ନିର୍ମାଣ ହେବ ନୂଆ ସଂସଦ ବିଲଡିଂ!

ନୂଆଦିଲ୍ଲୀ: ଖୁବଶୀଘ୍ର ବଦଳି ପାରେ ଉଭୟ ଲୋକସଭା ଓ ରାଜ୍ୟସଭାର ବିଲଡିଂ। ଏଥିସହ ପୁରୁଣା ସଂସଦ ବିଲଡିଂର ମଧ୍ୟ ନବୀକରଣ କରାଯିବ। ଏଥିପାଇଁ ବିଚାର ଚାଲିଥିବା ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ବିର୍ଲା କହିଛନ୍ତି, “ବର୍ତ୍ତମାନ ସ୍ଥିତିରେ ନୂଆ ସଂସଦ ବିଲଡିଂର ଆବଶ୍ୟକତା ରହିଛି। ଏଥିପାଇଁ ଏକାଧିକ ଗ୍ରୁପ୍‌ ଗଠନ ହୋଇଛି। ସେମାନେ ବିଭିନ୍ନ ବ୍ୟକ୍ତି ବିଶେଷ ଓ ସାଂସଦଙ୍କ ସହ ଏ ସମ୍ପର୍କରେ ଆଲୋଚନା […]

v

v

Hemant Lenka
  • Published: Sunday, 11 August 2019
  • Updated: 11 August 2019, 09:25 AM IST

ନୂଆଦିଲ୍ଲୀ: ଖୁବଶୀଘ୍ର ବଦଳି ପାରେ ଉଭୟ ଲୋକସଭା ଓ ରାଜ୍ୟସଭାର ବିଲଡିଂ। ଏଥିସହ ପୁରୁଣା ସଂସଦ ବିଲଡିଂର ମଧ୍ୟ ନବୀକରଣ କରାଯିବ। ଏଥିପାଇଁ ବିଚାର ଚାଲିଥିବା ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି।

ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ବିର୍ଲା କହିଛନ୍ତି, “ବର୍ତ୍ତମାନ ସ୍ଥିତିରେ ନୂଆ ସଂସଦ ବିଲଡିଂର ଆବଶ୍ୟକତା ରହିଛି। ଏଥିପାଇଁ ଏକାଧିକ ଗ୍ରୁପ୍‌ ଗଠନ ହୋଇଛି। ସେମାନେ ବିଭିନ୍ନ ବ୍ୟକ୍ତି ବିଶେଷ ଓ ସାଂସଦଙ୍କ ସହ ଏ ସମ୍ପର୍କରେ ଆଲୋଚନା କରୁଛନ୍ତି।

ନୂଆ ବିଲଡିଂ ବ୍ୟତୀତ ଏବେ କାର୍ଯ୍ୟକ୍ଷମ ଥିବା ସଂସଦ ଭବନକୁ ମର୍ଡନାଇଜଡ୍‌ କରିବାର ସମୟ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ‘ନୂଆ ଭାରତ’ ସଂକଳ୍ପରେ ସଂସଦର ଆକାର ବୃଦ୍ଧି ଓ ମର୍ଡନାଇଜେସନ୍‌କୁ ମଧ୍ୟ ସାମିଲ କରିବା ଦରକାର। ସଂସଦ ହେଉଛି ଗଣତନ୍ତ୍ରର ସବୁଠାରୁ ବଡ଼ ଅନୁଷ୍ଠାନ। ତେଣୁ ଏହା ବଡ଼ ଏବଂ ଆକର୍ଷଣୀୟ ହେବା ଉଚିତ। ଚଳିତ ଲୋକସଭା ଅଧିବେଶନରେ ଗୃହ ଆଦୌ ମୁଲତବୀ ହୋଇନାହିଁ। ଏପରି କି ଧାର୍ଯ୍ୟ ସମୟ ଠାରୁ ସାଂସଦମାନେ ୭୨ ଘଣ୍ଟା ଅଧିକ କାମ କରିଛନ୍ତି। ଯାହା ୧୨ଟି କର୍ଯ୍ୟ ଦିବସ ସହ ସମାନ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos