ଏହି ମଦ୍ରାସାରେ ମୁସଲିମ ପଢ଼ୁଛନ୍ତି ସଂସ୍କୃତ ଓ ହିନ୍ଦୁ ପଢ଼ୁଛନ୍ତି ଉର୍ଦ୍ଦୁ

ଗୋଣ୍ଡା: ସାରା ଦେଶରେ ବିବାଦୀୟ ସିଏଏ ଓ ଏନପିଆରକୁ ନେଇ ବିବାଦ ଜାରି ରହିଛି। ହେଲେ ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାର ୱାଜିରଗଞ୍ଜରେ ହିନ୍ଦୁ-ମୁସଲିମ ଏକତାର ଏକ ଉଦାହରଣ ଦେଖିବାକୁ ମିଳିଛି। ୱାଜିରଗଞ୍ଜର ରସୁଲପୁର ବ୍ଲକରେ ଗୁଲଶନ-ଇ-ବାଗଦାଦ ନାଁରେ ଗୋଟିଏ ମଦ୍ରାସା ରହିଛି। ଏଠାରେ କେବଳ ମୁସଲିମ ଛାତ୍ରଛାତ୍ରୀ ସଂସ୍କୃତ ପାଠ୍ୟକ୍ରମର ଶିକ୍ଷା ଲାଭ କରୁନାହାନ୍ତି। ବରଂ ହିନ୍ଦୁ ଛାତ୍ରଛାତ୍ରୀମାନେ ଉର୍ଦ୍ଦୁ ଶିଖୁଛନ୍ତି। ଏହି ମଦ୍ରାସାରେ ମୋଟ ୨୩୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୩୦ […]

n

n

Hemant Lenka
  • Published: Friday, 24 January 2020
  • Updated: 24 January 2020, 06:22 PM IST

ଗୋଣ୍ଡା: ସାରା ଦେଶରେ ବିବାଦୀୟ ସିଏଏ ଓ ଏନପିଆରକୁ ନେଇ ବିବାଦ ଜାରି ରହିଛି। ହେଲେ ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାର ୱାଜିରଗଞ୍ଜରେ ହିନ୍ଦୁ-ମୁସଲିମ ଏକତାର ଏକ ଉଦାହରଣ ଦେଖିବାକୁ ମିଳିଛି।

ୱାଜିରଗଞ୍ଜର ରସୁଲପୁର ବ୍ଲକରେ ଗୁଲଶନ-ଇ-ବାଗଦାଦ ନାଁରେ ଗୋଟିଏ ମଦ୍ରାସା ରହିଛି। ଏଠାରେ କେବଳ ମୁସଲିମ ଛାତ୍ରଛାତ୍ରୀ ସଂସ୍କୃତ ପାଠ୍ୟକ୍ରମର ଶିକ୍ଷା ଲାଭ କରୁନାହାନ୍ତି। ବରଂ ହିନ୍ଦୁ ଛାତ୍ରଛାତ୍ରୀମାନେ ଉର୍ଦ୍ଦୁ ଶିଖୁଛନ୍ତି। ଏହି ମଦ୍ରାସାରେ ମୋଟ ୨୩୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି।

ଏମାନଙ୍କ ମଧ୍ୟରୁ ୩୦ ଜଣ ହିନ୍ଦୁ ରହିଛନ୍ତି। ସେହିପରି ୫୦ରୁ ଅଧିକ ମୁସଲିମ ସଂସ୍କୃତ ଶିକ୍ଷା ଲାଭ କରୁଛନ୍ତି। ଉର୍ଦ୍ଦୁ ଓ ଆରବିକ ଶିକ୍ଷା ପାଇଁ ଏଠାରେ ଅବଦୁଲ ରଶିଦ ଓ ମହମ୍ମଦ ଶାହିମ ରହିଛନ୍ତି। ସେହିପରି ଅନ୍ୟପାଠକ୍ରମ ପଢ଼ାଇବାକୁ ନରେଶ ବାହାଦୂର ଶ୍ରୀବାସ୍ତବ, ରାମ ସାହି ବର୍ମା, କାମରୁଦ୍ଦିନ ଓ ଅବଦୁଲ କାୟୁମ ରହିଛନ୍ତି।

ଶ୍ରୀବାସ୍ତବ ହିଁ ପିଲାମାନଙ୍କୁ ସଂସ୍କୃତ ଶିକ୍ଷା ଦେଉଛନ୍ତି। ମଦ୍ରାସାର ପ୍ରିନ୍ସିପାଲ କାରି ମହମ୍ମଦ ରଶିଦ କହିଛନ୍ତି, “ଆମେ ପିଲାମାନଙ୍କୁ ଭଲ ଶିକ୍ଷା ଦେବା ପାଇଁ ଚେଷ୍ଟା କରୁଛୁ। ମୁସଲିମ ଛାତ୍ରଛାତ୍ରୀମାନଙ୍କୁ ହିନ୍ଦୀ ଓ ସଂସ୍କୃତ ବ୍ୟତୀତ ଅନ୍ୟ ବିଷୟରେ ମଧ୍ୟ ପଢ଼ାଯାଉଛି।

ଅଣ ମୁସଲିମ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଇଚ୍ଛା ଅନୁସାରେ ଉର୍ଦ୍ଦୁ ଓ ଆରବିକ ଭାଷା ଶିଖାଯାଉଛି। ଏଠାରେ କିଛି ଛାତ୍ରଛାତ୍ରୀ ଉଭୟ ସଂସ୍କୃତ ଓ ଉର୍ଦ୍ଦୁ ପଢ଼ୁଛନ୍ତି। ଏଠାରେ ଉର୍ଦ୍ଦୁ ଓ ସଂସ୍କୃତ ବ୍ୟତୀତ ପିଲାମାନଙ୍କୁ ପାର୍ସି, ହିନ୍ଦୀ,ଇଂରାଜୀ, ଗଣିତ ଓ ବିଜ୍ଞାନ ପାଠ ପଢ଼ାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story