ମୁମ୍ବାଇ ସ୍ୱପ୍ନ ସାକାର କରିବାକୁ ୪୫ ହଜାର ଟଙ୍କାରେ ଛୁଆକୁ ବିକିଲା ମା’

ହାଇଦ୍ରାବାଦ: ମାୟାନଗରୀ ମୁମ୍ବାଇ ପ୍ରେମରେ ପାଗଳ ଜଣେ ମା’ କେମିତି ନିଜ ଜନ୍ମ କଲା ଛୁଆକୁ ବି ପର କରିଦିଏ, ତା’ର ଉଦାହରଣ ଏବେ ସାମ୍ନାକୁ ଆସିଛି। ମାତ୍ର ୨ ମାସର ପୁତ୍ର ସନ୍ତାନକୁ ୪୫ ହଜାର ଟଙ୍କାରେ ବିକ୍ରି କରି ମୁମ୍ବାଇ ଯିବାକୁ ଚେଷ୍ଟା କରୁଥିବା ଏଭଳି ଜଣେ ୨୨ ବର୍ଷୀୟ ମା’କୁ ପୁଲିସ୍‌ ହାଇଦ୍ରାବାଦରୁ ଗିରଫ କରିଛି। ହାଇଦ୍ରାବାଦର ହବିବନଗର ଅଞ୍ଚଳରେ ଘଟିଥିବା ଏହି ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ୍‌ର […]

uuy

uuy

Hemant Lenka
  • Published: Thursday, 13 August 2020
  • Updated: 13 August 2020, 05:08 PM IST

ହାଇଦ୍ରାବାଦ: ମାୟାନଗରୀ ମୁମ୍ବାଇ ପ୍ରେମରେ ପାଗଳ ଜଣେ ମା’ କେମିତି ନିଜ ଜନ୍ମ କଲା ଛୁଆକୁ ବି ପର କରିଦିଏ, ତା’ର ଉଦାହରଣ ଏବେ ସାମ୍ନାକୁ ଆସିଛି। ମାତ୍ର ୨ ମାସର ପୁତ୍ର ସନ୍ତାନକୁ ୪୫ ହଜାର ଟଙ୍କାରେ ବିକ୍ରି କରି ମୁମ୍ବାଇ ଯିବାକୁ ଚେଷ୍ଟା କରୁଥିବା ଏଭଳି ଜଣେ ୨୨ ବର୍ଷୀୟ ମା’କୁ ପୁଲିସ୍‌ ହାଇଦ୍ରାବାଦରୁ ଗିରଫ କରିଛି।

ହାଇଦ୍ରାବାଦର ହବିବନଗର ଅଞ୍ଚଳରେ ଘଟିଥିବା ଏହି ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ୍‌ର ସୂଚନା ଅନୁଯାୟୀ, ୨୨ ବର୍ଷୀୟ ଶେଖ ଜୋୟା ଖାନ ନିଜ ସ୍ୱାମୀଙ୍କ ସହ ମୁମ୍ବାଇ ଯିବା ଘଟଣାକୁ ନେଇ ଝଗଡ଼ା କରିଥିଲେ। ଏହାପରେ ଉଭୟ ଅଲଗା ହୋଇ ଏକାକୀ ରହୁଥିଲେ।

ମୁମ୍ବାଇ ଯିବାକୁ ଚାହୁଁଥିବା ଜୋୟା ଏକାକୀ ନିଜ ପିଲାର ପେଟ ପାଇଁ ଖାଦ୍ୟ ସଂଗ୍ରହ କରିପାରୁ ନଥିଲେ। ଗୋଟିଏ ପଟେ ନିଜର ଶିଶୁ ଓ ଅନ୍ୟ ପଟେ ମୁମ୍ବାଇ ଯିବାର ସ୍ୱପ୍ନ ଭିତରେ ଜୋୟା ଛନ୍ଦି ହୋଇଯାଇଥିଲେ। ଶେଷରେ ସେ ନିଜ ଶିଶୁପୁତ୍ର ଶେଖ ଆଦନାନକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ।

ମଙ୍ଗଳବାର ଜୋୟାଙ୍କ ସ୍ୱାମୀ ଅବଦୁଲ ମୁଜାହୀଦ ଏସମ୍ପର୍କରେ ଜାଣିବା ପରେ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗର ୨୪ ଘଣ୍ଟା ଭିତରେ ପୁଲିସ୍‌ ଜୋୟାଙ୍କ ସହ ଶିଶୁପୁତ୍ରକୁ କିଣିଥିବା ପରିବାରର ୫ ଜଣ ସଦସ୍ୟଙ୍କୁ ଗିରଫ କରିଛି। ସେହିପରି ଡିଲ କରିଥିବା ମଧ୍ୟସ୍ଥିଙ୍କୁ ମଧ୍ୟ ଗିରଫ କରାଯାଇଛି। ପୁଲିସ୍‌ ଶିଶୁପୁତ୍ରକୁ ଉଦ୍ଧାର କରି ଅବଦୁଲଙ୍କୁ ହସ୍ତାନ୍ତର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos