ଷରୁ କିଛି ବି କୁହାଯାଇ ନାହିଁ।

ଭାରତରେ ଏହି ଟିକାର ଟ୍ରାଏଲ ସେରମ ତତ୍ତ୍ୱାବଧାନରେ କରାଯାଉଛି। ଏଥିରେ ପ୍ରାୟ ୧୬ ଶହ ଲୋକ ସାମିଲ ହୋଇଛନ୍ତି। ସେରମ ପକ୍ଷରୁ କୁହାଯାଇଛି ଯେ ଆଷ୍ଟ୍ରେଜେନିକା ପ୍ରସ୍ତୁତ କରିଥିବା କରୋନା ଟିକା ବିଶ୍ୱର ସବୁଠାରେ ଆଗରେ ରହିଛି। ଏହି ଟିକାର କ୍ଲିନିକାଲ ଟ୍ରାଏଲ ପାଇଁ ଆଇସିଏମଆର ଟଙ୍କା ଦେଇଛି। ବର୍ତ୍ତମାନ ସେରମ ଓ ଆଇସିଏମଆର ପକ୍ଷରୁ ଭାରତ ୧୫ଟି ସ୍ଥାନରେ ଟିକାର ୨ୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos