କେମିତି ଆବିଷ୍କାର ହୋଇଥିଲା ଗଲୱାନ ଭ୍ୟାଲି, ଚାଇନା ଦାବିର ଗୁମର ଖୋଲିଲେ ଅମୀନ ଗଲୱାନ

ନୂଆଦିଲ୍ଲୀ: ଲଦାଖର ଗଲୱାନକୁ ନିଜର ବୋଲି ଦାବି କରୁଥିବା ଚାଇନାର ମିଛ ଧରାଇ ଦେଇଛନ୍ତି ମହମ୍ମଦ ଅମୀନ ଗଲୱାନ। ଅମୀନ ଗଲୱାନଙ୍କ ଜେଜେ ବାପାଙ୍କ ବାପା ରସୁଲ ଗଲୱାନ ହିଁ ୧୮୯୦ ମସିହାରେ ପ୍ରଥମେ ଏହି ଗଲୱାନ ଭ୍ୟାଲି ଆବିଷ୍କାର କରିଥିଲେ। ତାଙ୍କ ନାଁ ଅନୁସାରେ ଗଲୱାନ ଭ୍ୟାଲିର ନାମକରଣ କରାଯାଇଛି। ଆଜି ଗଣମାଧ୍ୟମ ଆଗରେ ମହମ୍ମଦ ଅମୀନ ଗଲୱାନ କହିଛନ୍ତି, ମୋ ଜେଜେ ବାପାଙ୍କ ବାପା ରସୁଲ ଗଲୱାନଙ୍କ ନାଁ ଅନୁଯାୟୀ ଗଲୱାନ ଭ୍ୟାଲିର ନାମ […]

fae

fae

Hemant Lenka
  • Published: Saturday, 20 June 2020
  • Updated: 20 June 2020, 03:31 PM IST

Sports

Latest News

ନୂଆଦିଲ୍ଲୀ: ଲଦାଖର ଗଲୱାନକୁ ନିଜର ବୋଲି ଦାବି କରୁଥିବା ଚାଇନାର ମିଛ ଧରାଇ ଦେଇଛନ୍ତି ମହମ୍ମଦ ଅମୀନ ଗଲୱାନ। ଅମୀନ ଗଲୱାନଙ୍କ ଜେଜେ ବାପାଙ୍କ ବାପା ରସୁଲ ଗଲୱାନ ହିଁ ୧୮୯୦ ମସିହାରେ ପ୍ରଥମେ ଏହି ଗଲୱାନ ଭ୍ୟାଲି ଆବିଷ୍କାର କରିଥିଲେ। ତାଙ୍କ ନାଁ ଅନୁସାରେ ଗଲୱାନ ଭ୍ୟାଲିର ନାମକରଣ କରାଯାଇଛି।

ଆଜି ଗଣମାଧ୍ୟମ ଆଗରେ ମହମ୍ମଦ ଅମୀନ ଗଲୱାନ କହିଛନ୍ତି, ମୋ ଜେଜେ ବାପାଙ୍କ ବାପା ରସୁଲ ଗଲୱାନଙ୍କ ନାଁ ଅନୁଯାୟୀ ଗଲୱାନ ଭ୍ୟାଲିର ନାମ କରଣ କରାଯାଇଥିଲା। ବ୍ରିଟିଶ ଅଫିସିଆଲମାନେ ବଡ଼ବଡ଼ ପାହାଡ଼ ମଧ୍ୟରେ ରାସ୍ତା ବାଉଳା ହୋଇ ଯାଇଥିଲେ। ସେମାନେ କୁଆଡ଼େ ଯିବେ ବୋଲି ଜାଣି ପାରି ନଥିଲେ। କିନ୍ତୁ ଏହି ସମୟରେ ରସୁଲ ଗଲୱାନ ହିଁ ସେମାନଙ୍କ ପାଖରେ ଫରିସ୍ତେ ହୋଇ ପହଞ୍ଚିଥିଲେ। ରସୁଲ ଗଲୱାନ ସେମାନଙ୍କୁ ପାହାଡ଼ ରାସ୍ତାରେ ଆଗକୁ ନେଇଥିଲେ ଓ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ଦେଇଥିଲେ।

ରସୁଲ ଗଲୱାନଙ୍କ ମହାନତାକୁ ଦୃଷ୍ଟିରେ ରଖି ତାଙ୍କ ସମ୍ମାନାର୍ଥେ ଉକ୍ତ ଅଞ୍ଚଳକୁ ଗଲୱାନ ଭ୍ୟାଲି ଭାବେ ଘୋଷଣା କରାଯାଇଥିଲା। ମୋ ଜେଜେବାପାଙ୍କ ବାପା ୧୮୯୨-୯୩ରେ ବ୍ରିଟିଶରମାନଙ୍କୁ ବାଟ କଢ଼ାଇ ଗଲୱାନ ଭ୍ୟାଲି ପର୍ଯ୍ୟନ୍ତ ଆଣିଥିଲେ। ସେ ହିଁ ପ୍ରଥମେ ଏହି ଅଞ୍ଚଳକୁ ଠାବ କରିଥିଲେ। ଏହା ପୂର୍ବରୁ କେହି ବି ଏହି ଅଞ୍ଚଳରେ ପହଞ୍ଚି ଥିଲେ। ମୋ ଜେଜେବାପାଙ୍କ ବାପା ବ୍ରିଟିଶରମାନଙ୍କୁ ଏଠାରେ ପହଞ୍ଚିବା ପରେ ସେମାନେ ତାଙ୍କୁ ଧନ୍ୟବାଦ ଦେବା ସହ ନିଜର ଲକ୍ଷ୍ୟସ୍ଥଳକୁ ବେଶ ଆରାମରେ ଯାଇପାରିଥିଲେ।

ଏହି ଅଞ୍ଚଳକୁ ମୋ ଜେଜେ ବାପାଙ୍କ ବାପା ଠାବ କରିଥିବାରୁ ବ୍ରିଟିଶରମାନେ ତାଙ୍କ ନାଁ ଅନୁସାରେ ଉକ୍ତ ଅଞ୍ଚଳକୁ ଗଲୱାନ ଭାବେ ନାମିତ କରିଥିଲେ ବୋଲି ସେ କହିଛନ୍ତି।

ଚାଇନା ଉକ୍ତ ଅଞ୍ଚଳକୁ ନିଜର ବୋଲି ଦାବି କରୁଥିବା ପ୍ରସଙ୍ଗରେ ଅମୀନ ଗଲୱାନ କହିଛନ୍ତି, “ଏହି ଅଞ୍ଚଳ ସର୍ବଦା ଭାରତର ଅଂଶ ବିଶେଷ ଭାବେ ରହିଥିଲା ଓ ରହିବ। ଭାରତୀୟ ସେନା ଚାଇନା ଯବାନଙ୍କୁ ସେଠାରେ ପଛକୁ ନେବା ଦରକାର। ଚାଇନା ଯେଉଁ ଦାବି କରୁଛି, ସେନେଇ କୌଣସି ପ୍ରମାଣ ନାହିଁ।

ଆମ ପାଖରେ(ଭାରତ) ସବୁ ପ୍ରମାଣ ରହିଛି। ମୋ ଜେଜେ ବାପାଙ୍କ ବାପା ଥରେ ନୁହେଁ ହଜାରେ ଥର ସେଠାକୁ ଯାଇଥିଲେ ଓ ତାଙ୍କ ନାଁ ଅନୁସାରେ ଏହି ଅଞ୍ଚଳର ପରିଚୟ ହାସଲ କରିଥିଲା। ଏହାପରେ ସମଗ୍ର ବିଶ୍ୱ ଓ ବ୍ରିଟିଶରମାନେ ଗଲୱାନ ସମ୍ପର୍କରେ ଜାଣିଥିଲେ।”

ଗଲୱାନ ଭ୍ୟାଲିରେ ସୋମବାର ଭାରତ ଓ ଚାଇନା ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି।

ଏପରି ସ୍ଥିତିରେ ଚାଇନା ଗଲୱାନ ଭ୍ୟାଲିକୁ ନିଜର କହିଛି ଓ ଦୀର୍ଘ ବର୍ଷ ହେଲାଣି ଏଠାରେ ପ୍ୟାଟ୍ରୋଲିଂ କରୁଥିବା ଦାବି କରିଛି। ଏବେ ତା’ର ମିଛକୁ ଅମୀନ ଗଲୱାନ ପର୍ଦ୍ଦାଫାସ କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story