ପୁଣି କୋର୍ଟରେ ପହଞ୍ଚିଲେ ନିର୍ଭୟା ଦୋଷୀ, ଆଣିଲେ ଏମିତି ଅଭିଯୋଗ

ନୂଆଦିଲ୍ଲୀ: ଫେବୃଆରୀ ୧ରେ ଫାଶୀ ପାଇବାକୁ ଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନେ ପୁଣିଥରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜକ୍ଷମା ଆବେଦନ ପ୍ରକ୍ରିୟା ବିଳମ୍ବିତ କରିବା ପାଇଁ ତିହାର ଜେଲ କର୍ତ୍ତୃପକ୍ଷ ଉଦ୍ୟମ କରୁଛି ବୋଲି ଦୋଷୀମାନେ ସେମାନଙ୍କ ଆବେଦନରେ ଦର୍ଶାଇଛନ୍ତି। ପଟିଆଲା ହାଉସ କୋର୍ଟ ଏହା ଉପରେ ଆସନ୍ତାକାଲି ଶୁଣାଣି କରିବେ। ଆଜି ମଧ୍ୟାହ୍ନରେ ଦୋଷୀଙ୍କ ଓକିଲ ଏପି ସିଂହ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏଭଳି ଅଭିଯୋଗ କରିଛନ୍ତି। ଏପି ସିଂହ ଅଭିଯୋଗ […]

ff

ff

Hemant Lenka
  • Published: Friday, 24 January 2020
  • Updated: 24 January 2020, 03:39 PM IST

Sports

Latest News

ନୂଆଦିଲ୍ଲୀ: ଫେବୃଆରୀ ୧ରେ ଫାଶୀ ପାଇବାକୁ ଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନେ ପୁଣିଥରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜକ୍ଷମା ଆବେଦନ ପ୍ରକ୍ରିୟା ବିଳମ୍ବିତ କରିବା ପାଇଁ ତିହାର ଜେଲ କର୍ତ୍ତୃପକ୍ଷ ଉଦ୍ୟମ କରୁଛି ବୋଲି ଦୋଷୀମାନେ ସେମାନଙ୍କ ଆବେଦନରେ ଦର୍ଶାଇଛନ୍ତି।

ପଟିଆଲା ହାଉସ କୋର୍ଟ ଏହା ଉପରେ ଆସନ୍ତାକାଲି ଶୁଣାଣି କରିବେ। ଆଜି ମଧ୍ୟାହ୍ନରେ ଦୋଷୀଙ୍କ ଓକିଲ ଏପି ସିଂହ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏଭଳି ଅଭିଯୋଗ କରିଛନ୍ତି। ଏପି ସିଂହ ଅଭିଯୋଗ କରିଛନ୍ତି ଯେ “ପବନ ଗୁପ୍ତା ଓ ଅକ୍ଷୟ ସିଂହ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ କରିବାକୁ ଚାହୁଁଛନ୍ତି। ହେଲେ ଏଥିପାଇଁ ଆବଶ୍ୟକ ଦସ୍ତାବିଜ ରିଲିଜ୍‌ କରିବାରେ ଜେଲ କର୍ତ୍ତୃପକ୍ଷ ବିଳମ୍ବ କରୁଛନ୍ତି। ତେଣୁ ସେମାନେ ଆଇନଗତ ଉପାୟରେ କରିବାକୁ ଥିବା ଆବେଦନରେ ବିଳମ୍ବ ହେଉଛି।”

ଏହାପୂର୍ବରୁ ମୁକେଶ ଓ ବିନୟ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ ହେଁ ଏହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ସେହିପରି ମୁକେଶ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରି ନିରାଶ ହୋଇଛି। ଏବେ ପବନ ଓ ଅକ୍ଷୟ ପାଖରେ ଉଭୟ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ କରିବାର ବିକଳ୍ପ ରହିଛି। ସେହିପରି ବିନୟ ଶର୍ମା ମଧ୍ୟ ରାଜକ୍ଷମା ଆବେଦନ କରିପାରିବ।

ତେଣୁ ଫେବୃଆରୀ ୧ରେ କେମିତି ସମସ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ, ତା’କୁ ନେଇ ଆଶଙ୍କା ପ୍ରକାଶ ପାଇଛି। ପୂର୍ବରୁ ଜାନୁଆରୀ ୨୨ରେ ସମସ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ କୋର୍ଟ କହିଥିଲେ। ହେଲେ ମୁକେଶ ଓ ବିନୟ କ୍ୟୁରେଟିଭ ପିଟିସନ ଦାଖଲ କରିବାରୁ ଫାଶୀ ତାରିଖକୁ ୧ ଫେବୃଆରୀ କରାଯାଇଛି। ହେଲେ ଏବେ ମଧ୍ୟ ଏହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

ଦୋଷୀମାନେ ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ଏଭଳି କରୁଥିବାରୁ ବୁଧବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଫାଶୀ ପାଇବାକୁ ଥିବା ଦୋଷୀମାନେ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ କେବେ କରିପାରିବେ, ସେନେଇ ଏକ ସମୟସୀମା ଧାର୍ଯ୍ୟ କରିବାକୁ କେନ୍ଦ୍ର ପକ୍ଷରୁ ଗାଇଡଲାଇନ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରାଯାଇଛି।

୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୬ ଜଣ ଗିରଫ ହୋଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ ଦୋଷୀ ରାମ ସିଂହ ଆତ୍ମହତ୍ୟା କରିଥିଲା। ଅନ୍ୟ ୪ ଜଣଙ୍କୁ ୨୦୧୩ରେ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

୩ ବର୍ଷ ଜେଲରେ ରହିବା ପରେ ନାବାଳକଟିକୁ ଛଡ଼ା ଯାଇଥିଲା। ୨୦୧୭ରେ ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶ, ବିନୟ, ପବନ ଓ ଅକ୍ଷୟର ଫାଶୀ ଦଣ୍ଡ କାଏମ ରଖିଥିଲେ। ଏହାପରେ ସେମାନେ ଦାଖଲ କରିଥିବା କ୍ୟୁରେଟିଭ ଓ ରିଭ୍ୟୁ ପିଟିସନ ସୁପ୍ରିମକୋର୍ଟ ଖାରଜ କରି ସାରିଛନ୍ତି। ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ମୁକେଶ କରିଥିବା ରାଜକ୍ଷମା ଆବେଦନକୁ ଖାରଜ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos