ମହଙ୍ଗା ପଡ଼ିଲା ମିଛ : ମନ୍ତ୍ରୀପଦ ରଦ୍ଦ, ୩ ବର୍ଷ ପର୍ଯ୍ୟନ୍ତ ଲଢି ପାରିବେନି ଏହି ବିଧାୟକ

ନୂଆଦିଲ୍ଲୀ: ନିର୍ବାଚନୀ ଖର୍ଚ୍ଚ ହିସାବ ପ୍ରଦାନ କରିବାରେ ଏପଟ ସେପଟ। ଭୁଲ ହିସାବ ଦେଇ ଫସିଲେ ବିଧାୟକ। ନିର୍ବାଚନୀ ଖର୍ଚ୍ଚ ତାଲିକା ପୈଠ କରିବାରେ ମିଛ ତଥ୍ୟ ଦେଇଥିବା ଅଭିଯୋଗରେ ମଧ୍ୟପ୍ରଦେଶର ଜଣେ ବିଧାୟକଙ୍କ  ମନ୍ତ୍ରୀ ପଦକୁ ରଦ୍ଦ କରିଦେଇଛନ୍ତି କେନ୍ଦ୍ର ନିର୍ବାଚନ କମିଶନ।  ଏହି ବିଧାୟକ ଜଣକ ହେଲେ ନରୋତ୍ତମ ମିଶ୍ରା।  ନରୋତ୍ତମ ଏବେ ଶିବ ରାଜ ସିଂ ଚୌହାନଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି।  ମଧ୍ୟପ୍ରଦେଶର ୨୦୦୮ରେ ହୋଇଥିବା ନିର୍ବାଚନରେ ନରୋତ୍ତମ ମିଶ୍ରା ଭୁଲ […]

narottam-1

narottam-1

Rakesh Mallick
  • Published: Saturday, 24 June 2017
  • Updated: 24 June 2017, 05:17 PM IST

ନୂଆଦିଲ୍ଲୀ: ନିର୍ବାଚନୀ ଖର୍ଚ୍ଚ ହିସାବ ପ୍ରଦାନ କରିବାରେ ଏପଟ ସେପଟ। ଭୁଲ ହିସାବ ଦେଇ ଫସିଲେ ବିଧାୟକ। ନିର୍ବାଚନୀ ଖର୍ଚ୍ଚ ତାଲିକା ପୈଠ କରିବାରେ ମିଛ ତଥ୍ୟ ଦେଇଥିବା ଅଭିଯୋଗରେ ମଧ୍ୟପ୍ରଦେଶର ଜଣେ ବିଧାୟକଙ୍କ  ମନ୍ତ୍ରୀ ପଦକୁ ରଦ୍ଦ କରିଦେଇଛନ୍ତି କେନ୍ଦ୍ର ନିର୍ବାଚନ କମିଶନ।  ଏହି ବିଧାୟକ ଜଣକ ହେଲେ ନରୋତ୍ତମ ମିଶ୍ରା।  ନରୋତ୍ତମ ଏବେ ଶିବ ରାଜ ସିଂ ଚୌହାନଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି।  ମଧ୍ୟପ୍ରଦେଶର ୨୦୦୮ରେ ହୋଇଥିବା ନିର୍ବାଚନରେ ନରୋତ୍ତମ ମିଶ୍ରା ଭୁଲ ନିର୍ବାଚନୀ ଖର୍ଚ୍ଚ ହିସାବ ଦେଇଥିଲେ।

ତାଙ୍କ  ବିଧାକୟ ପଦ ରଦ୍ଦ ପାଇଁ ୨୦୦୯ରେ ଜଣେ କଂଗ୍ରେସ ବିଧାୟକ ନିର୍ବାଚନ କମିଶନଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ। ୨୦୧୩ରେ ଏନେଇ କମିଶନ ନରୋତ୍ତମ ମିଶ୍ରାଙ୍କୁ ନୋଟିସ ପଠାଇ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।  ଏହି ନୋଟିସକୁ ଚାଲେଞ୍ଜ କରି  ମିଶ୍ରା ହାଇକୋର୍ଟ ଯାଇଥିଲେ।  ହେଲେ ହାଇକୋର୍ଟରେ ମିଶ୍ରାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଶେଷରେ ମିଶ୍ରା ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିକୋର୍ଟ ମଧ୍ୟ ତାଙ୍କ ଆବେଦନକୁ ଖାରଜ କରି ଏଥିରେ ହସ୍ତେକ୍ଷେପ କରିବେ ନାହିଁ ବୋଲି କହିଥିଲେ। ପରେ ନିର୍ବାଚନ କମିଶନ ଶୁଣାଣି କରି ମିଶ୍ରାଙ୍କ ବିଧାୟକ ପଦକୁ ରଦ୍ଦ କରିଛନ୍ତି। ଏଥିସହ ମିଶ୍ରା ୩ ବର୍ଷ ପାଇଁ କୌଣସି ନିର୍ବାଚନ ଲଢିପାରିବେ ନାହିଁ। ସୂଚନା ଯୋଗ୍ୟରେ ଆସନ୍ତା ୨୦୧୮ରେ ମଧ୍ୟପ୍ରଦେଶରେ ବିଧାନ ସଭା ନିର୍ବାଚନ ଅନୁଷ୍ଟିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos