ଲୋକଙ୍କ ସୁରକ୍ଷା ପାଇଁ ଢୁଢୁ ବର୍ଷାରେ ଗାତ ପାଖରେ ୭ ଘଣ୍ଟା ଛିଡ଼ା ହେଲେ ମହିଳା

ମୁମ୍ବାଇ: ଅବିଶ୍ରାନ୍ତ ବର୍ଷାରେ ଯେତେବେଳେ ମୁମ୍ବାଇ ଉବୁଡୁବୁ ହେଉଥିଲା ସେତେବେଳେ ଜଣେ ୫୦ ବର୍ଷୀୟ ମହିଳା କେମିତି ଅନ୍ୟମାନଙ୍କ ଜୀବନକୁ ସୁରକ୍ଷା ଯୋଗାଇ ଦେବା ପାଇଁ ଚେଷ୍ଟିତ ଥିଲେ ତାହାର ତଥ୍ୟ ଏବେ ସାମ୍ନାକୁ ଆସିଛି। ମୁମ୍ବାଇ ରାସ୍ତାରେ ମୁକୁଳା ହୋଇ ପଡ଼ିଥିବା ଗାତ ବା ମ୍ୟାନହୋଲ୍‌ ନିକଟରେ ଢୁଢୁ ବର୍ଷାରେ ଓଦା ହୋଇ ମହିଳା ଜଣଙ୍କ ଅନ୍ୟମାନଙ୍କୁ ଦୁର୍ଘଟଣାରୁ ବଞ୍ଚାଇଛନ୍ତି।

ଏହି ୫୦ ବର୍ଷୀୟ ମହିଳା ଜଣଙ୍କ ହେଉଛନ୍ତି କାନ୍ତା ମୁର୍ତ୍ତି କାଲାନ। ସେ ଦୀର୍ଘ ୭ ଘଣ୍ଟା କାଳ ଗାତ ନିକଟରେ ଛିଡ଼ା ହୋଇ ଅନ୍ୟମାନଙ୍କୁ ଗାତ ନିକଟକୁ ନ ଆସିବା ପାଇଁ ସତର୍କ କରାଇଛନ୍ତି। କାନ୍ତା ଜଣେ ଫୁଲ ବିକାଳି। ସେ ବର୍ଷାରେ ନିଜର ଘର ହରାଇଛନ୍ତି। ତଥାପି ସେ ଅନ୍ୟମାନଙ୍କୁ ଦୁର୍ଘଟଣାରୁ ରକ୍ଷା କରି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବନି ଯାଇଛନ୍ତି।

କାନ୍ତାଙ୍କର ୮ ଜଣ ପିଲା। ସେମାନଙ୍କ ମଧ୍ୟରୁ ୫ ଜଣ ବିବାହ କରି ସାରିଛନ୍ତି। ସେ ଅନ୍ୟ ୩ ପିଲାଙ୍କୁ ଫୁଲ ବିକ୍ରି କରି ଲାଳନ ପାଳନ କରୁଛନ୍ତି। ସେ କହିଛନ୍ତି, “ଆମ ଘରେ ମୁଁ ଏକମାତ୍ର ରୋଜଗାରିଆ। ଫୁଲ ବିକ୍ରି କରି ପରିବାର ଚଳାଏ। ରେଳ ଦୁର୍ଘଟଣାରେ ମୋ ସ୍ୱାମୀ ପାରାଲାଇଜିଡ ହୋଇଯାଇଛନ୍ତି।

ଅଗଷ୍ଟ ୪ରେ ମୁଁ ଢୁଢୁ ବର୍ଷା ବେଳେ ମାଟୁଙ୍ଗା ନିକଟରେ ମୁକୁଳା ପଡ଼ିଥିବା ଡ୍ରେନକୁ ଚିହ୍ନଟ କରିବା ପରେ ସେଠାରେ ପାଣି ଭର୍ତ୍ତି ହୋଇଯାଇଥିବା ଦେଖିବାକୁ ପାଇଥିଲି। ଅନେକ ଗାଡ଼ି ବର୍ଷା ବେଳେ ସେହି ବାଟ ଦେଇ ଯାଉଥିଲେ। ଉକ୍ତ ଗାତରେ ପଡ଼ି ସେମାନେ ଦୁର୍ଘଟଣାର ସମ୍ମୁଖୀନ ହେବାର ଆଶଙ୍କା ରହିଥିଲା।

ତେଣୁ ମୁଁ ଦୀର୍ଘ ୭ ଘଣ୍ଟା କାଳ ଓଦା ହୋଇ ସେମାନଙ୍କୁ ଏହା ନିକଟକୁ ନ ଆସିବାକୁ ସତର୍କ କରାଇଥିଲି। ଏହାପରେ ବିଏମସି ଅଧିକାରୀମାନେ ଆସି ମୋତେ ସେଠାରେ ହଟାଇ ଦେଇଥିଲେ।”

କାନ୍ତାଙ୍କ ଏହି ମହାନତା ସମ୍ପର୍କିତ ଭିଡିଓ ଭାଇରାଲ ହେବା ପରେ ସମସ୍ତେ ତାଙ୍କୁ ପ୍ରଶଂସା କରିଛନ୍ତି।

ଆହୁରି ପଢ଼ନ୍ତୁ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କରୋନା ସହିତ ଡେଙ୍ଗୁରେ ଆକ୍ରାନ୍ତ

ଶୁକ୍ରବାର ଏନସିବି ଆଗରେ ହାଜର ହେବେନି ଦୀପିକା

କୃଷି ବିଲକୁ ଜୋରଦାର ବିରୋଧ, ପଞ୍ଜାବରେ ରେଳ ରୋକ୍

କଙ୍ଗନାଙ୍କ ଯାଚିକା ନେଇ ସଞ୍ଜୟଙ୍କୁ ଜବାବ ମାଗିଲେ ହାଇକୋର୍ଟ

ବିଭିନ୍ନ ଠିକଣାରେ ରେଡ୍, ୭୦ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଠାବ

ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କ ପରଲୋକ

ବିବାହକୁ ମାସେ ନ ପୁରୁଣୁ ପୁନମ ପାଣ୍ଡେଙ୍କ ବଡ଼ ନିଷ୍ପତ୍ତି

ଆଶ୍ଚର୍ଯ୍ୟଜନକ ଭାବେ ଟ୍ରେନ୍‌ ଟ୍ରାକ୍‌ରୁ ବର୍ତ୍ତିଗଲା ଦୁଇ ବର୍ଷ ବୟସ୍କ ବାଳକ!

ଲକଡାଉନ୍ ବେଳେ ନଦୀ ପାଣିର ମାନ ସେତେଟା ବୃଦ୍ଧି ପାଇନି

କରୋନା ପାଇଁ ଭାରତରେ ପ୍ରାୟ ୨ କୋଟି ଚାକିରି ହରାଇଲେଣି

ଅକ୍ଟୋବର ୨୨ ଯାଏ ବିଚାର ବିଭାଗୀୟ ହେପାଜତକୁ ଗଲେ ଉମର ଖାଲିଦ

ସମନ ପାଇବା ପରେ ଗୋଆ ଛାଡ଼ିଲେ ସାରା