ଅସଦାଚରଣ ଭୟରେ ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଛାତ୍ରୀ

ମୁମ୍ବାଇ: ମୁମ୍ବାଇରେ ଲୋକାଲ୍ ଟ୍ରେନ୍‌ଗୁଡ଼ିକରେ ମହିଳାମାନଙ୍କୁ ଅସଦାଚରଣ ଘଟଣା ବଢ଼ିବାରେ ଲାଗିଛି। ଗତ ରବିବାର ଦିନ ଜଣେ ୧୩ ବର୍ଷର ଛାତ୍ରୀ ଅସଦାଚରଣ ଭୟରେ ଚଳନ୍ତା ଟ୍ରେନ୍‌ରୁ ଡେଇଁ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ସେଣ୍ଟ୍ ଜର୍ଜ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ରେଳବାଇ ପୋଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ସକାଳେ ସିଏସ୍‌ଟି ଓ ମସଜିଦ ଷ୍ଟେସନ୍‌ ମଧ୍ୟରେ ଛାତ୍ରୀ ଜଣଙ୍କ ଏକ ଲୋକାଲ୍ ଟ୍ରେନ୍‌ରୁ ଡେଇଁ […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 06:44 AM IST

ମୁମ୍ବାଇ: ମୁମ୍ବାଇରେ ଲୋକାଲ୍ ଟ୍ରେନ୍‌ଗୁଡ଼ିକରେ ମହିଳାମାନଙ୍କୁ ଅସଦାଚରଣ ଘଟଣା ବଢ଼ିବାରେ ଲାଗିଛି। ଗତ ରବିବାର ଦିନ ଜଣେ ୧୩ ବର୍ଷର ଛାତ୍ରୀ ଅସଦାଚରଣ ଭୟରେ ଚଳନ୍ତା ଟ୍ରେନ୍‌ରୁ ଡେଇଁ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ସେଣ୍ଟ୍ ଜର୍ଜ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି।

ରେଳବାଇ ପୋଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ସକାଳେ ସିଏସ୍‌ଟି ଓ ମସଜିଦ ଷ୍ଟେସନ୍‌ ମଧ୍ୟରେ ଛାତ୍ରୀ ଜଣଙ୍କ ଏକ ଲୋକାଲ୍ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ଟ୍ରେନ୍ ଭିତରେ ଜଣେ ବ୍ୟକ୍ତି ତାଙ୍କର ନିକଟତର ହେବାକୁ ଉଦ୍ୟମ କରିଥିଲା। ଏହା ଦେଖି ସେ ପ୍ରଥମେ ଚେନ୍ ଟାଣିବାକୁ ଉଦ୍ୟମ କରିଥିଲେ, କିନ୍ତୁ ପରେ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ।

ପୋଲିସ୍ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ଅଭିଯୁକ୍ତକୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ପୋଲିସ୍ କହିଛି। ଅନ୍ୟପକ୍ଷରେ ଝିଅଟିର ବାପାମା’ ଲୋକାଲ୍ ଟ୍ରେନ୍‌ଗୁଡ଼ିକରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି।

କିଛି ଦିନ ପୂର୍ବରୁ ଏଠାକାର ଏକ ଲୋକାଲ୍ ଟ୍ରେନ୍‌ରେ ଜଣେ ବ୍ୟକ୍ତି ଅଶ୍ଳୀଳ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା। ପୋଲିସ୍ ତାକୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos