ମାଙ୍କଡ଼ମାନେ ବୃଦ୍ଧଙ୍କୁ ମାରି ଦେଲେ; ଏତଲା ଦେଲା ପରିବାର, ପୁଲିସ୍ ଅଡୁଆରେ

ମୀରଟ: ଉତ୍ତର ପ୍ରଦେଶର ବାଘପତ୍‌ ଜିଲ୍ଲାର ତିକ୍ରି ଗାଁରେ ଦଳେ ମାଙ୍କଡ଼ ପଥର ଓ ଭଙ୍ଗା ଇଟା ଫିଙ୍ଗି ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କୁ ମାରି ଦେଇଛନ୍ତି। ମୃତକଙ୍କ ନାଁ ଧରମ୍‌ପାଲ୍‌ ସିଂହ। ଗୁରୁବାର ଦିନ ଧରମ୍‌ପାଲ୍‌ ଯଜ୍ଞ ପାଇଁ ଶୁଖିଲା କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ମାଙ୍କଡ଼ମାନେ ତାଙ୍କ ଉପରକୁ ପଥର ଓ ଭଙ୍ଗା ଇଟା ଫୋପାଡ଼ି ଥିଲେ। ନିକଟସ୍ଥ ଏକ ଭଙ୍ଗା କୋଠାରୁ ମାଙ୍କଡ଼ମାନେ ଏହି ପଥର ଓ ଭଙ୍ଗା ଇଟା ପାଇଥିଲେ। […]

monkey

monkey

Jitendra Garnayak
  • Published: Saturday, 20 October 2018
  • Updated: 20 October 2018, 10:29 AM IST

Sports

Latest News

ମୀରଟ: ଉତ୍ତର ପ୍ରଦେଶର ବାଘପତ୍‌ ଜିଲ୍ଲାର ତିକ୍ରି ଗାଁରେ ଦଳେ ମାଙ୍କଡ଼ ପଥର ଓ ଭଙ୍ଗା ଇଟା ଫିଙ୍ଗି ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କୁ ମାରି ଦେଇଛନ୍ତି। ମୃତକଙ୍କ ନାଁ ଧରମ୍‌ପାଲ୍‌ ସିଂହ।

ଗୁରୁବାର ଦିନ ଧରମ୍‌ପାଲ୍‌ ଯଜ୍ଞ ପାଇଁ ଶୁଖିଲା କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ମାଙ୍କଡ଼ମାନେ ତାଙ୍କ ଉପରକୁ ପଥର ଓ ଭଙ୍ଗା ଇଟା ଫୋପାଡ଼ି ଥିଲେ। ନିକଟସ୍ଥ ଏକ ଭଙ୍ଗା କୋଠାରୁ ମାଙ୍କଡ଼ମାନେ ଏହି ପଥର ଓ ଭଙ୍ଗା ଇଟା ପାଇଥିଲେ।

ଧରମ୍‌ପାଲ୍‌ଙ୍କ ମୁଣ୍ଡ ଓ ଛାତିରେ ପଥର ଓ ଇଟା ଖଣ୍ଡ ବାଜି ଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହା ପରେ ତାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ ଏବଂ ମାଙ୍କଡ଼ଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇ ଥିଲେ। ତେବେ ଏହି ମାମଲାକୁ ନେଇ ପୁଲିସ୍‌ର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଇଛି।

ପୁଲିସ୍ ଏହାକୁ କେସ୍‌ ଡାଏରୀରେ ରେଜିଷ୍ଟର କରିଛି ଓ ଏହା ଏକ ‘ଦୁର୍ଘଟଣା’ ଭାବେ ଦର୍ଶାଇଛି। କିନ୍ତୁ ଧରମ୍‌ପାଲ୍‌ଙ୍କ ପରିବାର ଲୋକେ ଏହାକୁ ଗ୍ରହଣ କରି ପାରି ନାହାନ୍ତି। ମାଙ୍କଡ଼ମାନଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ କରିବାକୁ ସେମାନେ ଦାବି କରିଛନ୍ତି। ସେମାନେ ଘଟଣା ସଂପର୍କରେ ପୁଲିସ୍‌ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି।

ଧରମ୍‌ପାଲ୍‌ଙ୍କ ଭାଇ କ୍ରିଷ୍ଣପାଲ୍ ସିଂହଙ୍କ କହିଛନ୍ତି,“ମୋ ଭାଇଙ୍କ ଉପରକୁ ମାଙ୍କଡ଼ମାନେ ୨୦ରୁ ଅଧିକ ପଥର ଓ ଇଟା ଖଣ୍ଡ ଫୋପାଡ଼ି ଥିଲେ। ତାଙ୍କ ମୁଣ୍ଡ, ଛାତି ଓ ଗୋଡ଼ରେ ପଥର ବାଜିଥିଲା। ସେମାନେ ବହୁତ ପାଖରୁ ପଥରମାଡ଼ କରିଥିଲେ। ମାଙ୍କଡ଼ମାନେ ପ୍ରକୃତ ଦୋଷୀ। ସେମାନେ ଏଥିପାଇଁ ଦଣ୍ଡ ପାଇବା ଉଚିତ୍। ସେମାନଙ୍କ ନାଁରେ ଏଫ୍‌ଆଇଆର୍ ରୁଜୁ ହେବା କଥା। ପୁଲିସ୍‌ ଏହାକୁ ବୁଝିପାରୁନାହିଁ।”

ଦୋଘାଟ ଥାନା ଅଧିକାରୀ ଚିତୱାନ୍ ସିଂହ କହିଛନ୍ତି ଯେ ଆମେ ମାଙ୍କଡ଼ ବିରୋଧରେ କେମିତି ମାମଲା ରୁଜୁ କରିବୁ? ଏହା ଆମକୁ ଲୋକହସା କରାଇବ। ଧରମ୍‌ପାଲ୍‌ଙ୍କ ପରିବାରର ଦାବିରେ କୌଣସି ଯୁକ୍ତି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos