ମା’କୁ ମାରି ଜୀବନ ହାରିଲା ପୁଅ

ମୁମ୍ବାଇ: ମୀରା ରୋଡ୍‌ ଅଞ୍ଚଳରେ ଥିବା ଏକ ଘରୁ ମା’ ଓ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ସେହିପରି ଘର ମଧ୍ୟରେ ଥିବା ଏକ ଲ୍ୟାପଟପ୍‌ରୁ ସୁଇସାଇଡ୍‌ ନୋଟ୍‌ ଜବତ ହୋଇଛି। ଯେଉଁଥିରେ ପୁଅ ଜଣଙ୍କ ପ୍ରଥମେ ତା’ ମା’କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଉଲ୍ଲେଖ ରହିଛି। ମୃତକ ଦ୍ୱୟ ହେଲେ ବୈକଟେଶ୍ୱରନ ଗୋପାଲ ଆୟର(୪୨) ଓ ମୀନାକ୍ଷୀ ଆୟର(୭୫)। ମୃତଦେହ ଗୁଡ଼ିକ ଦୁର୍ଗନ୍ଧ ହେବାରୁ […]

ss

Hemant Lenka
  • Published: Tuesday, 25 June 2019
  • , Updated: 25 June 2019, 01:21 PM IST

ମୁମ୍ବାଇ: ମୀରା ରୋଡ୍‌ ଅଞ୍ଚଳରେ ଥିବା ଏକ ଘରୁ ମା’ ଓ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ସେହିପରି ଘର ମଧ୍ୟରେ ଥିବା ଏକ ଲ୍ୟାପଟପ୍‌ରୁ ସୁଇସାଇଡ୍‌ ନୋଟ୍‌ ଜବତ ହୋଇଛି। ଯେଉଁଥିରେ ପୁଅ ଜଣଙ୍କ ପ୍ରଥମେ ତା’ ମା’କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଉଲ୍ଲେଖ ରହିଛି।

ମୃତକ ଦ୍ୱୟ ହେଲେ ବୈକଟେଶ୍ୱରନ ଗୋପାଲ ଆୟର(୪୨) ଓ ମୀନାକ୍ଷୀ ଆୟର(୭୫)। ମୃତଦେହ ଗୁଡ଼ିକ ଦୁର୍ଗନ୍ଧ ହେବାରୁ ପଡ଼ୋଶୀ ଲୋକମାନେ ହିଁ ଗତକାଲି ରାତିରେ ପୁଲିସ୍‌କୁ ଏ ସମ୍ପର୍କରେ ଖବର ଦେଇଥିଲେ। ଏହାପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ପୁଲିସ୍‌ର ସୂଚନା ଅନୁଯାୟୀ, ମୀନାକ୍ଷୀଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ଠାବ ହୋଇଥିବା ବେଳେ ବୈକଟେଶ୍ୱରନ୍‌ଙ୍କ ଶରୀରରେ କୌଣସି କ୍ଷତି ଚିହ୍ନ ମିଳିନାହିଁ। ଏମାନଙ୍କ ମୃତ୍ୟୁ ୪ ଦିନ ତଳେ ହୋଇଥିବା ଅନୁମାନ କରାଯାଉଛି। ୨୦୧୭ରୁ ଏହି ମା’ପୁଅ ଏଠାରେ ରହୁଥିଲେ।

Related story