ପହିଲାରୁ ତମାଖୁ ପ୍ୟାକେଟରେ ନୂଆ ଚେତାବନୀ ଚିତ୍ର ଓ ହେଲ୍ପଲାଇନ ନମ୍ବର

ନୂଆଦିଲ୍ଲୀ: ଏଣିକି ସବୁ ତମାଖୁ ଉତ୍ପାଦ ପ୍ୟାକେଟ ଉପରେ ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ଚେତାବନୀର ନୂଆ ଚିତ୍ର ଦେଖିବାକୁ ମିଳିବ। ପୂର୍ବରୁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସିଗାରେଟ ଓ ଅନ୍ୟ ତମାଖୁ ଉତ୍ପାଦ (ପ୍ୟାକେଜିଂ ଓ ଲେବଲିଂ) ନିୟମ, ୨୦୦୮ରେ ସଂଶୋଧନ କରାଯାଇସାରିଛି। ଏହି ସଂଶୋଧନ ବଳରେ ନୂଆ ନିଷ୍ପତ୍ତିକୁ ମଞ୍ଜୁରି ମିଳିଛି। ବିଜ୍ଞପ୍ତି ମାଧ୍ୟମରେ ଦୁଇଟି ଚିତ୍ରକୁ ବିଜ୍ଞପିତ କରାଯାଇଥିଲା । ସଂଶୋଧିତ ଧାରା ଅନୁଯାୟୀ, ପ୍ରଥମ ଚିତ୍ର ଲାଗୁ […]

esd

esd

Hemant Lenka
  • Published: Wednesday, 21 August 2019
  • Updated: 21 August 2019, 09:16 PM IST

Sports

Latest News

ନୂଆଦିଲ୍ଲୀ: ଏଣିକି ସବୁ ତମାଖୁ ଉତ୍ପାଦ ପ୍ୟାକେଟ ଉପରେ ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ଚେତାବନୀର ନୂଆ ଚିତ୍ର ଦେଖିବାକୁ ମିଳିବ। ପୂର୍ବରୁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସିଗାରେଟ ଓ ଅନ୍ୟ ତମାଖୁ ଉତ୍ପାଦ (ପ୍ୟାକେଜିଂ ଓ ଲେବଲିଂ) ନିୟମ, ୨୦୦୮ରେ ସଂଶୋଧନ କରାଯାଇସାରିଛି। ଏହି ସଂଶୋଧନ ବଳରେ ନୂଆ ନିଷ୍ପତ୍ତିକୁ ମଞ୍ଜୁରି ମିଳିଛି। ବିଜ୍ଞପ୍ତି ମାଧ୍ୟମରେ ଦୁଇଟି ଚିତ୍ରକୁ ବିଜ୍ଞପିତ କରାଯାଇଥିଲା ।

ସଂଶୋଧିତ ଧାରା ଅନୁଯାୟୀ, ପ୍ରଥମ ଚିତ୍ର ଲାଗୁ ହେବା ତାରିଖ ଠାରୁ ୧୨ ମାସ ପରେ ଦ୍ୱିତୀୟ ଚିତ୍ର ଲାଗୁ ହେବ। ବିଜ୍ଞପ୍ତି ଅନୁଯାୟୀ, ପ୍ରଥମ ଚିତ୍ର ସେପ୍ଟେମ୍ବର ୧ ତାରିଖ ୨୦୧୮ରେ ଲାଗୁ ହୋଇଥିଲା । ତେଣୁ ଏହାର ୧୨ ମାସ ପରେ ଅର୍ଥାତ ୧ ସେପ୍ଟେମ୍ବର, ୨୦୧୯ କିମ୍ବା ଏହା ପରେ ନିର୍ମିତ, ପ୍ୟାକେଜ ହୋଇଥିବା ଏବଂ ଆମଦାନୀ ହୋଇଥିବା ସମସ୍ତ ତମାଖୁ ଉତ୍ପାଦ ଉପରେ ଦ୍ୱିତୀୟ ଚିତ୍ର ପ୍ରଦର୍ଶିତ ହେବ।

ଏଥିରେ "QUIT TODAY CALL 1800-11-2356" ହେଲ୍ପ ଲାଇନ୍‌ ନମ୍ବର ମଧ୍ୟ ଏହି ସ୍ୱାସ୍ଥ୍ୟ ଚେତାବନୀରେ ରହିବ। ଏହି ନମ୍ବରଟି ଦେୟମୁକ୍ତ। ଏହା ତମାଖୁ ବ୍ୟବହାରକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ଏବଂ ସେମାନଙ୍କୁ ଅଭ୍ୟାସ ପରିବର୍ତ୍ତନ ଲାଗି ପରାମର୍ଶ ଓ ସେବା ଯୋଗାଇ ଦେବ।

କ୍ୱିଟ ଟବାକୋ ଲାଇନ ସର୍ଭିସେସ (୧୮୦୦-୧୧-୨୩୫୬) ସହ ଯୋଗାଯୋଗ କଲେ ତମାଖୁ ସେବନ ଛାଡ଼ିବା ଲାଗି ଆବଶ୍ୟକ ପରାମର୍ଶ ମିଳିବ।

ଗ୍ଲୋବାଲ ଆଡଲ୍ଟ ଟୋବାକୋ ସର୍ଭେ ପକ୍ଷରୁ ନିକଟରେ ଜାରି ଦ୍ୱିତୀୟ ପର୍ଯ୍ୟାୟ ରିପୋର୍ଟରୁ ଜଣାପଡ଼ିଛି ଯେ ସିଗାରେଟ ପାନ କରୁଥିବା ଲୋକଙ୍କ ମଧ୍ୟରୁ ୬୧.୯ ପ୍ରତିଶତ, ବିଡ଼ି ପାନ କରୁଥିବା ଲୋକଙ୍କ ମଧ୍ୟରୁ ୫୩.୮ ପ୍ରତିଶତ ଏବଂ ଧୂଆଁମୁକ୍ତ ତମାଖୁ ସେବନ କରୁଥିବା ଲୋକଙ୍କ ମଧ୍ୟରୁ ୪୬.୨ ପ୍ରତିଶତ ତମାଖୁର ପ୍ୟାକେଟରେ ଥିବା ଚେତାବନୀ ଲେବଲ ଦେଖି ନିଶା ଛାଡ଼ିବା ବିଷୟରେ ଚିନ୍ତା କରୁଥିବା କୁହାଯାଇଛି।

ଏ ସମ୍ପର୍କରେ ମନ୍ତ୍ରଣାଳୟର ୱେବସାଇଟ https://mohfw.gov.in ଓ https://ntcp.nhp.gov.inରେ ସବୁ ତଥ୍ୟ ଓ ପରାମର୍ଶ ଉପଲବ୍ଧ ରହିଛି। ସେହିପରି ପୂର୍ବରୁ ସମସ୍ତ ଆଞ୍ଚଳିକ ଭାଷାରେ ମଧ୍ୟ ଚେତାବନୀ ସମ୍ପର୍କରେ ଟବାକୋ ସେବନ କରୁଥିବା ଲୋକଙ୍କୁ ଅବଗତ କରାଯାଇଛି।

ଯେ କୌଣସି ବ୍ୟକ୍ତି ନିଜର ଆଞ୍ଚଳିକ ଭାଷାରେ ଚେତାବନୀ ଓ ଚିତ୍ରର ଖୋଲା ଫାଇଲ ମଧ୍ୟ ମନ୍ତ୍ରଣାଳୟ ଠାରୁ ntcp.mohfw@gmail.com ଇ-ମେଲ ଜରିଆରେ କିମ୍ବା ୦୧୧-୨୩୦୬୨୮୬୮ ନମ୍ବରକୁ ଅନୁରୋଧ କରି ହାସଲ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos