ଶେଷରେ ମାନିଲା ପାକିସ୍ତାନ: କରାଚିରେ ଲୁଚିଛି ଦାଉଦ ଇବ୍ରାହିମ

ନୂଆଦିଲ୍ଲୀ: ୧୯୯୩ ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ତଥା ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ ପାକିସ୍ତାନରେ ରହିଛି। ଦୀର୍ଘ ଦିନରୁ ଭାରତ ଏକଥା କହି ଆସୁଥିଲେ ହେଁ ପାକିସ୍ତାନ ଏହାକୁ ସ୍ୱୀକାର କରି ନଥିଲା। ହେଲେ ଆଜି ପାକିସ୍ତାନ ଦାଉଦ ବନ୍ଦର ନଗରୀ କରାଚିରେ ଆତ୍ମଗୋପନ କରିଥିବା ସ୍ୱୀକାର କରିଛି। ଆଜି ପାକିସ୍ତାନ ୮୮ ଜଣ ଆତଙ୍କବାଦୀଙ୍କ ନାଁ ଜାରି କରିଛି। ଜାତିସଂଘ ସୁରକ୍ଷା ପରିଷଦର ନିର୍ଦ୍ଦେଶ ଅନୁସାରେ ପାକିସ୍ତାନ ସେମାନଙ୍କ ସମସ୍ତ ସମ୍ପତ୍ତି ଜବତ […]

cc

cc

Hemant Lenka
  • Published: Saturday, 22 August 2020
  • Updated: 22 August 2020, 07:14 PM IST

Sports

Latest News

ନୂଆଦିଲ୍ଲୀ: ୧୯୯୩ ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ତଥା ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ ପାକିସ୍ତାନରେ ରହିଛି। ଦୀର୍ଘ ଦିନରୁ ଭାରତ ଏକଥା କହି ଆସୁଥିଲେ ହେଁ ପାକିସ୍ତାନ ଏହାକୁ ସ୍ୱୀକାର କରି ନଥିଲା। ହେଲେ ଆଜି ପାକିସ୍ତାନ ଦାଉଦ ବନ୍ଦର ନଗରୀ କରାଚିରେ ଆତ୍ମଗୋପନ କରିଥିବା ସ୍ୱୀକାର କରିଛି।

ଆଜି ପାକିସ୍ତାନ ୮୮ ଜଣ ଆତଙ୍କବାଦୀଙ୍କ ନାଁ ଜାରି କରିଛି। ଜାତିସଂଘ ସୁରକ୍ଷା ପରିଷଦର ନିର୍ଦ୍ଦେଶ ଅନୁସାରେ ପାକିସ୍ତାନ ସେମାନଙ୍କ ସମସ୍ତ ସମ୍ପତ୍ତି ଜବତ କରିବ। ଏହି ତାଲିକାରେ ଦାଉଦ ଇବ୍ରାହିମର ନାଁ ରହିଛି। ଏହାର ଅର୍ଥ ଦାଉଦ ପାକିସ୍ତାନରେ ରହି, ତା’ର ଡି –କମ୍ପାନୀର କାର୍ଯ୍ୟକଳାପ ଜାରି ରଖିଥିଲା। ଏବେ ପାକିସ୍ତାନରେ ଥିବା ଦାଉଦର ସମସ୍ତ ବ୍ୟାଙ୍କ ଆକଉଣ୍ଟ ଏବଂ ସମ୍ପତ୍ତି ଜବତ କରିବାକୁ ଇମ୍ରାନ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଦାଉଦର ଗତି ବିଧି ଉପରେ ମଧ୍ୟ ରୋକ ଲଗାଇବ ପାକିସ୍ତାନ। ଏହି ତାଲିକାକୁ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦକୁ ମଧ୍ୟ ପଠାଇଛି।

ଏହାବାଦ ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଜାକିଉର ରେହମାନ ଲଖଭୀକୁ ମଧ୍ୟ ପାକିସ୍ତାନ ଆତଙ୍କବାଦୀ ଭାବେ ଶେଷରେ ବିବେଚନା କରିଛି। ଦୀର୍ଘ ୧୨ ବର୍ଷ ପରେ ପାକିସ୍ତାନ ଲଖଭୀର ସମସ୍ତ କାର୍ଯ୍ୟକଳାପ ଉପରେ ରୋକ ଲଗାଇବ। ଲଖଭୀ ବ୍ୟତୀତ ହାଫିଜ ସୟିଦ ଓ ମାସୁଦ ଆଝାରର ବ୍ୟାଙ୍କ ଆକଉଣ୍ଟ ମଧ୍ୟ ପାକିସ୍ତାନ ଜବତ କରିବ।

ଏଫଏଟିଏଫର ଗ୍ରେ ଲିଷ୍ଟରେ ପାକିସ୍ତାନ ରହିଛି। ଆତଙ୍କବାଦୀ କାର୍ଯ୍ୟକଳାପ ଓ ସଂଗଠନକୁ ପାଣ୍ଠି ଯୋଗାଣରେ ପାକିସ୍ତାନ ସହାୟତା କରୁଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଗ୍ରେ ଲିଷ୍ଟରେ ରହିବା ସତ୍ତ୍ୱେ ପାକିସ୍ତାନର ଆତଙ୍କବାଦୀଙ୍କ ପ୍ରତି ଥିବା ପ୍ରୀତି ବଦଳି ନଥିଲା। ହେଲେ ଏବେ କଳାତାଲିକା ଭୁକ୍ତ ହେବା ଆଶଙ୍କାରେ ପାକିସ୍ତା଼ନ ୮୮ ଜଣ ଆତଙ୍କବାଦୀଙ୍କ ତାଲିକା ପ୍ରକାଶ କରି ସେମାନଙ୍କ ସମ୍ପତ୍ତି ଜବତ କରିବାକୁ ନିଷ୍ପତ୍ତି ନେଇଛି। ଏମାନଙ୍କ ମଧ୍ୟରେ ଦାଉଦ ଇବ୍ରାହିମ ମଧ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story