ରାହୁଲ ଆଖୁ, ବିଜେପି ବାଉଁଶ !

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): କଥା କଥାରେ ହସର ଫୁଆରା ଛୁଟାଉଥିବା ସିଦ୍ଦୁ ଆଜି ବି ହସେଇଲା ଭଳି କଥା ପଦେ କହିଛନ୍ତି। ଯାହାକୁ ଶୁଣି ଆପଣ ବି ତାଙ୍କ ଷ୍ଟାଇଲରେ କହିବେ “ଠୋକୋ ତାଲି” । ଆମେ ଆପଣଙ୍କୁ AICCI ବୈଠକ ସମ୍ପର୍କରେ କହିବାକୁ ଯାଉଛୁ। ପଞ୍ଜାବର ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଦୁ କଂଗ୍ରେସର ଏହି ୮୪ତମ ମହାଧିବେଶନରେ ଯୋଗଦେଇ ୨୦୧୯ ସାଧାରଣ ନିର୍ବାଚନ କଥା ଉଠାଇଛନ୍ତି। କହିଛନ୍ତି, ଏଥର ତାଙ୍କ ଦଳ ଆସୁଛି। ସବୁ […]

123

123

Rakesh Mallick
  • Published: Sunday, 18 March 2018
  • Updated: 18 March 2018, 07:16 PM IST

Sports

Latest News

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): କଥା କଥାରେ ହସର ଫୁଆରା ଛୁଟାଉଥିବା ସିଦ୍ଦୁ ଆଜି ବି ହସେଇଲା ଭଳି କଥା ପଦେ କହିଛନ୍ତି। ଯାହାକୁ ଶୁଣି ଆପଣ ବି ତାଙ୍କ ଷ୍ଟାଇଲରେ କହିବେ “ଠୋକୋ ତାଲି” । ଆମେ ଆପଣଙ୍କୁ AICCI ବୈଠକ ସମ୍ପର୍କରେ କହିବାକୁ ଯାଉଛୁ। ପଞ୍ଜାବର ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଦୁ କଂଗ୍ରେସର ଏହି ୮୪ତମ ମହାଧିବେଶନରେ ଯୋଗଦେଇ ୨୦୧୯ ସାଧାରଣ ନିର୍ବାଚନ କଥା ଉଠାଇଛନ୍ତି। କହିଛନ୍ତି, ଏଥର ତାଙ୍କ ଦଳ ଆସୁଛି। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରାହୁଲ ଗାନ୍ଧିଙ୍କ ନେତୃତ୍ୱାଧୀନ ସରକାର ବନିବାକୁ ଯାଉଛି।

ଏ କଥା ପଢି ଆପଣ ଭାବୁଥିବେ ଏଥିରେ ନୂଆ କ’ଣ ? ସବୁଥର ଭଳି କଂଗ୍ରେସ ଏଥର ବି ଜିତିବାର ଆଶା ରଖିଥିବା କଥା କହିଛି। ଯେମିତି ସବୁ ଦଳ କହିଥାନ୍ତି। ହେଲେ କଥାଟା ଟିକେ ଅଲଗା। ସିଦ୍ଦୁ ଭାଷଣ ଛଳରେ କହିଛନ୍ତି “କଂଗ୍ରେସ ମୁଖିଆ ରାହୁଲ କୁଆଡେ ଆଖୁ ଆଉ ବିଜେପି ବାଉଁଶ ଭଳି ପୋଲା।’ ଏହି କଥା କହିଲା ବେଳେ ଅଧିବେଶନରେ ଉପସ୍ଥିତ ଲୋକେ ଧୂମ୍‌ ତାଳି ମାରିଥିଲେ। କଥା କଥାରେ ଅନ୍ୟକୁ ହସେଇବାରେ ମାହିର କଂଗ୍ରେସର ଏହି ବରିଷ୍ଠ ନେତା ଜଣଙ୍କ କଥା ଶୁଣି ଦଳ ଜିତିବାର ଆଶା ବାନ୍ଧି ବସିଛି। ଆଉ ଭାଷଣ ଶୁଣି ଦଳର ନେତା କହୁଛନ୍ତି ବାବୁ ଖାଲି ହସେଇବାରେ ନୁହେଁ ରାଜନୀତିରେ ବି ମାହିର ହୋଇଗଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos