ଦିଲ୍ଲୀ ମଇଦାନରେ କଂଗ୍ରେସ ପାଇଁ ପ୍ରଚାର କରିବେ ସିଦ୍ଧୁ

ନୂଆଦିଲ୍ଲୀ: ଦୀର୍ଘ ଦିନ ହେଲା ନିଜର ତୁଣ୍ଡ ପାଇଁ ବିବାଦରେ ଫସି ଲୋକଲୋଚନରୁ ଦୂରେଇ ରହିଥିବା ନବଜୋତ ସିଂହ ସିଦ୍ଧୁ ପୁଣି ମଇଦାନକୁ ଓହ୍ଲାଇବେ। ସିଦ୍ଧୁଙ୍କୁ ଶେଷରେ କଂଗ୍ରେସ ପକ୍ଷରୁ ଦଳ ପାଇଁ ପ୍ରଚାର କରିବାକୁ ଅନୁମତି ମିଳିଛି। ଆସନ୍ତା ୮ ତାରିଖରେ ଦିଲ୍ଲୀ ବିଧାନସଭା ପାଇଁ ଭୋଟ ପଡ଼ିବ। ଏହାପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କଂଗ୍ରେସ ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକା ଜାରି କରିଛି। ଏଥିରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା […]

s

s

Hemant Lenka
  • Published: Wednesday, 22 January 2020
  • Updated: 22 January 2020, 04:39 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ଦିନ ହେଲା ନିଜର ତୁଣ୍ଡ ପାଇଁ ବିବାଦରେ ଫସି ଲୋକଲୋଚନରୁ ଦୂରେଇ ରହିଥିବା ନବଜୋତ ସିଂହ ସିଦ୍ଧୁ ପୁଣି ମଇଦାନକୁ ଓହ୍ଲାଇବେ। ସିଦ୍ଧୁଙ୍କୁ ଶେଷରେ କଂଗ୍ରେସ ପକ୍ଷରୁ ଦଳ ପାଇଁ ପ୍ରଚାର କରିବାକୁ ଅନୁମତି ମିଳିଛି। ଆସନ୍ତା ୮ ତାରିଖରେ ଦିଲ୍ଲୀ ବିଧାନସଭା ପାଇଁ ଭୋଟ ପଡ଼ିବ। ଏହାପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କଂଗ୍ରେସ ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକା ଜାରି କରିଛି।

ଏଥିରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଭଦ୍ରା ଗାନ୍ଧି ଓ ନବଜୋତ ସିଂହ ସିଦ୍ଧୁଙ୍କ ନାଁ ରହିଛି। ପ୍ରଚାର ତାଲିକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନାଁକୁ ସାମିଲ କରାଯାଇଛି। ଗତବର୍ଷ ଜୁଲାଇ ମାସରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ସହ ମତାନ୍ତର ଯୋଗୁ ସିଦ୍ଧୁ ମନ୍ତ୍ରୀ ପଦ ଛାଡ଼ିଥିଲେ।

ଏହାପରେ ସେ ସକ୍ରିୟ ରାଜନୀତିରୁ ଦୂରେଇ ରହିଥିଲେ। ଗତବର୍ଷ ହରିଆଣା ନିର୍ବାଚନ ବେଳେ ଷ୍ଟାର ପ୍ରଚାରକ ତାଲିକାରୁ ସିଦ୍ଧୁଙ୍କ ନାଁକୁ ବାଦ ଦିଆଯାଇଥିଲା। ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥ ପାଠ ଉତ୍ସବରେ ଯୋଗଦେବା ଦିନଠାରୁ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ସେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଖୋଲାଖୋଲି ବିରୋଧ ମଧ୍ୟ କରିଥିଲେ।

ଶେଷରେ ଅମରିନ୍ଦରଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କ ଗୁରୁତ୍ୱକୁ ହ୍ରାସ କରାଯାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସିଦ୍ଧୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ଏବେ କିନ୍ତୁ କଂଗ୍ରେସ ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି।

ସେହିପରି ଷ୍ଟାର ପ୍ରଚାରକ ତାଲିକାରେ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ନାଁ ରହିଛି। ଫିଲ୍ମ ତାରକାରୁ ରାଜନେତା ହୋଇଥିବା ରାଜ ବବର, ଶତୃଘ୍ନ ସିହ୍ନା, ଖୁସୁବ ସୁନ୍ଦର ଓ ନଗାମା ମଧ୍ୟ କଂଗ୍ରେସ ପାଇଁ ଦିଲ୍ଲୀରେ ପ୍ରଚାର କରିବେ। ଗତ ନିର୍ବାଚନରେ କଂଗ୍ରେସ ଏଠାରେ ଖାତା ଖୋଲି ପାରି ନଥିଲା। ଏଥର ଦଳ ଭଲ ପ୍ରଦର୍ଶନ କରିବ ବୋଲି ଲକ୍ଷ୍ୟ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos