ସୁଶାନ୍ତଙ୍କ ମୃତ୍ୟୁ: ଡ୍ରଗ୍ସ ଲିଙ୍କର ଖୋଳତାଡ଼ କରିବ ଏନସିବି, ସ୍କାନରରେ ରିୟା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି। ସୁଶାନ୍ତ ସିଂହ ରାଜପୁତ ଡ୍ରଗ୍ସ ସେବନ କରୁଥିବା ନେଇ ତଥ୍ୟ ସାମ୍ନାକୁ ଆସିବା ପରେ ଘଟଣାର ମୋଡ଼ ପୂରା ବଦଳି ଯାଇଛି। ପୂର୍ବରୁ ବଲିଉଡରେ ଥିବା ପ୍ରିୟାପ୍ରୀତି ତୋଷଣ ଓ ଡିପ୍ରେସନ ପ୍ରସଙ୍ଗକୁ ନେଇ ଖୋଳତାଡ଼ ଚାଲିଥିବା ବେଳେ ଏବେ ଡ୍ରଗ୍ସ ଲିଙ୍କ ପୂରା ଘଟଣାକୁ ଆହୁରି ରହସ୍ୟମୟ କରି ଦେଇଛି।

ଏନେଇ ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ମାମଲା ରୁଜୁ କରିଛି। ରିୟା ହିଁ ଏକାଧିକ ନିଶା ବେପାରୀଙ୍କ ଯୋଗାଯୋଗରେ ଥିଲେ ଓ ସେ ହିଁ ସୁଶାନ୍ତଙ୍କୁ ଡ୍ରଗ୍ସ ଦେବା ସହ ନିଜେ ମଧ୍ୟ ଏହାକୁ ନେଉଥିଲେ ବୋଲି ଅଭିଯୋଗ ହୋଇଛି। ଏବେ ଏନସିବି ରିୟାଙ୍କୁ ଡ୍ରଗ୍ସ ବେପାରର ଷଡ଼ଯନ୍ତ୍ରକାରୀ ଭାବେ ବିବେଚନା କରୁଛି। ତାଙ୍କୁ ଅଭିଯୁକ୍ତ ଭାବେ ମଧ୍ୟ ଦର୍ଶାଯାଇଛି।

ପୂର୍ବରୁ ଇଡି ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଯେଉଁମାନଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲା ଏବେ ଏନସିବି ମଧ୍ୟ ସେମାନଙ୍କୁ ଡ୍ରଗ୍ସ ଲିଙ୍କରେ ଅଭିଯୁକ୍ତ ଭାବେ ଦର୍ଶାଇଛି। ଏହାର ଅର୍ଥ ରିୟାଙ୍କ ବ୍ୟତୀତ ତାଙ୍କ ଭାଇ ସୌଭିକ, ରିୟାଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହ ଓ ଶ୍ରୁତି ମୋଦି ମଧ୍ୟ ଏନସିବି ସ୍କାନରରେ ରହିଛନ୍ତି।

ରିୟା ପୁଣେ ସ୍ଥିତ ଡ୍ରଗ୍ସ ବେପାରୀ ଗୌରବ ଆରିୟାଙ୍କ ଯୋଗାଯୋଗରେ ରହିଥିଲେ ବୋଲି ଏନସିବି ଜାଣିବାକୁ ପାଇଛି। ଗୌରବ ଏବେ ଗୋଆରେ ତା’ର ଡ୍ରଗ୍ସ କାରବାର ଜାରି ରଖିଛି। ତେଣୁ ତା’କୁ ମଧ୍ୟ ଏନସିବି ତଦନ୍ତରେ ସାମିଲ କରିବ।

ରିୟା କେଉଁ ଡ୍ରଗ୍ସ ବେପାରୀଙ୍କ ସହ ଯୋଗାଯୋଗରେ ଥିଲେ? ରିୟା କେବେ ଓ କେଉଁଠି ପାର୍ଟି କରିଥିଲେ? ରିୟା ଓ ତାଙ୍କ ସହଯୋଗୀମାନେ କେଉଁ ହୋଟେଲକୁ ଯାଇଥିଲେ? ସେମାନେ କେତେ ଥର ବିଦେଶ ଯାତ୍ରା କରିଥିଲେ? ସେସବୁର ଖୋଳତାଡ଼ ଏନସିବି କରିବ।

ଏହା ବ୍ୟତୀତ ରିୟାଙ୍କ ସାଙ୍ଗମାନଙ୍କୁ ମଧ୍ୟ ଏନସିବି ପ୍ରଶ୍ନ କରିବ। ରିୟା, ତାଙ୍କ ଭାଇ ସୌଭିକ ଓ ଜୟା ଶାହଙ୍କ କଲ୍ ଡିଟେଲର ଅନୁସନ୍ଧାନ କରାଯିବ। ସେମାନେ କେତେଥର ପରସ୍ପର ସହ କଥା ହୋଇଥିଲେ ଓ ଯେତେବେଳେ ଆଲୋଚନା କରୁଥିଲେ, କ’ଣ ସବୁ ପ୍ରସଙ୍ଗ ଥିଲା, ତା’ର ମଧ୍ୟ ଯାଞ୍ଚ ହେବ।

କୁହାଯାଉଛି ଯେ ମୁମ୍ବାଇ ଓ ପୁଣେ ପୁଲିସ୍‌ ଦ୍ୱାରା ଦୁଇ ବର୍ଷ ମଧ୍ୟରେ ଗିରଫ ହୋଇଥିବା ଅନେକ ଡ୍ରଗ୍ସ ବେପାରୀଙ୍କୁ ମଧ୍ୟ ଏହି ଘଟଣାର ତଦନ୍ତ ପ୍ରକ୍ରିୟାରେ ସାମିଲ କରାଯିବ। ମଙ୍ଗଳବାର ଇଡି ପକ୍ଷରୁ ଏନସିବିକୁ ଚିଠି ଲେଖି ସୁଶାନ୍ତଙ୍କ ମୃତ୍ୟୁର ଡ୍ରଗ୍ସ ଲିଙ୍କର ଖୋଳତାଡ଼ କରିବାକୁ କହିଥିଲା। ନାର୍କୋ କଣ୍ଟ୍ରୋଲ ବୋର୍ଡର ନିର୍ଦ୍ଦେଶକ ରାକେଶ ଆସ୍ଥାନା କହିଛନ୍ତି, ଆମେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରି ସାରିଛୁ।

ରିୟା ଚକ୍ରବର୍ତ୍ତୀଙ୍କ ହ୍ୱାଟସଆପ୍‌ ମେସେଜରୁ ସ୍ପଷ୍ଟ ହୋଇଛି ଯେ ସେ ଜୟା ଶାହଙ୍କ ସହ ଯୋଗାଯୋଗରେ ରହିଥିଲେ। ତାଙ୍କ ଜରିଆରେ ରିୟା ଏମଡିଏମ ଓ ଗଞ୍ଜେଇ ଭଳି ଡ୍ରଗ୍ସ ନେଉଥିଲେ। ଜୟା ମେସେଜରେ ରିୟାଙ୍କୁ ଚା’ କିମ୍ବା କଫିରେ ୩ରୁ ୪ ଡ୍ରଫ ଡ୍ରଗ୍ସ ବ୍ୟବହାର କରିବାକୁ କହିଥିବା ମଧ୍ୟ ସାମ୍ନାକୁ ଆସିଛି।

ତେବେ ରିୟାଙ୍କ ଓକିଲ ଏହାକୁ ଖଣ୍ଡନ କରିଛନ୍ତି। ରିୟା କେବେ ହେଲେ ଡ୍ରଗ୍ସ ନେଇ ନାହାନ୍ତି ଓ ଏହାକୁ ପ୍ରମାଣିତ କରିବା ପାଇଁ ରିୟା ରକ୍ତ ନମୁନା ପରୀକ୍ଷା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ

ସୀମାରେ ପ୍ରବଳ ଗୁଳିବର୍ଷା, ତୋପର ବ୍ୟବହାର କରୁଛି ପାକିସ୍ତାନ

ୟୁପି ପୀଡ଼ିତାଙ୍କ ପରିବାର ଲୋକଙ୍କୁ ମୁହଁ ବନ୍ଦ ରଖିବାକୁ ଡିଏମଙ୍କ ନିର୍ଦ୍ଦେଶ, ଭିଡିଓ ଭାଇରାଲ

ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଏସ୍‌ଆର୍‌ସି

ଏଣିକି ଇ-ପେମେଣ୍ଟରେ ଦାଖଲ କରିହେବ କୋର୍ଟ ଫି’

ଭୁବନେଶ୍ୱରରୁ ୩୪୦ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୫୬ ଲୋକାଲ୍‌ କେସ

ରସୁଲଗଡ଼ରେ ମାତିଲେ ଲୁଟେରା, ଯୁବତୀଙ୍କଠାରୁ ‌ ଝାମ୍ପି ନେଲେ ମୋବାଇଲ୍

ରାହୁଲ ଗାନ୍ଧିଙ୍କୁ ଅଟକ ରଖିଲା ପୁଲିସ୍‌, ତଳେ ପକାଇ ଲାଠିଚାର୍ଜ ହୋଇଥିବା ଅଭିଯୋଗ

ମା’ ବେକରେ ଛୁରୀ ଲଗାଇଥିବା ପୁଅ ମାନସିକ ରୋଗୀ!

ଆସିଲାନି ଆମ୍ବୁଲାନ୍ସ; ଘର ବାରଣ୍ଡାରେ ୨ ଦିନ ପଡ଼ି ରହିଲେ କରୋନା ରୋଗୀ

ବାକି ୬୦ ଟଙ୍କା ମାଗିବାରୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

କରୋନା ବେଳେ ଓଡ଼ିଶା ଫେରିଥିଲେ ୮.୫୩ ଲକ୍ଷ ପ୍ରବାସୀ

ଆଶଙ୍କାରେ ବିଜେଡି: ଅଟକିଲା ମହିଳା, କୃଷକ ଓ ଶ୍ରମିକ ସେଲ୍ ଘୋଷଣା