ମୋଦି-ଟ୍ରମ୍ପ ସାକ୍ଷାତକୁ ଅନାଇ ବସିଛି ସାରା ବିଶ୍ୱ: ପ୍ରଥମ ଦେଖାରେ ପ୍ରେମ ହେବ ତ!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତ୍ରିରାଷ୍ଟ୍ରୀୟ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଗସ୍ତରେ ମୋଦି ପର୍ତ୍ତୂଗାଲ, ଆମେରିକା ଓ ନେଦରଲ୍ୟାଣ୍ଡ ଗସ୍ତ କରିବେ। ଆଜି ମୋଦି ପର୍ତ୍ତୁଗାଲ ଯାଇଥିବା ବେଳେ ୨୫ ଓ ୨୬ ତାରିଖ ଆମେରିକା ଗସ୍ତରେ ରହିବେ। ଏବଂ ୨୭ ତାରିଖ ମୋଦି ନେଦରଲ୍ୟାଣ୍ଡ ଗସ୍ତ କରିବେ। ଏହା ମଧ୍ୟରେ ମୋଦିଙ୍କ ଆମେରିକା ଗସ୍ତ ଭାରତ ପାଇଁ ବହୁ ଗୁରୁତ୍ୱ ବହନ କରିବ। କରାଣ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି […]

ModiTrump_23june17P

ModiTrump_23june17P

Rakesh Mallick
  • Published: Saturday, 24 June 2017
  • Updated: 24 June 2017, 05:56 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତ୍ରିରାଷ୍ଟ୍ରୀୟ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଗସ୍ତରେ ମୋଦି ପର୍ତ୍ତୂଗାଲ, ଆମେରିକା ଓ ନେଦରଲ୍ୟାଣ୍ଡ ଗସ୍ତ କରିବେ। ଆଜି ମୋଦି ପର୍ତ୍ତୁଗାଲ ଯାଇଥିବା ବେଳେ ୨୫ ଓ ୨୬ ତାରିଖ ଆମେରିକା ଗସ୍ତରେ ରହିବେ। ଏବଂ ୨୭ ତାରିଖ ମୋଦି ନେଦରଲ୍ୟାଣ୍ଡ ଗସ୍ତ କରିବେ। ଏହା ମଧ୍ୟରେ ମୋଦିଙ୍କ ଆମେରିକା ଗସ୍ତ ଭାରତ ପାଇଁ ବହୁ ଗୁରୁତ୍ୱ ବହନ କରିବ। କରାଣ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଏହି ଦୁଇ ବିଶ୍ୱସ୍ତରୀୟ ନେତାଙ୍କ ମଧ୍ୟରେ ସାକ୍ଷାତ ହେବ। ମୋଦିଙ୍କର ଏହା ୫ମ ଆମେରିକା ଯାତ୍ରା ହେବ। ବିଶ୍ୱର ଏହି ଦୁଇ ପ୍ରମୁଖ ନେତାଙ୍କ ସାକ୍ଷାତକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା। ଏହି ପ୍ରଥମ ସାକ୍ଷାତରେ ଉଭୟ ଉଭୟଙ୍କୁ ଖୁସି କରିବାକୁ ଚାହିଁବେ। ବିଶେଷ କରି ଆତଙ୍କବାଦକୁ ନେଇ ଦୁଇନେତାଙ୍କ ମଧ୍ୟ ଆଲୋଚନା ହେବ। ଏହାସହ ଆମେରିକାରେ ଭାରତୀୟଙ୍କୁ କିପରି ସୁରକ୍ଷା ମିଳିବ ଓ ଅମେରିକା ଠାରୁ ସାମରିକ କ୍ଷେତ୍ରରେ ସହଯୋଗ ନେଇ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos