କାଶ୍ମୀର ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ପଠାନକୋଟ୍ ଭଳି ହମଲା ଜାରି ରହିବ: ମୁସାରଫ

ନୂଆଦିଲ୍ଲୀ: ଯେତେ ଦିନ ପର୍ଯ୍ୟନ୍ତ ଜମ୍ମୁ ଓ କାଶ୍ମୀର ସମସ୍ୟାର ସମାଧାନ ହେବ ନାହିଁ, ସେତେ ଦିନ ପର୍ଯ୍ୟନ୍ତ ପଠାନକୋଟ୍ ପରି ଆକ୍ରମଣ ଜାରି ରହିବ। ଏ କଥା କହିଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫ। ଏକ ପାକିସ୍ତାନୀ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ ଏ କଥା କହିଛନ୍ତି।

ମୁସାରଫ କହିଛନ୍ତି, ପଠାନକୋଟ୍ ହମଲା ଘଟଣାରେ ଅତ୍ୟଧିକ ପ୍ରତିକ୍ରିୟା ଦେଉଛି ଭାରତ। ଭବିଷ୍ୟତରେ ଭାରତରେ ପଠାନକୋଟ ଭଳି ଆକ୍ରମଣ ଜାରି ରହିବ। ଆତଙ୍କବାଦ ଉଭୟ ଭାରତ ଓ ପାକିସ୍ତାନରେ ରହିଛି। ଭାରତ ଭଳି ପାକିସ୍ତାନ ବି ଆତଙ୍କବାଦୀଙ୍କ ଦ୍ୱାରା ପୀଡ଼ିତ ହେଉଛି। ତେଣୁ ପଠାନକୋଟ ଆକ୍ରମଣକୁ ନେଇ ଭାରତ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହେଲେ କିଛି ହେବ ନାହିଁ। ତେବେ ଆତଙ୍କବାଦ ଉପରେ ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରହିବା ଉଚିତ୍।

ସେ କହିଛନ୍ତି, ଭାରତରେ ହେଉଥିବା ଆତଙ୍କବାଦୀ ହମଲା ପାଇଁ ଭାରତ ସବୁବେଳେ ପାକିସ୍ତାନକୁ ଦାୟୀ କରି ଆସିଛି। କିନ୍ତୁ ପାକିସ୍ତାନ ମଧ୍ୟ ଆତଙ୍କବାଦୀ ଆକ୍ରମଣରୁ ବର୍ତ୍ତି ନାହିୱ। ତେଣୁ ଭାରତ ବାରମ୍ବାର ଏମିତି ଅଭିଯୋଗ କରିବା ଠିକ୍ ନୁହେଁ। ପାକିସ୍ତାନ ଛୋଟ ଦେଶଟିଏ ହେଲେ ମଧ୍ୟ ତା’ର ବି ଆତ୍ମସମ୍ମାନ ରହିଛି। ଭାରତର ଅନେକ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଛନ୍ତି ବୋଲି ମୁସାରଫ କହିଛନ୍ତି।

ଆହୁରି ପଢ଼ନ୍ତୁ

କୁମ୍ଭୀର ପେଟରୁ ବାହାରିଲା ୧୪ ବର୍ଷୀୟ ବାଳକର ହାଡ଼ କଙ୍କାଳ

ଜେଲରେ ଧସେଇ ପଶିଲେ ବନ୍ଧୁକଧାରୀ, ଅତର୍କିତ ଗୁଳିମାଡ଼ରେ ୨୯ ମୃତ

ଅଯୋଧ୍ୟା ଭୂମି ପୂଜନରେ ପଶିପାରିବେନି ନକଲି ଅତିଥି, କାର୍ଡରେ ରହିଛି କୋଡ ବ୍ୟବସ୍ଥା

ପୁଣି ରିୟାଙ୍କୁ ଟାର୍ଗେଟ କରି ଭିଡିଓ ଜାରି କଲେ ସୁଶାନ୍ତଙ୍କ ବାପା

ଏଣିକି ବର୍ଷକୁ ଦୁଇ ଥର ବୋର୍ଡ ପରୀକ୍ଷା

ଅନନ୍ୟ: ସ୍ୱାମୀଙ୍କୁ ‘ତିନ୍ ତଲାକ୍’ ଦେଲେ ମହିଳା

ରିୟା ଫେରାର ନାହାନ୍ତି, ବିହାର ପୁଲିସ୍‌ ତାଙ୍କୁ ସମନ କରିନି: ଓକିଲ

କାର୍‌ ପୋଡ଼ି ଯବାନଙ୍କୁ ଅପହରଣ କରିନେଲେ ଆତଙ୍କୀ!

ଅମିତ ଶାହଙ୍କୁ କରୋନା ପରେ ଆଇସୋଲେସନରେ ଆଉ ଜଣେ କେନ୍ଦ୍ରମନ୍ତ୍ରୀ

କୁଳଭୂଷଣଙ୍କ ପାଇଁ ପାକିସ୍ତାନ ହାଇକୋର୍ଟରେ ଲଢ଼ିବେ ଓକିଲ, କିନ୍ତୁ…

ଭୂମି ପୂଜନ ନିମନ୍ତ୍ରଣ କାର୍ଡରେ ମୋଦିଙ୍କ ବ୍ୟତୀତ ଏହି ୩ ଜଣଙ୍କ ନାଁ

‘ପ୍ରଧାନମନ୍ତ୍ରୀଙ୍କ ପାଇଁ ମୋର ଚିନ୍ତା’: ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବେନି ଉମା ଭାରତୀ