ପ୍ରଣବ ଦା’ଙ୍କ ବିୟୋଗରେ କ’ଣ କହିଲେ ରାଷ୍ଟ୍ରପତିଙ୍କ ଠାରୁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ଓ ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କର ଆଜି ଦେହାନ୍ତ ହୋଇଛି। ତାଙ୍କ ପରଲୋକରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ଅନେକ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ସମସ୍ତଙ୍କ ସହ ପ୍ରଣବ ଦା’ଙ୍କ ସମ୍ପର୍କ ବେଶ ସୁମଧୁର ଥିବାରୁ ତାଙ୍କ ବିୟୋଗରେ ସମସ୍ତେ ମର୍ମାହତ ହୋଇଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ: ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ଖବର ଶୁଣି ହୃଦୟରେ ଖୁବ୍ ଆଘାତ ଲାଗିଛି। ତାଙ୍କ ଦେହାନ୍ତ ଏକ ଯୁଗର ଅବସାନ। ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ପରିବାର, ବନ୍ଧୁ ପରିଜନ ଏବଂ ସମସ୍ତ ଦେଶବାସୀଙ୍କ ପ୍ରତି ମୁଁ ଗଭୀର ଶୋକ ସମବେଦନା ଜଣାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ‘ଭାରତ ରତ୍ନ’ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ଦେଶବାସୀଙ୍କୁ ମର୍ମାହତ କରିଛି। ସେ ଜଣେ ଷ୍ଟେଟ୍ସମ୍ୟାନ୍ ଥିଲେ, ଯିଏ ରାଜନୀତିକ ଓ ସାମାଜିକ କ୍ଷେତ୍ରରେ ନିଜର ଛାପ ଛାଡ଼ିଛନ୍ତି। ପ୍ରଣବ ମୁଖାର୍ଜୀ ନିଜର ରାଜନୀତିକ କ୍ୟାରିୟର ମଧ୍ୟରେ ଆର୍ଥିକ ଓ ସାମରିକ କ୍ଷେତ୍ରରେ ବିଶେଷ ଯୋଗଦାନ କରିଛନ୍ତି। ସେ ଜଣେ ଅତ୍ୟନ୍ତ ଉତ୍ତମ ସାଂସଦ ଥିଲେ, ଯିଏ ସର୍ବଦା ଜବାବ ଦେବା ପାଇଁ ପ୍ରସ୍ତୁତ ରହୁଥିଲେ।

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ: ‘ଭାରତ ରତ୍ନ’ ପ୍ରଣବ ମୁଖାର୍ଜୀ ଜଣେ ଉଜ୍ଜ୍ୱଳ ନେତା ଥିଲେ, ଯିଏ ଦେଶର ସେବା କରିଛନ୍ତି। ପ୍ରଣବ ଜୀ’ଙ୍କର ରାଜନୀତିକ କ୍ୟାରିୟର ପୂରା ଦେଶ ପାଇଁ ଗର୍ବର କଥା। ପ୍ରଣବ ଦା’ ନିଜର ପୂରା ଜୀବନ ଦେଶର ସେବାରେ ଲଗାଇଛନ୍ତି। ତାଙ୍କର ଦେହାନ୍ତ ପରେ ଦେଶକୁ ବଡ଼ କ୍ଷତି ପହଞ୍ଚାଇଛି। ତାଙ୍କ ପରିବାର ଓ ଅନୁଗାମୀଙ୍କୁ ମୋର ଗଭୀର ସମଦେବନା। ଓମ୍ ଶାନ୍ତି ଶାନ୍ତି ଶାନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ: ପ୍ରଣବ ଦା’ଙ୍କ ଚରିତ୍ର ସରଳତା, ସଚ୍ଚୋଟତାରେ ଭରପୂର ଥିଲା। ସେ ସମ୍ପୂର୍ଣ୍ଣ ନିଷ୍ଠାର ସହ ଦେଶର ସେବା କରିଛନ୍ତି। ସାଧାରଣ ଜୀବନରେ ତାଙ୍କର ଅବଦାନ ମଧ୍ୟ ଅମୂଲ୍ୟ ଥିଲା। ତାଙ୍କ ଶୋକସନ୍ତପ୍ତ ପରିବାରକୁ ମୋର ଗଭୀର ସମବେଦନା। ଓମ୍ ଶାନ୍ତି

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ: ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ଖବର ପାଇ ଦୁଃଖିତ। ଦୀର୍ଘ ଦଶନ୍ଧି ଧରି ସେ ବିଭିନ୍ନ କ୍ଷମତା ସହ ଦେଶର ସେବା କରିଛନ୍ତି। ସମୟାନୁକ୍ରମେ, ଦେଶ ତାଙ୍କର ବିଚକ୍ଷଣ ବୃଦ୍ଧି ଦ୍ୱାରା ଲାଭାନ୍ୱିତ ହୋଇଛି। ଭାରତ ଜଣେ ଅଭିଜ୍ଞ ନେତାକୁ ହରାଇଛି।

ରାହୁଲ୍‌ ଗାନ୍ଧି: ଆମର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦୁଃଖଦ ଦେହାନ୍ତ ଖବର ପାଇଲି। ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଦେଶ ସହ ସାମିଲ୍ ହୋଇଛି। ଶୋକ ସନ୍ତପ୍ତ ପରିବାର ଓ ବନ୍ଧୁଜନଙ୍କ ପ୍ରତି ମୋର ଗଭୀର ସମବେଦନା।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ: ଗଭୀର ଦୁଃଖର ସହ ଲେଖୁଛି ଯେ ଆମକୁ ଛାଡ଼ି ଚାଲିଗଲେ ‘ଭାରତ ରତ୍ନ’ ପ୍ରଣବ ମୁଖାର୍ଜୀ। ଏହା ସହ ଏକ ଯୁଗର ଅବସାନ ଘଟିଛି। ଦଶନ୍ଧି ଧରି ସେ ପିତା ସଦୃଶ ଥିଲେ। ସାଂସଦ ଭାବେ ମୋର ପ୍ରଥମ ବିଜୟଠାରୁ ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କ ସହ ମୋର ଅନେକ ସ୍ମରଣୀୟ ମୁହୂର୍ତ୍ତ ରହିଛି। ଏବେ ପ୍ରଣବ ଦା’ଙ୍କ ବିନା ଦିଲ୍ଲୀ ଯିବା କଳ୍ପନା କରିହେବନି। ରାଜନୀତିଠାରୁ ଆରମ୍ଭ କରି ଅର୍ଥନୀତି ପର୍ଯ୍ୟନ୍ତ, ସବୁଥିରେ ସେ କିମ୍ବଦନ୍ତୀ ଥିଲେ। ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ପୂର୍ବତନ ରାଷ୍ଟ୍ରପତିଙ୍କ ଦେହାନ୍ତ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ପ୍ରଣବ ଦା’ ଜଣେ ବିଚକ୍ଷଣ ବକ୍ତା ଓ ମେଧାବୀ ଥିଲେ। ଶାସନରେ ତାଙ୍କର ଅଭିଜ୍ଞତା ସହ କେହି ବି ସମକକ୍ଷ ହୋଇପାରିବେ ନାହିଁ। ଜାତୀୟ ପ୍ରସଙ୍ଗରେ ସହମତି ସୃଷ୍ଟି କରିବାରେ ତାଙ୍କର ଅତୁଳନୀୟ ଦକ୍ଷତା ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ।

ଆହୁରି ପଢ଼ନ୍ତୁ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କରୋନା ସହିତ ଡେଙ୍ଗୁରେ ଆକ୍ରାନ୍ତ

ଶୁକ୍ରବାର ଏନସିବି ଆଗରେ ହାଜର ହେବେନି ଦୀପିକା

କୃଷି ବିଲକୁ ଜୋରଦାର ବିରୋଧ, ପଞ୍ଜାବରେ ରେଳ ରୋକ୍

କଙ୍ଗନାଙ୍କ ଯାଚିକା ନେଇ ସଞ୍ଜୟଙ୍କୁ ଜବାବ ମାଗିଲେ ହାଇକୋର୍ଟ

ବିଭିନ୍ନ ଠିକଣାରେ ରେଡ୍, ୭୦ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଠାବ

ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କ ପରଲୋକ

ବିବାହକୁ ମାସେ ନ ପୁରୁଣୁ ପୁନମ ପାଣ୍ଡେଙ୍କ ବଡ଼ ନିଷ୍ପତ୍ତି

ଆଶ୍ଚର୍ଯ୍ୟଜନକ ଭାବେ ଟ୍ରେନ୍‌ ଟ୍ରାକ୍‌ରୁ ବର୍ତ୍ତିଗଲା ଦୁଇ ବର୍ଷ ବୟସ୍କ ବାଳକ!

ଲକଡାଉନ୍ ବେଳେ ନଦୀ ପାଣିର ମାନ ସେତେଟା ବୃଦ୍ଧି ପାଇନି

କରୋନା ପାଇଁ ଭାରତରେ ପ୍ରାୟ ୨ କୋଟି ଚାକିରି ହରାଇଲେଣି

ଅକ୍ଟୋବର ୨୨ ଯାଏ ବିଚାର ବିଭାଗୀୟ ହେପାଜତକୁ ଗଲେ ଉମର ଖାଲିଦ

ସମନ ପାଇବା ପରେ ଗୋଆ ଛାଡ଼ିଲେ ସାରା