ସ୍ଥାୟୀ ନିଯୁକ୍ତି ଦାବିରେ ରେଳ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ମୁମ୍ୱାଇ(ଓଡ଼ିଶା ରିପୋର୍ଟର): ରେଳ ବିଭାଗରେ ସ୍ଥାୟୀ ନିଯୁକ୍ତି ଦାବିରେ ମଙ୍ଗଳବାର ସକାଳେ ଶତାଧିକ ଟ୍ରେନିଂ ଆପ୍ରେଣ୍ଟିକ୍ସ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ଶହଶହ ଛାତ୍ର ମାତୁଗାଁ-ଦାଦର ରେଳ ଧାରଣାରେ ବସି ରହିବା ସହ ରେଳ ରୋକୋ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ସେହି ରୁଟ୍‌ରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ଆନ୍ଦୋଳନକାରୀ ଛାତ୍ରଛାତ୍ରୀମାନେ ଦାବି କରିଥିଲେ ଯେ, ନିଯୁକ୍ତିରେ ୨୦ପ୍ରତିଶତ କୋଟାକୁ ହଟାଯାଉ ଏବଂ ଆପ୍ରେଣ୍ଟିକ୍ସ ଛାତ୍ରଛାତ୍ରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ। ଏନେଇ ସେମାନେ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ ମଧ୍ୟ ରେଳ ବିଭାଗ କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ ହୋଇଛି। ଆନ୍ଦୋଳନରେ ମୁମ୍ବାଇ ସହ ଦେଶର ବିଭିନ୍ନ ସ୍ଥାନରେ ଶହଶହ ଛାତ୍ର ସାମିଲ ଦେଇଥିଲେ। ଅଫିସ ଆଓ୍ୱାରରେ ରେଳ ରୋକୋ ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯାତ୍ରୀଙ୍କ ସୁବିଧା ପାଇଁ ସେହି ରୁଟ୍‌ରେ ମାତ୍ରାଧିକ ସରକାରୀ ବସ୍‌ ଚଳାଚଳ କରାଯାଇଥିଲା।

୪ଘଣ୍ଟାର ବନ୍ଦ ପରେ ମୁମ୍ବାଇରେ ରେଳ ଚଳାଚଳ ସ୍ୱାଭାବିକ ହୋଇଛି। ରେଳ ଧାରଣାର ଦୁଇ ପାର୍ଶ୍ୱରେ ପୋଲିସ ମୁତୟନ ପରେ ମୁମ୍ବାଇର ମାତୁଗାଁ-ଦାଦର ରୁଟ୍‌ରେ ରେଳ ଚଳାଚଳ ଆରମ୍ଭ ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।