କାଶ୍ମୀରରେ ଆତଙ୍କବାଦର ନୂଆ ଟ୍ରେଣ୍ଡକୁ ନେଇ  ଚିନ୍ତା

ଜମ୍ମୁ: ଜମ୍ମୁ-କାଶ୍ମୀରରେ ଆତଙ୍କବାଦର ନୂଆ ଟ୍ରେଣ୍ଡ ଦେଖିବାକୁ ମିଳୁଛି। ଯାହା ଚିନ୍ତା ବଢ଼ାଇ ଦେଇଛି। ବିଶେଷ କରି ଜଣେ ୟୁନିଭର୍ସିଟି ପ୍ରଫେସର ହିଂସାର ବାଟ ବାଛି AK 47 ଧରିବା ସରକାର ଓ ସୁରକ୍ଷା ସଂସ୍ଥାଗୁଡ଼ିକୁ ଚିନ୍ତାରେ ପକାଇଦେଇଛି। ଆଗରୁ ବିଶ୍ୱାସ କରାଯାଉଥିଲା ଯେ, ବେକାରୀ ଓ ଅଶିକ୍ଷିତ ଯୁବକମାନେ ବାଟବଣା ହୋଇ ଆତଙ୍କବାଦୀ ସାଜୁଛନ୍ତି। କିନ୍ତୁ ଗତକାଲି ଜାମ୍ମୁ-କାଶ୍ମୀର ୟୁନିଭର୍ସିଟିର ଆସିଷ୍ଟାଣ୍ଟ ପ୍ରଫେସର ମହମ୍ମଦ ଭଟ୍ଟ ନିହତ ହେବା ପରେ ଏହି ଭାବନା ଭୁଲ ପ୍ରମାଣିତ […]

kashmir

kashmir

Rakesh Mallick
  • Published: Monday, 07 May 2018
  • Updated: 07 May 2018, 07:22 PM IST

Sports

Latest News

ଜମ୍ମୁ: ଜମ୍ମୁ-କାଶ୍ମୀରରେ ଆତଙ୍କବାଦର ନୂଆ ଟ୍ରେଣ୍ଡ ଦେଖିବାକୁ ମିଳୁଛି। ଯାହା ଚିନ୍ତା ବଢ଼ାଇ ଦେଇଛି। ବିଶେଷ କରି ଜଣେ ୟୁନିଭର୍ସିଟି ପ୍ରଫେସର ହିଂସାର ବାଟ ବାଛି AK 47 ଧରିବା ସରକାର ଓ ସୁରକ୍ଷା ସଂସ୍ଥାଗୁଡ଼ିକୁ ଚିନ୍ତାରେ ପକାଇଦେଇଛି।

ଆଗରୁ ବିଶ୍ୱାସ କରାଯାଉଥିଲା ଯେ, ବେକାରୀ ଓ ଅଶିକ୍ଷିତ ଯୁବକମାନେ ବାଟବଣା ହୋଇ ଆତଙ୍କବାଦୀ ସାଜୁଛନ୍ତି। କିନ୍ତୁ ଗତକାଲି ଜାମ୍ମୁ-କାଶ୍ମୀର ୟୁନିଭର୍ସିଟିର ଆସିଷ୍ଟାଣ୍ଟ ପ୍ରଫେସର ମହମ୍ମଦ ଭଟ୍ଟ ନିହତ ହେବା ପରେ ଏହି ଭାବନା ଭୁଲ ପ୍ରମାଣିତ ହୋଇଛି।

ଉଚ୍ଚ ଶିକ୍ଷିତ ଯୁବକ, ଭଲ ଦରମା ପାଇବାର ଯୋଗ୍ୟତା ଥିବା ଯୁବକ, ପରିବାର ଲୋକଙ୍କ ବିରୋଧ ସତ୍ତ୍ୱେ କାହିଁକି ଆତଙ୍କବାଦୀ ସାଜିଲେ ଏହାର ଉତ୍ତର ସହଜରେ ମିଳୁନାହିଁ।

ମୁଖ୍ୟମନ୍ତ୍ରୀ ମେହବୁବା ମୁଫିତ କହିଛନ୍ତି, ୧୮ରୁ ୨୦ ବର୍ଷର ପିଲାଙ୍କ ମୃତ୍ୟୁ ନିଶ୍ଚିତ ଭାବେ ଦୁଃଖଦାୟକ। ଏଥିରେ କାଶ୍ମୀରର ହିଁ କ୍ଷତି ହେଉଛି। ପିଲାଙ୍କ ଅଭିଭାବକଙ୍କ ସହିତ ସରକାରଙ୍କୁ ଏହି ସମସ୍ୟାର ସମାଧାନ ବାଟ ବାହାର କରିବାକୁ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos