ଟିଆରପି ଜାଲିଆତି: ରିପ୍ଲବିକ ନେଟୱର୍କ ସିଇଓଙ୍କୁ ଜେରା ପାଇଁ ସମନ

ମୁମ୍ବାଇ: ଟିଆରପି ଜାଲିଆତି ଘଟଣାରେ ଆଜି ମୁମ୍ବାଇ ପୁଲିସ୍‌ ଜାତୀୟ ଗଣମାଧ୍ୟମ ରିପ୍ଲବିକ ନେଟୱର୍କର ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ଜେରା ପାଇଁ ସମନ କରିଛି। ଦୁଇ ଦିନ ତଳେ ମୁମ୍ବାଇ ପୁଲିସ୍‌ କମିଶନର ପରମବୀର ସିଂହ ରିପ୍ଲବିକ ଟିଭି ସହ ଅନ୍ୟ ଦୁଇ ଚ୍ୟାନେଲ କେମିତି ଟିଆରପି ଜାଲିଆତି କରି ନିଜର ଦର୍ଶକଙ୍କ ସଂଖ୍ୟା ବଢ଼ାଇଥିଲେ, ତା’ର ସୂଚନା ଦେଇଥିଲେ। ଆଜି ମୁମ୍ବାଇ ପୁଲିସ୍‌ ପକ୍ଷରୁ ରିପ୍ଲବିକ ସିଇଓ ବିକାଶ ଖାନଚନ୍ଦାନୀ, ସିଓଓ ହର୍ଷ ଭଣ୍ଡାରୀ […]

nb

nb

Hemant Lenka
  • Published: Saturday, 10 October 2020
  • Updated: 10 October 2020, 08:40 PM IST

Sports

Latest News

ମୁମ୍ବାଇ: ଟିଆରପି ଜାଲିଆତି ଘଟଣାରେ ଆଜି ମୁମ୍ବାଇ ପୁଲିସ୍‌ ଜାତୀୟ ଗଣମାଧ୍ୟମ ରିପ୍ଲବିକ ନେଟୱର୍କର ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ଜେରା ପାଇଁ ସମନ କରିଛି। ଦୁଇ ଦିନ ତଳେ ମୁମ୍ବାଇ ପୁଲିସ୍‌ କମିଶନର ପରମବୀର ସିଂହ ରିପ୍ଲବିକ ଟିଭି ସହ ଅନ୍ୟ ଦୁଇ ଚ୍ୟାନେଲ କେମିତି ଟିଆରପି ଜାଲିଆତି କରି ନିଜର ଦର୍ଶକଙ୍କ ସଂଖ୍ୟା ବଢ଼ାଇଥିଲେ, ତା’ର ସୂଚନା ଦେଇଥିଲେ।

ଆଜି ମୁମ୍ବାଇ ପୁଲିସ୍‌ ପକ୍ଷରୁ ରିପ୍ଲବିକ ସିଇଓ ବିକାଶ ଖାନଚନ୍ଦାନୀ, ସିଓଓ ହର୍ଷ ଭଣ୍ଡାରୀ ଓ ସିଓଓ ପ୍ରିୟା ମୁଖାର୍ଜୀଙ୍କୁ ହାଜର ହେବାକୁ ନୋଟିସ କରିଛି। ସେହିପରି ରିପ୍ଲବିକ ନେଟୱର୍କର ବିତରଣ ମୁଖ୍ୟ ଘନଶ୍ୟାମ ସିଂହଙ୍କୁ ମଧ୍ୟ ନୂଆ ସମନ କରିଛି ପୁଲିସ୍‌। ପୂର୍ବରୁ ତାଙ୍କୁ ହାଜର ନେବାକୁ ନୋଟିସ୍‌ କରାଯାଇଥିଲେ ହେଁ ସେ ମୁମ୍ବାଇରେ ନଥିବା କହିଥିଲେ।

ଅନ୍ୟପକ୍ଷରେ ବାର୍କ ପକ୍ଷରୁ ଟିଆରପି ମାପିବା ପାଇଁ ଦାୟିତ୍ୱ ପାଇଥିବା ହାନସାର ସିଇଓ ଏବଂ ଜଣେ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ପୁଲିସ୍‌ ଜେରା କରିବାକୁ ଚାହୁଁଥିବାରୁ ନୋଟିସ କରିଛି। ସେହିପରି ପୁଲିସ୍‌ ଇତି ମଧ୍ୟରେ ୩୮ ଜଣଙ୍କ ବୟାନ ରେକର୍ଡ କରିସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos