ଜେଲରେ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ନଳୀନିର ଆତ୍ମହତ୍ୟା ଉଦ୍ୟମ!

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ନଳୀନି ଶ୍ରୀହରନ ଏବେ ଆତ୍ମହତ୍ୟା ଉଦ୍ୟମ କରିଛି। ସୋମବାର ରାତିରେ ଭେଲ୍ଲୋର ଜେଲର ଯେଉଁ ସେଲରେ ସେ ରହୁଛି, ସେହିଠାରେ ହିଁ ଜୀବନ ହାରିବାକୁ ଚେଷ୍ଟା କରିଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି। ତେବେ ପୁଲିସ୍‌ ଓ ଜେଲ କର୍ତ୍ତୃପକ୍ଷ ନଳୀନଙ୍କ ଓକିଲ କରିଥିବା ଦାବିକୁ ଖଣ୍ଡନ କରିଛନ୍ତି।

ପୁଲିସ୍‌ କହିଛି ଯେ ନଳୀନି କେବଳ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲା। କିନ୍ତୁ ସେ କୌଣସି ପ୍ରକାରର ଆତ୍ମହତ୍ୟା ଉଦ୍ୟମ କରିନାହିଁ। ସେ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି। ନଳୀନି ଦୀର୍ଘ ୨୮ ବର୍ଷ ହେଲାଣି ଜେଲରେ ବନ୍ଦୀ ଭାବେ ରହିଛି। ଜେଲରେ ରହୁଥିବା ବେଳେ ସେ ଦାଦାଗିରି ଆରମ୍ଭ କରିଛି। ମହିଳା ସେଲରେ ରହୁଥିବା ଆଉ ଜଣେ କଏଦୀଙ୍କୁ ସେ ନିଜର ହେଲପର ଭାବେ ବ୍ୟବହାର କରି ନିର୍ଯାତନା ଦେଉଥିବା ଜଣାପଡ଼ିଛି।

ନିର୍ଯାତନାର ଶିକାର ହେଉଥିବା କଏଦୀ ଜଣଙ୍କ ଏନେଇ ଜେଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ଏହାପରେ ଜେଲ ୱାର୍ଡନ ମଧ୍ୟ ସୋମବାର ସ୍ଥିତିର ଯାଞ୍ଚ କରିଥିଲେ। ତେବେ ତଦନ୍ତରେ ନଳୀନି ଆଦୌ ସହଯୋଗ କରି ନଥିଲା। ଏପରି କି ତା’କୁ ଅଧିକ ପଚରାଉଚରା କଲେ ସେ ଆତ୍ମହତ୍ୟା କରିଦେବ ବୋଲି ଧମକ ଦେଇଥିଲା। ଏହାଶୁଣି ଅନ୍ୟ କଏଦୀ ଓ ତଦନ୍ତ କରୁଥିବା ଅଧିକାରୀମାନେ ସେ ରହୁଥିବା ସେଲରୁ ଚାଲି ଆସିଥିଲେ ବୋଲି ପୁଲିସ୍‌ କହିଛି।

ଅନ୍ୟପକ୍ଷରେ ନଳୀନିଙ୍କ ଓକିଲ କହିଛନ୍ତି, ଯାଞ୍ଚ ବେଳେ ନଳୀନିଙ୍କୁ ନିର୍ଯାତନା ଦିଆଯାଇଥିଲା। ଏହାକୁ ନେଇ ଯୁକ୍ତିତର୍କ ମଧ୍ୟ ଦେଖିବାକୁ ମିଳିଥିଲା। ସୋମବାର ରାତି ପ୍ରାୟ ୮.୩୦ରେ ଏହାକୁ କେନ୍ଦ୍ର କରି ସେ ଗୋଟିଏ କପଡ଼ା ଦ୍ୱାରା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ହିଁ ଜେଲ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରି ତା’କୁ ଉଦ୍ଧାର କରିଥିବା ଓକିଲ ଜଣଙ୍କ କହିଛନ୍ତି।

ଆହୁରି ପଢ଼ନ୍ତୁ

ସୁପର କିଙ୍ଗସ୍ ବିପକ୍ଷ ମ୍ୟାଚ୍ ଖେଳିବେନି ବଟଲର୍

ବିଗତ ଚାରି ବର୍ଷରେ କେତେ ଜଣଙ୍କୁ ଭାରତର ନାଗରିକତ୍ୱ ଦିଆଯାଇଛି?

ଦେହଜୀବୀଙ୍କୁ ସହଯୋଗ କରିବା ପାଇଁ ରାଜ୍ୟକୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ

ନୌସେନାର ହେଲିକପ୍ଟର ବିଭାଗରେ ଦୁଇ ମହିଳା ଅଧିକାରୀ ସାମିଲ୍

ତବଲିଗି ଜମାତ ପାଇଁ କରୋନା ସଂକ୍ରମଣ ବ୍ୟାପିଛି: ଗୃହ ମନ୍ତ୍ରାଳୟ

ଆଜି ଚ୍ୟାଲେଞ୍ଜର୍ସ ସହ ରାଇଜର୍ସ ଟକ୍କର

ମୁମ୍ୱାଇ ଏନସିବି ବିଲ୍ଡିଂରେ ଅଗ୍ନିକାଣ୍ଡ

ଡ୍ରଗ୍ସ ଲିଙ୍କ୍: ଏନସିବି ରାଡାରରେ ଆଉ ଜଣେ ବଲିଉଡ ଅଭିନେତ୍ରୀ

ଲାଲୁ ଜେଲରେ ଥାଇ ପ୍ରତିଦିନ ଫୋନରେ କଥା ହେଉଛନ୍ତି: ଆରଜେଡି ନେତା

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ତାଜମହଲ

ସୁପର୍‌ ଓଭରରେ ବାଜି ମାରିନେଲା ଦିଲ୍ଲୀ କ୍ୟାପିଟାଲ୍ସ

ଆଜିଠୁ ଏହି ସବୁ ରାଜ୍ୟରେ ଖୋଲିବ ସ୍କୁଲ; ନିଜ ଇଚ୍ଛାରେ ଆସିବେ ପିଲା