ରାଜକ୍ଷମା ଖାରଜ ବିରୋଧରେ ବିନୟର ଆବେଦନ

ନୂଆଦିଲ୍ଲୀ: ନିର୍ଭୟା କାଣ୍ଡର ଦୋଷୀମାନେ ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ପୁଣିଥରେ ନୂଆ ଭେଳିକି ଆରମ୍ଭ କରିଛନ୍ତି। ଆସନ୍ତା ୨୦ ତାରିଖରେ ସମସ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପଟିଆଲା ହାଉସ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି। ହେଲେ ଏହାକୁ ଘୁଞ୍ଚାଇବା ପାଇଁ ୪ ଦୋଷୀଙ୍କ ମଧ୍ୟରୁ  ଆଜି ବିନୟ ଶର୍ମା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ହିଁ ବିନୟର ରାଜକ୍ଷମା ଆବେଦନ ଖାରଜ କରିଥିଲେ। ହେଲେ ଖାରଜ କରିବା […]

v

v

Hemant Lenka
  • Published: Friday, 13 March 2020
  • Updated: 13 March 2020, 05:06 PM IST

ନୂଆଦିଲ୍ଲୀ: ନିର୍ଭୟା କାଣ୍ଡର ଦୋଷୀମାନେ ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ପୁଣିଥରେ ନୂଆ ଭେଳିକି ଆରମ୍ଭ କରିଛନ୍ତି। ଆସନ୍ତା ୨୦ ତାରିଖରେ ସମସ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପଟିଆଲା ହାଉସ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି। ହେଲେ ଏହାକୁ ଘୁଞ୍ଚାଇବା ପାଇଁ ୪ ଦୋଷୀଙ୍କ ମଧ୍ୟରୁ  ଆଜି ବିନୟ ଶର୍ମା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ହିଁ ବିନୟର ରାଜକ୍ଷମା ଆବେଦନ ଖାରଜ କରିଥିଲେ। ହେଲେ ଖାରଜ କରିବା ପୂର୍ବରୁ ସାମ୍ବିଧାନିକ ନିୟମକୁ ଅଣଦେଖା କରାଯାଇଥିବା ସେ ତା’ର ଆବେଦନରେ ଦର୍ଶାଇଛି।

ବିନୟ ତରଫରୁ ଓକିଲ ଏପି ସିଂହ ହିଁ ଏହି ଆବେଦନ କରିଛନ୍ତି। ରାଜକ୍ଷମା ଖାରଜ ବେଳେ ପ୍ରଚଳିତ ନିୟମକୁ ଅଣଦେଖା କରାଯାଇଛି ଓ ସାମ୍ବିଧାନିକ ଅନିୟମିତତା ହୋଇଥିବା ଓକିଲ ଏପି ସିଂହ କହିଛନ୍ତି। ଏହି ମାମଲାର ଶୁଣାଣି ପାଇଁ ଏପି ସିଂହ ହାଇକୋର୍ଟ ରେଜେଷ୍ଟ୍ରୀଙ୍କ ନିକଟରେ ଅପିଲ କରିଛନ୍ତି।

ବିନୟର ରାଜକ୍ଷମା ଆବେଦନକୁ ଖାରଜ କରିବା ପାଇଁ ଦିଲ୍ଲୀ ସରକାର ରାଷ୍ଟ୍ରପତିଙ୍କ ନିକଟକୁ ପ୍ରସ୍ତାବ ପଠାଇଥିଲେ। ଏହାପରେ ହିଁ ରାଷ୍ଟ୍ରପତି ଏହାକୁ ଖାରଜ କରିଛନ୍ତି।

ହେଲେ ଉକ୍ତ ରାଜକ୍ଷମା ଆବେଦନକୁ ଖାରଜ କରିବା ପାଇଁ ଦିଲ୍ଲୀ ସରକାର ଦେଇଥିବା ପ୍ରସ୍ତାବରେ ଦିଲ୍ଲୀ ଗୃହମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଦସ୍ତଖତ ନଥିଲା। ତେଣୁ ବିନୟ କ୍ଷେତ୍ରରେ ପ୍ରଚଳିତ ନିୟମକୁ ଅଣଦେଖା କରାଯାଇଥିଲା ବୋଲି ଆବେଦନରେ ଦର୍ଶାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos