ସୀମା ବିବାଦ: ଚାଇନାକୁ ଏମିତି କହିଲା ଭାରତ

ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଚାଇନା ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି ଭାରତ ସରକାର। ଚାଇନା ବେଶ ସକାରାତ୍ମକ ଭାବେ ଭାରତ ସହ କଥାବାର୍ତ୍ତା କରି ସଂପୂର୍ଣ୍ଣ ଭାବେ ଡିସଏନଗେଜମେଣ୍ଟ କରିବାକୁ ପଦକ୍ଷେପ ଗ୍ରହଣ କରିବା ଦରକାର। ଆଗକୁ କେବଳ ବୁଝାମଣା ହିଁ ସୀମା ବିବାଦର ସମାଧାନ ପାଇଁ ଏକମାତ୍ର ବିକଳ୍ପ ବୋଲି ଭାରତ ସରକାର ଆଜି ସ୍ପଷ୍ଟ କରିଦେଇଛନ୍ତି।

ପାଙ୍ଗୋଙ୍ଗ ସୋରେ ଚାଇନା ଆପଣାଉଥିବା ବିସ୍ତାରବାଦୀ ନୀତି ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପାଙ୍ଗୋଙ୍ଗ ସୋର ସ୍ଥିତାବସ୍ଥା ବଦଳାଇବା ପାଇଁ ଚାଇନା ପକ୍ଷରୁ ଅପଚେଷ୍ଟା କରାଯାଇଥିଲା। ପାଙ୍ଗୋଙ୍ଗ ସୋରେ ଶନିବାର ଓ ସୋମବାର ଚାଇନା ସୀମା ଲଙ୍ଘିବାକୁ ଚେଷ୍ଟା କରିଥିଲା। ହେଲେ ଭାରତୀୟ ସେନା ଏହି ଯୋଜନାକୁ ବିଫଳ କରିଦେଇଛନ୍ତି। ତେବେ ତୃଣମୂଳ ସ୍ତରରେ ବିବାଦର ସମାଧାନ ପାଇଁ କମାଣ୍ଡର ସ୍ତରୀୟ ଆଲୋଚନା ଚାଲିଛି।

ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଓ ସ୍ୱତନ୍ତ୍ର ପ୍ରତିନିଧି ଆଲୋଚନା କରି ବିବାଦର ସମାଧାନ କରିବା ଉଚିତ। ଆଲୋଚନା ବେଳେ ଉଭୟ ପକ୍ଷ ଶାନ୍ତି ସ୍ଥାପନ କରନ୍ତୁ। ଏଥିସହ ଏମିତି କିଛି ପଦକ୍ଷେପ ଗ୍ରହଣ କରିବା ଉଚିତ ନୁହେଁ, ଯାହା ବିବାଦକୁ ଆହୁରି ତୀବ୍ର କରିବ। ଦୀର୍ଘ ୪ ମାସ ହେଲାଣି ଏଲଏସିର ସ୍ଥିତାବସ୍ଥା ବଦଳାଇବାକୁ ଚାଇନା ବାରମ୍ବାର ଉଦ୍ୟମ କରିବାରେ ଲାଗିଛି।

ସୀମାରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ପାଇଁ ଉଭୟ ଦେଶ ମଧ୍ୟରେ ବୁଝାମଣା ହୋଇଥିଲା। କିନ୍ତୁ ଚାଇନାର ପଦକ୍ଷେପ ଏହାକୁ ବାରମ୍ବାର ଉଲ୍ଲଙ୍ଘନ କରୁଛି। ଆଗକୁ କେବଳ ବୁଝାମଣା ଦ୍ୱାରା ହିଁ ସମାଧାନ ହେବ। କୂଟନୀତିକ ଓ ସାମରିକ ଆଲୋଚନା ସ୍ଥିତିରେ ସୁଧାର ଆଣିବ ପାରିବ ବୋଲି ଭାରତ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ

ଗଣଦୁଷ୍କର୍ମ ପରେ ମହିଳାଙ୍କ ଜିଭ କାଟିବା ମାମଲା: ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ପୀଡ଼ିତା

ସୁଶାନ୍ତଙ୍କ ଏଭଳି ଭିଡିଓ ଶେୟାର କଲେ ଫ୍ୟାନ୍, ଅଙ୍କିତା କହିଲେ ଡିଲିଟ୍ କର

ଆଉ ଜଣେ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

କରୋନା ଡରରେ କନ୍ୟାଙ୍କୁ ଏମିତି ଲଗାଗଲା ହଳଦୀ

ନୂଆ କୃଷି ଆଇନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, କଳାଧନ ସମ୍ପର୍କରେ ଦେଲେ ବୟାନ

ଦେଶରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୫୧ ଲକ୍ଷ ଡେଇଁଲା, ଦିନକରେ ୭୦ ହଜାର ଆକ୍ରାନ୍ତ

ହିରୋଇନଙ୍କ ପରେ ଏବେ ହିରୋଙ୍କ ପାଳି!

ଭାରତରେ କାମ ବନ୍ଦ କଲା ଆମ୍ନେଷ୍ଟି ଇଣ୍ଟରନ୍ୟାଶନାଲ ଇଣ୍ଡିଆ

ମେହବୁବା ମୁଫତିଙ୍କ ହେପାଜତ ପ୍ରସଙ୍ଗରେ ପ୍ରଶାସନକୁ ରିପୋର୍ଟ ମାଗିଲେ କୋର୍ଟ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ଶରିଫଙ୍କ ଭାଇ ଶହବାଜ ଗିରଫ୍

ନିରବି ଗଲେ ହାଥରସ ଜିଲ୍ଲାର ପୀଡ଼ିତା

ଜେରା କରିବା ପରେ ଦସ୍ତଖତ ରଖିବାକୁ ଭୁଲିଗଲା ଏନସିବି