ଭୟଙ୍କର ବର୍ଷାରେ ମୁମ୍ବାଇ ସ୍ଥିତି ଅସମ୍ଭାଳ, ୪୬ ବର୍ଷର ରେକର୍ଡ ଭାଙ୍ଗିଲା କୋଲାବା

ମୁମ୍ବାଇ: ବଦଳା ଫଟା ବର୍ଷା ଯୋଗୁ ମୁମ୍ବାଇ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ସହରର ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ବର୍ଷା ପାଣି ଜମି ନାହିଁ। ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ୧୦ରୁ ୧୨ ଫୁଟ ଉଚ୍ଚର ପାଣି ଜମି ରହିଛି। ରେଳ ଠାରୁ ଆରମ୍ଭ କରି ସଡ଼କ ଓ ବିମାନ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି।

ଅନେକ ସ୍ଥାନରେ ଭୂସ୍ଖଳ ହୋଇଥିବା ବେଳେ ନିର୍ମାଣଧୀନ ପାଚେରି ଭୁଶୁଡ଼ି ପଡ଼ିଛି। କେବଳ ଅବିଶ୍ରାନ୍ତ ବର୍ଷା ନୁହେଁ ପବନ ମଧ୍ୟ ଜୋରରେ ବହିବାରୁ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ତଳିଆ ଅଞ୍ଚଳର ଲୋକ। ସେହିପରି ଦକ୍ଷିଣ ମୁମ୍ବାଇର କୋଲାବା ଅଞ୍ଚଳରେ ଲଗାଣ ବର୍ଷା ଗତକାଲି ୪୬ ବର୍ଷର ରେକର୍ଡ ଭାଙ୍ଗିଛି।

ଏଠାରେ ଗତକାଲି ୩୩୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ୪୬ ବର୍ଷ ମଧ୍ୟରେ ଏଠାରେ ଅଗଷ୍ଟରେ କେବେ ହେଲେ ଏତେ ପରିମାଣର ବର୍ଷା ହୋଇ ନଥିଲା। ମୁମ୍ବାଇରେ ଲଗାଣ ବର୍ଷା ସହ ବୁଧବାର ୧୦୭ କିମି ବେଗରେ ପବନ ବହିଛି। ବର୍ଷା ଯୋଗୁ ସ୍ଥିତି ଏପରି ହୋଇଛି ଯେ କେବଳ ଜରୁରୀ ସେବାର ଅଫିସକୁ ଛାଡ଼ି ଆଉ ସବୁ ବନ୍ଦ ରହିଛି। ଲୋକଙ୍କ ଘର ମଧ୍ୟରେ ବର୍ଷା ପାଣି ପରିସ୍ଥିତି ପଶି ଯାଇଥିବାରୁ ନାହିଁ ନଥିବା ସମସ୍ୟା ସୃଷ୍ଟି ହୋଇଛି।

ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, କୋଲାବାରେ ଗତ ୨୪ ଘଣ୍ଟାରେ ରେକର୍ଡ ୩୩୧.୮ ମିମି ବର୍ଷା ରେକର୍ଡ ହୋଇଛି। ୧୯୭୪ ପରେ ଏହା ପ୍ରଥମ। ଅଗଷ୍ଟର ପ୍ରଥମ ୫ ଦିନରେ ମୁମ୍ବାଇରେ ଯେତିକି ବର୍ଷା ହୋଇଛି ତାହା ମାସିକ ବର୍ଷା କୋଟାର ୬୪%। କୋଲାବା ବ୍ୟତୀତ ସାନ୍ତାକ୍ରୁଜରେ ବି ୧୬୨.୩ ମିମି ବର୍ଷା ରେକର୍ଡ ହୋଇଛି। ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲୋକଙ୍କୁ ଯଥା ସମ୍ଭବ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ସେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ହାଇଆଲର୍ଟରେ ରହିବାକୁ ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବର୍ଷା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ବୁଧବାର ପ୍ରବଳ ବର୍ଷା ହେବାରୁ ରେଳ ଧାରଣାରେ ପାଣି ମାଡ଼ି ଯାଇଥିଲା। ଏଥିଯୋଗୁ ଦୁଇଟି ଟ୍ରେନରେ ଥିବା ପ୍ରାୟ ୨୯୦ ଜଣ ଲୋକ ପାଣି ଘରରେ ରହିଯାଇଥିଲେ। ସେମାନଙ୍କୁ ଏନଡିଆରଏଫ ଟିମ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି।

ଆଜି ମଧ୍ୟ ବର୍ଷା ହେବାରୁ ପଞ୍ଚଗଙ୍ଗା ନଦୀ କୋହ୍ଲାପୁର ଠାରେ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି। ଜିଲ୍ଲାର ୯ଟି ରାଜ୍ୟ ରାଜପଥ ଓ ୨୫ଟି ଅନ୍ୟ ରାସ୍ତା ବର୍ଷା ପାଣିରେ ବୁଡ଼ି ରହିଛି। ପାଲଘରରେ ବି ସ୍ଥିତି ବେକାଗୁ ହୋଇଛି। ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହି ସ୍ଥିତି ବେହାଲ ହୋଇଛି।

ପାଣି ମାଡ଼ି ଯିବାରୁ ୨୨ ଜଣ ଏହା ମଧ୍ୟରେ ଫସି ରହିଯାଇଥିଲେ। ଗୋଟିଏ ଗଛ ଉପରେ ୪ ଘଣ୍ଟା କାଳ ଜଣେ ୫ ବର୍ଷର ଶିଶୁ ମଧ୍ୟ ଫସି ରହିଥିଲା। ସେମାନଙ୍କୁ ପୁଲିସ୍‌ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିଛି।

ଆହୁରି ପଢ଼ନ୍ତୁ

ସୁପର କିଙ୍ଗସ୍ ବିପକ୍ଷ ମ୍ୟାଚ୍ ଖେଳିବେନି ବଟଲର୍

ବିଗତ ଚାରି ବର୍ଷରେ କେତେ ଜଣଙ୍କୁ ଭାରତର ନାଗରିକତ୍ୱ ଦିଆଯାଇଛି?

ଦେହଜୀବୀଙ୍କୁ ସହଯୋଗ କରିବା ପାଇଁ ରାଜ୍ୟକୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ

ନୌସେନାର ହେଲିକପ୍ଟର ବିଭାଗରେ ଦୁଇ ମହିଳା ଅଧିକାରୀ ସାମିଲ୍

ତବଲିଗି ଜମାତ ପାଇଁ କରୋନା ସଂକ୍ରମଣ ବ୍ୟାପିଛି: ଗୃହ ମନ୍ତ୍ରାଳୟ

ଆଜି ଚ୍ୟାଲେଞ୍ଜର୍ସ ସହ ରାଇଜର୍ସ ଟକ୍କର

ମୁମ୍ୱାଇ ଏନସିବି ବିଲ୍ଡିଂରେ ଅଗ୍ନିକାଣ୍ଡ

ଡ୍ରଗ୍ସ ଲିଙ୍କ୍: ଏନସିବି ରାଡାରରେ ଆଉ ଜଣେ ବଲିଉଡ ଅଭିନେତ୍ରୀ

ଲାଲୁ ଜେଲରେ ଥାଇ ପ୍ରତିଦିନ ଫୋନରେ କଥା ହେଉଛନ୍ତି: ଆରଜେଡି ନେତା

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ତାଜମହଲ

ସୁପର୍‌ ଓଭରରେ ବାଜି ମାରିନେଲା ଦିଲ୍ଲୀ କ୍ୟାପିଟାଲ୍ସ

ଆଜିଠୁ ଏହି ସବୁ ରାଜ୍ୟରେ ଖୋଲିବ ସ୍କୁଲ; ନିଜ ଇଚ୍ଛାରେ ଆସିବେ ପିଲା