ଏମ୍‌ସରେ ଆଉ କିଛି ଦିନ ରହି ପାରନ୍ତି ଅଟଳ: ଭେଟିଲେ ମନମୋହନ, ଦେବଗୌଡ଼ା ଓ ମୋହନ ଭାଗବତ

ନୂଆଦିଲ୍ଲୀ: ଶାରୀରିକ ଅସୁସ୍ଥତା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଦିଲ୍ଲୀ ଏମ୍‌ସରେ ଚିକିତ୍ସା କରାଯାଉଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ ତାଙ୍କୁ ଆଉ କିଛି ଦିନ ମେଡିକାଲରେ ରଖାଯାଇପାରେ ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ତାଙ୍କୁ ଇଞ୍ଜେକସନ ଦ୍ୱାରା ଆଣ୍ଟିବାଓଟିକ୍ ଦିଆଯାଉଛି। ବାଜପେୟୀଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଗୁଡ଼ିକର ଅବସ୍ଥା ସ୍ଥିର ରହିଛି। ଆଜି ତାଙ୍କୁ ସ୍ୱାସ୍ଥ୍ୟ ଅବସ୍ଥା ଜାଣିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା ମନମୋହନ ସିଂହ ଓ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗତ ଦିଲ୍ଲୀ ଏମ୍‌ସରେ ଯାଇଥିଲେ।

ସଂକ୍ରମଣରୁ ମୁକ୍ତ ହେବା ପର୍ଯ୍ୟନ୍ତ ସେ ମେଡିକାଲରେ ରହିବେ ବୋଲି ଏମ୍‌ସ ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି। ଗତକାଲି ବାଜପେୟୀ ରୁଟିନ ଚେକ ଅପ୍ ପାଇଁ ଆସିଥିବାବେଳେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଏମ୍‌ସରେ ରଖାଯାଇଥିଲା। ଆନ୍ୟପଟେ ବାଜପେୟୀଙ୍କ ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ହୋମ ଯଜ୍ଞର ଆୟୋଜନ ହେଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।