ମହିଳାଙ୍କ ପାଇଁ ନୂଆ ବ୍ୟବସ୍ଥା ଆଣିଲା ରେଲୱେ, ସିଟ୍ ପାଇଁ ମିଳିବ ସ୍ୱତନ୍ତ୍ର ସଂରକ୍ଷଣ, ଜାଣନ୍ତୁ ଅନେକ କିଛି
ନୂଆଦିଲ୍ଲୀ:ଭାରତୀୟ ରେଲୱେ ପକ୍ଷରୁ ଟ୍ରେନ୍ରେ ମହିଳା ଯାତ୍ରୀମାନଙ୍କ ପାଇଁ ଲୋୟର ବ୍ୟବସ୍ଥା କରାଯାଇଛି। ଉତ୍ତର ରେଲୱେର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ (CPRO) ନିତିନ୍ ଚୌଧୁରୀ କହିଛନ୍ତି ନୂଆ ବ୍ୟବସ୍ଥାର କାମ ଆରମ୍ଭ ହୋଇଗଲାଣି। ପିଆରଏଏମ୍ ସିଷ୍ଟମର ବଦଳି କରିଦିଆଯାଇଛି। ଏବେ ଯେଉଁ ସଂରକ୍ଷଣ ହେଉଛି, ତାହା ଫିକ୍ସ କୋଟା ଅନୁସାରେ ହେଉଛି। ସିଷ୍ଟମ ଅଟୋମେଟିକ୍ ବୁକିଂ କରୁଛି। ଏହି କୋଟାର ଫାଇଦା ନେବା ପାଇଁ ମହିଳା ଯାତ୍ରୀମାନଙ୍କୁ ଅଧିକ କିଛି କରିବାର ଆବଶ୍ୟକତା ନାହିଁ। ସେମାନେ ତାଙ୍କର ସମସ୍ତ ସୂଚନା ରିଜରଭେସନ ଫର୍ମରେ ଦେଲେ କୋଟାର ସୁବିଧା ମିଳିବ। ଅନ୍ଲାଇନରେ ସିଟ୍ ବୁକ୍ କରିହେବ। ଯେଉଁଯାତ୍ରୀମାନେ ପୂର୍ବରୁ ରିଜର୍ବଶେନ୍ କରିଦେଇଛନ୍ତି ତାଙ୍କୁ ଏବେ ଏହି ଲାଭ ମିଳିବ ନାହିଁ। ରେଲୱେ ପ୍ରଥମଥର ମହିଳା ଯାତ୍ରୀଙ୍କ ପାଇଁ ଏହି ପଦକ୍ଷେପ ନେଇଛି। କେଉଁ ଟ୍ରେନ୍ ମହିଳାଙ୍କ ପାଇଁ କେତେ ସିଟ୍ ରିଜର୍ଭ ରହିଛି ଆସନ୍ତୁ ଜାଣିବା।
-ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନ୍ର ସମସ୍ତ ସ୍ଲିପର କୋଚ୍ରେ ଛଅ-ଛଅ ବର୍ଥ ରିଜର୍ଭ ରହିଛି।
-ଗରିବ ରଥର ଥାର୍ଡ ଏସି କୋଚ୍ରେ ୬ଟି ବର୍ଥ ମହିଳାଙ୍କ ପାଇଁ ରିଜର୍ଭ ଅଛି।
-୪୫ବର୍ଷରୁ ଅଧିକ ବୟସ୍କ ମହିଳା ମାନଙ୍କ ପାଇଁ ସମସ୍ତ ମେଲ୍-ଏକ୍ସପ୍ରେସ୍ ଟ୍ରେନ୍ରେ ଦ୍ୱିତୀୟ ଓ ତୃତୀୟ ଏସି କୋଚ୍ରେ ୩-୩ ବର୍ଥ ରିଜର୍ଭ ରହିବ।
-ରାଜଧାନୀ ଏବଂ ଦୁରନ୍ତ ସହ ପୁରା ଏସି ଟ୍ରେନ୍ର ଥାର୍ଡ ଏସି କୋଚ୍ରେ ୪ଟି ଲେୟାର ବର୍ଥ ରିଜର୍ଭ ବ୍ୟବସ୍ଥା ରହିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।