ରିୟାଙ୍କୁ ଜେରା କରିଥିବା ଡିସିପିଙ୍କୁ କରୋନା, ପ୍ରଭାବିତ ହେବ କି ତଦନ୍ତ ପ୍ରକ୍ରିୟା

ମୁମ୍ବାଇ: ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ ଆଗକୁ ବଢ଼ିଥିବା ବେଳେ ଏବେ ଏଥିରେ ନୂଆ ମୋଡ଼ ଆସିଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ପ୍ରଥମେ ଘଟଣାର ଖୋଳତାଡ଼ କରୁଥିବା ମୁମ୍ବାଇ ପୁଲିସ୍‌ ଡିସିପି ଅଭିଷେକ ତ୍ରିମୁଖେ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ଆଜି ପଜିଟିଭ ଆସିଛି।

ସିବିଆଇ ଘଟଣାରେ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିବା ପୂର୍ବରୁ ଡିସିପି ଅଭିଷେକ ହିଁ ସମସ୍ତ ତଦନ୍ତ ଦାୟିତ୍ୱ ନେଇଥିଲେ। ସେ ରିୟା ଓ ସୁଶାନ୍ତଙ୍କ ମୃତ୍ୟୁ ସହ ଜଡ଼ିତ ଲୋକଙ୍କୁ ଜେରା କରିଥିଲେ। ଗତ ଶୁକ୍ରବାର ଯେତେବେଳେ ସିବିଆଇ ଟିମ୍‌ ମୁମ୍ବାଇ ପହଞ୍ଚଥିଲା ସେତେବେଳେ ଅଭିଷେକ ହିଁ ସମସ୍ତ ପ୍ରକାରର ସହଯୋଗ କରିଥିଲେ। ତାଙ୍କ ଅଧୀନରେ କାମ କରୁଥିବା ପୁଲିସ୍‌ ଅଧିକାରୀମାନେ ବି ସିବିଆଇ ଟିମ୍‌କୁ ରିପୋର୍ଟ କରିଥିଲେ।

ଏବେ ତ୍ରିମୁଖେ ଓ ତାଙ୍କ ପରିବାର ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଅନ୍ୟମାନଙ୍କ ପ୍ରତି ସଂକ୍ରମଣର ଭୟ ସୃଷ୍ଟି ହୋଇଛି।  ଏହାକୁ ଦୃଷ୍ଟିରେ ରଖି ସିବିଆଇ ଅଧିକାରୀ ଓ ରିୟାଙ୍କର ମଧ୍ୟ କରୋନା ଟେଷ୍ଟ ହେବାର ସମ୍ଭାବନା ରହିଛି। ଯଦି ଏମାନଙ୍କ ମଧ୍ୟରୁ କାହାର ବି ଟେଷ୍ଟ ରିପୋର୍ଟ ପଜିଟିଭ ଆସେ, ତା’ହେଲେ ସେମାନଙ୍କୁ ୧୪ରୁ ୨୮ ଦିନ ଯାଏ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ଏଭଳି ସ୍ଥିତିରେ ତଦନ୍ତ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ

ବିଗତ ଚାରି ବର୍ଷରେ କେତେ ଜଣଙ୍କୁ ଭାରତର ନାଗରିକତ୍ୱ ଦିଆଯାଇଛି?

ଦେହଜୀବୀଙ୍କୁ ସହଯୋଗ କରିବା ପାଇଁ ରାଜ୍ୟକୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ

ତବଲିଗି ଜମାତ ପାଇଁ କରୋନା ସଂକ୍ରମଣ ବ୍ୟାପିଛି: ଗୃହ ମନ୍ତ୍ରାଳୟ

ଆଜି ଚ୍ୟାଲେଞ୍ଜର୍ସ ସହ ରାଇଜର୍ସ ଟକ୍କର

ମୁମ୍ୱାଇ ଏନସିବି ବିଲ୍ଡିଂରେ ଅଗ୍ନିକାଣ୍ଡ

ଡ୍ରଗ୍ସ ଲିଙ୍କ୍: ଏନସିବି ରାଡାରରେ ଆଉ ଜଣେ ବଲିଉଡ ଅଭିନେତ୍ରୀ

ଲାଲୁ ଜେଲରେ ଥାଇ ପ୍ରତିଦିନ ଫୋନରେ କଥା ହେଉଛନ୍ତି: ଆରଜେଡି ନେତା

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ତାଜମହଲ

ସୁପର୍‌ ଓଭରରେ ବାଜି ମାରିନେଲା ଦିଲ୍ଲୀ କ୍ୟାପିଟାଲ୍ସ

ଆଜିଠୁ ଏହି ସବୁ ରାଜ୍ୟରେ ଖୋଲିବ ସ୍କୁଲ; ନିଜ ଇଚ୍ଛାରେ ଆସିବେ ପିଲା

ସୁଶାନ୍ତ ସିଂହ ମୃତ୍ୟୁ ମାମଲା, ଜୟା ଓ ଶ୍ରୁତିଙ୍କୁ ସମନ୍ କଲା ଏନସିବି

ପାରମ୍ପରିକ ଠାରୁ ଅଲଗା ହେବ ଅଯୋଧ୍ୟାର ମସଜିଦ୍