ଟିଆରପି ହାସଲ ପାଇଁ ଜାଲିଆତି : ଦୁଇ ଚାନେଲ ମାଲିକ ଗିରଫ

ମୁମ୍ବାଇ: ଜାତୀୟ ମିଡିଆ ଚ୍ୟାନେଲଗୁଡ଼ିକ ମଧ୍ୟରେ ଟିଆରପି ପାଇଁ କେମିତି କିଛି ଚ୍ୟାନେଲ ଜାଲିଆତି କରୁଥିଲେ, ତା’ର ପର୍ଦ୍ଦାଫାସ ହୋଇଛି। ନିଜ ଚ୍ୟାନେଲର ଟିଆରପି ବୃଦ୍ଧି କରିବା ପାଇଁ ବେଆଇନ ଭାବେ ଲୋକଙ୍କୁ ଟଙ୍କା ଦେଇ ଲୋକଙ୍କ ଆଗରେ ନିଜକୁ ବଡ଼ କରି ଦେଖାଇବା ଓ ଏହି ଆଳରେ ବିଜ୍ଞାପନ ହାସଲ କରିବା କୌଶଳ ଆପଣାଇଥିବା ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ ସମେତ ୩ଟି ଚ୍ୟାନେଲର ଜାଲିଆତି ନେଇ ତଥ୍ୟ ପ୍ରକାଶ କରିଛି ମୁମ୍ବାଇ ପୁଲିସ୍‌। ଟିଆରପି ଜାଲିଆତି […]

cd

cd

Hemant Lenka
  • Published: Thursday, 08 October 2020
  • Updated: 08 October 2020, 06:07 PM IST

Sports

Latest News

ମୁମ୍ବାଇ: ଜାତୀୟ ମିଡିଆ ଚ୍ୟାନେଲଗୁଡ଼ିକ ମଧ୍ୟରେ ଟିଆରପି ପାଇଁ କେମିତି କିଛି ଚ୍ୟାନେଲ ଜାଲିଆତି କରୁଥିଲେ, ତା’ର ପର୍ଦ୍ଦାଫାସ ହୋଇଛି। ନିଜ ଚ୍ୟାନେଲର ଟିଆରପି ବୃଦ୍ଧି କରିବା ପାଇଁ ବେଆଇନ ଭାବେ ଲୋକଙ୍କୁ ଟଙ୍କା ଦେଇ ଲୋକଙ୍କ ଆଗରେ ନିଜକୁ ବଡ଼ କରି ଦେଖାଇବା ଓ ଏହି ଆଳରେ ବିଜ୍ଞାପନ ହାସଲ କରିବା କୌଶଳ ଆପଣାଇଥିବା ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ ସମେତ ୩ଟି ଚ୍ୟାନେଲର ଜାଲିଆତି ନେଇ ତଥ୍ୟ ପ୍ରକାଶ କରିଛି ମୁମ୍ବାଇ ପୁଲିସ୍‌।

ଟିଆରପି ଜାଲିଆତି ଘଟଣାରେ ମୁମ୍ବାଇ ପୁଲିସ୍‌ ଦୁଇଟି ଚ୍ୟାନେଲର ମାଲିକଙ୍କୁ ଗିରଫ କରିଥିବା ବେଳେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜେରା କରିବ ବୋଲି ଜଣାପଡ଼ିଛି। ପୁଲିସ୍‌ ତାଙ୍କୁ ଆଜି ତାଙ୍କୁ ହାଜର ହେବାକୁ ନୋଟିସ୍‌ କରିବ। ଏ ସମ୍ପର୍କରେ ଆଜି ମୁମ୍ବାଇ ପୁଲିସ୍‌ ପକ୍ଷରୁ କମିଶନର ପରମବୀର ସିଂହ ସୂଚନା ଦେଇଛନ୍ତି।

ତାଙ୍କ ସୂଚନା ଅନୁଯାୟୀ, ମୁମ୍ବାଇରେ ବିଭିନ୍ନ ଟିଭି ଚ୍ୟାନେଲର ଟିଆରପି ଜାଣିବା ପାଇଁ ୨ ହଜାର ବାରୋମିଟର ଲାଗିଛି। ବାର୍କ ପକ୍ଷରୁ ହାନସା ନାମକ ଗୋଟିଏ ସଂସ୍କାକୁ ଏହାର ଦାୟିତ୍ୱ ଦିଆଯାଇଛି। ଏହି ବାରୋମିଟରରେ କେଉଁ ଚ୍ୟାନେଲକୁ ଲୋକମାନେ କେତେ ସମୟ ଦେଖୁଛନ୍ତି, ତା’ର ତଥ୍ୟ ରେକର୍ଡ ହୋଇଥାଏ।

ଅଭିଯୁକ୍ତ ଥିବା ୩ ଚ୍ୟାନେଲ-ରିପବ୍ଲିକ ଟିଭ, ଫାକ୍ଟ ମରାଠୀ ଓ ବକ୍ସ ସିନେମା ଏଥିରେ ଜାଲିଆତି କରିଥିଲେ। ସେମାନେ ମୁମ୍ବାଇର କିଛି ଲୋକଙ୍କୁ ସେମାନଙ୍କ ଘରେ ସର୍ବଦା ନିଜର ଚ୍ୟାନେଲ ଅନ୍‌ କରି ରଖିବାକୁ କହିଥିଲେ। ଏପରି କି ସେମାନେ ଘରେ ନଥିଲେ ବି ଚ୍ୟାନେଲ ଗୁଡ଼ିକ ସର୍ବଦା ଚାଲୁ ରଖିବାକୁ କୁହାଯାଇଥିଲା। ଏଥିପାଇଁ ସଂପୃକ୍ତ ଟିଭି ଚ୍ୟାନେଲଗୁଡ଼ିକ ସେମାନଙ୍କୁ ଟଙ୍କା ମଧ୍ୟ ଦେଉଥିଲେ।

ଏହି ଘଟଣାରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରି ସେମାନଙ୍କୁ ରିମାଣ୍ଡରେ ନେଇଛି। ଗିରଫ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି। ସେହିପରି ତାଙ୍କ ବ୍ୟାଙ୍କରେ ୮.୫ ଲକ୍ଷ ଟଙ୍କା ରହିଛି। ଆଇପିସିର ଧାରା ୪୦୯ ଓ ୪୨୦ ଅନୁଯାୟୀ ଦୁଇ ମରାଠୀ ଚ୍ୟାନେଲ ଫାକ୍ଟ ମରାଠୀ ଓ ବକ୍ସ ସିନେମାର ମାଲିକଙ୍କୁ ଗିରଫ କରାଯାଇଛି।

ବାର୍କର ରିପୋର୍ଟ ଅନୁଯାୟୀ, ରିପବ୍ଲିକ ଟିଭ୍‌ ମଧ୍ୟ ଟିଆରପି ହେରଫେର ଘଟଣାରେ ସାମିଲ ଥିବା ସନ୍ଦେହ କରାଯାଇଛି। ପୁଲିସ୍‌ କହିଛି ଯେ ଯଦି ମୁମ୍ବାଇରେ ଏପରି ହୋଇଛି, ତା’ହେଲେ ସାରା ଦେଶରେ ମଧ୍ୟ ଏଭଳି ଚ୍ୟାନେଲଗୁଡ଼ିକ ଟିଆରପି ହେରଫେର କରିଥାଇ ପାରନ୍ତି। ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚର ଏସପି ଶଶାଙ୍କ ସହ ଡିସିପି ଓ ଜେଏସ୍‌ପି କରୁଛନ୍ତି।

ହାନସା ରିସର୍ଚ୍ଚ ମଧ୍ୟ ତା’ର କିଛି ପୂର୍ବତନ କର୍ମଚାରୀଙ୍କ ନାଁରେ ଏଫଆଇଆର କରିଛି। ସେମାନେ କିଛି ଲୋକଙ୍କ ଘରୁ ମିଳିଥିବା ତଥ୍ୟକୁ ହେରଫେର କରି ଏହି ୩ ଚ୍ୟାନେଲର ଟିଆରପି ଅଧିକ ଦେଖାଇବା କୌଶଳରେ ସାମିଲ ଥିବା ଅଭିଯୋଗ ହୋଇଛି। କମିଶନର ପରମବୀର ସିଂହ କହିଛନ୍ତି, ରିପ୍ଲବିକ ଟିଭର ପ୍ରମୋଟର ଓ ଡାରେକ୍ଟରମାନଙ୍କୁ ଜେରା ପାଇଁ ସମନ କରାଯିବ। ଗୁରୁବାର ଅର୍ଥାତ ଆଜି ହିଁ ରିପ୍ଲବିକର ନିର୍ଦ୍ଦେଶକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସମନ କରାଯିବ ଓ ତାଙ୍କୁ ତଦନ୍ତକାରୀ ଟିମ୍ ନିକଟରେ ହାଜର ହେବାକୁ କୁହାଯିବ।

ଅନ୍ୟପକ୍ଷରେ ରିପ୍ଲବିକ ଟିଭି ଏହାକୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଯୋଡ଼ିଛି। ଟିଭି ପକ୍ଷରୁ କୁହାଯାଇଛି ଯେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିପ୍ଲବିକ କମିଶନର ପରମବୀର ସିଂହଙ୍କୁ ପ୍ରଶ୍ନ କରିଥିଲା। ଏଥିପାଇଁ ସେ ଆଜି ଏଭଳି କଥା କହି ଟିଭି ଚ୍ୟାନେଲକୁ ବଦନାମ କରୁଛନ୍ତି। ବାର୍କ ଏଯାଏ ରିପବ୍ଲିକ୍‌ ଟିଭି ନାମ ନେଇନାହିଁ। ତେଣୁ ପୁଲିସ କିପରି ଏପରି ଅଭିଯୋଗ କରୁଛି ବୋଲି ଟିଭି ପକ୍ଷରୁ ପ୍ରଶ୍ନ କରାଯାଇଛି। ଏହା ବିରୋଧରେ ଉକ୍ତ ଟିଭି ଚ୍ୟାନେଲ କୋର୍ଟରେ ମାନହାନୀ ମାମଲା କରିବ ବୋଲି ଧମକ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos