ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି, ମୃତ୍ୟୁସଂଖ୍ୟା ୨୯୦ ଛୁଇଁଲା

କଲମ୍ବୋ: ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଗତକାଲି ସଂଘଟିତ ସିରିଜ୍‌ ବୋମା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୨୯୦ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ୮ ଜଣ ଭାରତୀୟ ରହିଥିବା ଜଣାପଡ଼ିଛି। ଆଜି ବି ବିଭିନ୍ନ ସ୍ଥାନରୁ ସର୍ଚ୍ଚ ଅପରେଶନ ବେଳେ ୮୭ଟି ଜୀବନ୍ତ ବୋମା ମିଳିଛି। ସେହିପରି ସେଣ୍ଟ ଆଣ୍ଟୋନୀ ଚର୍ଚ୍ଚ ବାହାରେ ପୁଣିଥରେ ବୋମା ବିସ୍ଫୋରଣ ହୋଇଛି। ଏକ ଭ୍ୟାନ୍‌କୁ ଯାଞ୍ଚ କରାଯାଉଥିବା ବେଳେ ଏହା ମଧ୍ୟରେ ଥିବା ବୋମା ଫୁଟିଯାଇଥିଲା। ସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ […]

sh

sh

Hemant Lenka
  • Published: Monday, 22 April 2019
  • Updated: 22 April 2019, 08:20 PM IST

Sports

Latest News

କଲମ୍ବୋ: ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଗତକାଲି ସଂଘଟିତ ସିରିଜ୍‌ ବୋମା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୨୯୦ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ୮ ଜଣ ଭାରତୀୟ ରହିଥିବା ଜଣାପଡ଼ିଛି। ଆଜି ବି ବିଭିନ୍ନ ସ୍ଥାନରୁ ସର୍ଚ୍ଚ ଅପରେଶନ ବେଳେ ୮୭ଟି ଜୀବନ୍ତ ବୋମା ମିଳିଛି। ସେହିପରି ସେଣ୍ଟ ଆଣ୍ଟୋନୀ ଚର୍ଚ୍ଚ ବାହାରେ ପୁଣିଥରେ ବୋମା ବିସ୍ଫୋରଣ ହୋଇଛି। ଏକ ଭ୍ୟାନ୍‌କୁ ଯାଞ୍ଚ କରାଯାଉଥିବା ବେଳେ ଏହା ମଧ୍ୟରେ ଥିବା ବୋମା ଫୁଟିଯାଇଥିଲା। ସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ରାଷ୍ଟ୍ରପତି ମୈଥ୍ରୀପାଲ ସିରସେନା ଦେଶରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଆଜି ମଧ୍ୟରାତ୍ରରୁ ଏହା କାର୍ଯ୍ୟକାରୀ ହେବ।

ଆଜି ରାଷ୍ଟ୍ରପତି ସିରସେନା ଜାତୀୟ ସୁରକ୍ଷା ପରାମର୍ଶଦାତା ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ସୁରକ୍ଷାକର୍ମୀଙ୍କୁ ସ୍ୱତନ୍ତ୍ର କ୍ଷମତା ମିଳିଛି। ଅନ୍ୟପକ୍ଷରେ ଖ୍ରୀଷ୍ଟଧର୍ମର ପବିତ୍ର ଇଷ୍ଟର ରବିବାରରେ ଶ୍ରୀଲଙ୍କାରେ ସଂଘଟିତ ଗଣସଂହାର ପଛରେ ସ୍ଥାନୀୟ ମୌଳବାଦୀ ଇସଲାମିଷ୍ଟ ଗ୍ରୁପ୍‌ ନ୍ୟାଶନାଲ ଥୋୱେଥ ଜାମାତ(ଏନ୍‌ଟିଜେ)ର ହାତ ରହିଛି। ୮ଟି ବିସ୍ଫୋରଣରୁ ୭ଟି ଆତ୍ମଘାତୀ ଆତଙ୍କୀଙ୍କ ଦ୍ୱାରା କରାଯାଇଥିବା ଆଜି ସରକାରୀ ମୁଖପାତ୍ର ରଜିତା ସେନରତ୍ନେ କହିଛନ୍ତି।

ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଏହି ନରସଂହାର ଘଟଣାରେ ୨୯୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଯୋଜନାବଦ୍ଧ ଢଙ୍ଗରେ ଏହି ସଂଗଠନ ଏଭଳି ଆକ୍ରମଣକୁ ଚୂଡ଼ାନ୍ତ ରୂପ ଦେଇଛି। ଅନ୍ତର୍ଜାତୀୟ ସଂଗଠନର ସହାୟତାରେ ସ୍ଥାନୀୟ ବିଦ୍ରୋହୀ ଗୋଷ୍ଠୀ ଏଭଳି ଭୟଙ୍କର ଆକ୍ରମଣ କରିଛନ୍ତି। ଆତ୍ମଘାତୀ ଆକ୍ରମଣ କରିଥିବା ୭ ଜଣ ଆତଙ୍କୀ ଶ୍ରୀଲଙ୍କାର ନାଗରିକ। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୪ ଜଣଙ୍କୁ ଗିରଫ କରାଯାଇଛି।

ଏହି ଘଟଣାକୁ ଇଣ୍ଟରପୋଲ ଗୁରୁତ୍ୱର ସହ ନେଇଛି। ଏଥିପାଇଁ ଆଜି ଇଣ୍ଟରପୋଲର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ରାଷ୍ଟ୍ରପତି ମଧ୍ୟ ଏ ୩ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି ଆସନ୍ତା ୨ ସପ୍ତାହ ମଧ୍ୟରେ ତଦନ୍ତ କରି ତା’ର ରିପୋର୍ଟ ଦେବ। ଶ୍ରୀଲଙ୍କା ସରକାର ଏହି ଭୟଙ୍କର ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି। ବିସ୍ଫୋରଣରେ ପୀଡ଼ିତ ଲୋକଙ୍କୁ ସରକାରର ଦଶ ଲକ୍ଷ ଶ୍ରୀଲଙ୍କା ଟଙ୍କା ମିଳିବ। ସେହିପରି ଅନ୍ତିମ ସଂସ୍କାର ପାଇଁ ୧ ଲକ୍ଷ ଶ୍ରୀଲଙ୍କା ଟଙ୍କା ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story