ପ୍ରବଳ ବର୍ଷା: ମୁମ୍ବାଇରେ ଉବୁଟୁବୁ ସ୍ଥିତି

ମୁମ୍ବାଇ: ଗରମ ଓ ଗୁଳୁଗୁଳିରେ ଯନ୍ତ୍ରଣା ଭୋଗୁଥିବା ମୁମ୍ବାଇବାସୀଙ୍କୁ ମୌସୁମୀ ଆଶ୍ଵସ୍ତି ଆଣିବା ବଦଳରେ ବେହାଲ କରିଦେଇଛି। ମୁମ୍ବାଇରେ ମୌସୁମୀ ପ୍ରବେଶ କରିବା କ୍ଷଣି ସମଗ୍ର ସହରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ଯାଏ ଏଭଳି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଛି। ପ୍ରବଳ ବର୍ଷା ଯୋଗୁ ଏବେ ମୁମ୍ବାଇ ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଅବିଶ୍ରାନ୍ତ ବର୍ଷା ଯୋଗୁ ସମଗ୍ର ସହର ଉବୁଟୁବୁ […]

ew

Hemant Lenka
  • Published: Friday, 28 June 2019
  • , Updated: 28 June 2019, 04:08 PM IST

ମୁମ୍ବାଇ: ଗରମ ଓ ଗୁଳୁଗୁଳିରେ ଯନ୍ତ୍ରଣା ଭୋଗୁଥିବା ମୁମ୍ବାଇବାସୀଙ୍କୁ ମୌସୁମୀ ଆଶ୍ଵସ୍ତି ଆଣିବା ବଦଳରେ ବେହାଲ କରିଦେଇଛି। ମୁମ୍ବାଇରେ ମୌସୁମୀ ପ୍ରବେଶ କରିବା କ୍ଷଣି ସମଗ୍ର ସହରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି।

ଆସନ୍ତା ୨୪ ଘଣ୍ଟା ଯାଏ ଏଭଳି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଛି। ପ୍ରବଳ ବର୍ଷା ଯୋଗୁ ଏବେ ମୁମ୍ବାଇ ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଅବିଶ୍ରାନ୍ତ ବର୍ଷା ଯୋଗୁ ସମଗ୍ର ସହର ଉବୁଟୁବୁ ହେବା ଭଳି ସ୍ଥିତି ଉପୁଜିଛି। ବିଭିନ୍ନ ମୁଖ୍ୟ ରାସ୍ତାରେ ବର୍ଷା ପାଣି ଜମି ରହିବାରୁ ଉତ୍କଟ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି।

ମୁମ୍ବାଇର ମ୍ୟୁନିସିପାଲ ସଂସ୍ଥା ବିଏମସି କହିଛି ଗତ ୫ ଘଣ୍ଟା ମଧ୍ୟରେ ମୁମ୍ବାଇ ସହରରେ ୪୩.୨୩ ମିମି ବର୍ଷା ହୋଇଥିବା ବେଳେ ପୂର୍ବ ଉପକଣ୍ଠରେ ୬୪.୧୪ ମିମି ଓ ପଶ୍ଚିମ ଉପକଣ୍ଠରେ ୭୮.୨୧ ମିମି ବର୍ଷା ରେକର୍ଡ କରାଯାଇଛି।

ପ୍ରବଳ ବର୍ଷା ଜାରି ରହିଥିଲେ ହେଁ ଏଯାଏ କୌଣସି ଧନଜୀବନ କ୍ଷତି ଘଟିନାହିଁ। ବର୍ତ୍ତମାନ ସହରରେ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରୀ ଓ ସର୍ବୋଚ୍ଚ ତାପମାତ୍ରା ୩୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ବିଭିନ୍ନ ମୁଖ୍ୟ ରାସ୍ତାରେ ପାଣି ଜମି ରହିଥିବାରୁ ଏକାଧିକ ସରକାରୀ ବସ୍‌ର ଗତି ପଥ ବଦଳା ଯାଇଛି।

ଅନ୍ୟପକ୍ଷରେ ରେଳ ଧାରଣାରେ ପାଣି ଜମି ରହିଥିଲେ ହେଁ ଟ୍ରେନ ଚଳାଚଳ ସ୍ୱାଭାବିକ ରହିଥିବା ଜଣାପଡ଼ିଛି। ବିମାନ ଚଳାଚଳ ମଧ୍ୟ ଚାଲୁ ରହିଛି। ଅନ୍ୟପକ୍ଷରେ ଠିକ ଭାବେ ଜଳ ନିଷ୍କାସିତ ହୋଇ ପାରୁ ନଥିବାରୁ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଥିବା ଲୋକମାନେ ଅଭିଯୋଗ କରିଛନ୍ତି।

ତଳିଆ ଅଞ୍ଚଳରେ ଥିବା ଲୋକଙ୍କ ଘରେ ପାଣି ପଶିଥିବାର ଖବର ମିଳିଛି। ବର୍ଷା ଆସିବା ପୂର୍ବରୁ ବିଏମସି ଜଳ ନିଷ୍କାସନ ପାଇଁ ଏକାଧିକ ପଦକ୍ଷେପ ନେଇଥିଲେ ହେଁ ତାହା ଯେ ଯଥେଷ୍ଟ ନୁହେଁ, ସେକଥା ସ୍ପଷ୍ଟ ହୋଇଛି।

Related story