ମାର୍ଚ୍ଚ ୨୦ରେ ଫାଶୀରେ ଝୁଲିବେ ନିର୍ଭୟା ଦୋଷୀ, କ’ଣ କହିଲେ ଏପି ସିଂହ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ୪ର୍ଥ ଥର ଡେଥ ୱାରେଣ୍ଟ ଜାରି କରାଯାଇଛି। ପଟିଆଲା ହାଉସ କୋର୍ଟ ଜାରି କରିଥିବା ଡେଥ ୱାରେଣ୍ଟ ଅନୁଯାୟୀ, ଆସନ୍ତା ମାର୍ଚ୍ଚ ୨୦ ତାରିଖ ସକାଳ ୫.୩୦ରେ ତିହାର ଜେଲରେ ସମସ୍ତଙ୍କୁ ଏକାଠି ଫାଶୀ ଖୁଣ୍ଟରେ ଝୁଲାଯିବ। ପୂର୍ବରୁ ପଟିଆଲା ହାଉସ କୋର୍ଟ ୩ଥର ଡେଥ ୱାରେଣ୍ଟ ଜାରି କରିଥିଲେ ହେଁ ଶେଷ ମୁହୂର୍ତ୍ତରେ ଦୋଷୀମାନେ ଆଇନର […]

w-3

w-3

Hemant Lenka
  • Published: Thursday, 05 March 2020
  • Updated: 05 March 2020, 04:52 PM IST

Sports

Latest News

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ୪ର୍ଥ ଥର ଡେଥ ୱାରେଣ୍ଟ ଜାରି କରାଯାଇଛି। ପଟିଆଲା ହାଉସ କୋର୍ଟ ଜାରି କରିଥିବା ଡେଥ ୱାରେଣ୍ଟ ଅନୁଯାୟୀ, ଆସନ୍ତା ମାର୍ଚ୍ଚ ୨୦ ତାରିଖ ସକାଳ ୫.୩୦ରେ ତିହାର ଜେଲରେ ସମସ୍ତଙ୍କୁ ଏକାଠି ଫାଶୀ ଖୁଣ୍ଟରେ ଝୁଲାଯିବ।

ପୂର୍ବରୁ ପଟିଆଲା ହାଉସ କୋର୍ଟ ୩ଥର ଡେଥ ୱାରେଣ୍ଟ ଜାରି କରିଥିଲେ ହେଁ ଶେଷ ମୁହୂର୍ତ୍ତରେ ଦୋଷୀମାନେ ଆଇନର ଗଳା ବାଟ ବ୍ୟବହାର କରି ଏହାକୁ ଟାଳି ଦେଉଥିଲେ। ଏବେ ବି ଦୋଷୀଙ୍କ ଓକିଲ ଏପି ସିଂହ ଫାଶୀକୁ ଟାଳିବା ପାଇଁ ଆହୁରି ଅନେକ ଆଇନଗତ ବାଟ ରହିଛି ବୋଲି କହିଛନ୍ତି। ତେଣୁ ପୁଣିଥରେ ଫାଶୀରେ ବିଳମ୍ବ ହେବାର ଆଶଙ୍କା କରାଯାଉଛି।

ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ଭୟା କାଣ୍ଡର ୪ର୍ଥ ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନ ଖାରଜ କରିଥିଲେ। ଏହାପରେ ନୂଆ ଡେଥ ୱାରେଣ୍ଟ ଜାରି କରିବାକୁ ତିହାର କର୍ତ୍ତୃପକ୍ଷ ତୁରନ୍ତ ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ। ଆଜି କୋର୍ଟ ଏହାର ଶୁଣାଣି କରି ସମସ୍ତଙ୍କୁ ୨୦ ତାରିଖରେ ଫାଶୀ ଖୁଣ୍ଟରେ ଝୁଲାଇବାକୁ ମୃତ୍ୟୁ ପରୱାନା ଜାରି କରିଛନ୍ତି।

ପବନର ରାଜକ୍ଷମା ଆବେଦନ ଖାରଜ କରିବା ପୂର୍ବରୁ ରାଷ୍ଟ୍ରପତି ଅନ୍ୟ ୩ ଦୋଷୀ ମୁକେଶ, ଅକ୍ଷୟ ଓ ବିନୟର ରାଜକ୍ଷମା ଖାରଜ କରିଥିଲେ। ସେମାନେ ଏହାକୁ ସୁପ୍ରିମକୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ସେଠାରେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା। ପବନ ପାଖରେ ରାଜକ୍ଷମା ଖାରଜ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାର ବିକଳ୍ପ ରହିଛି। ତେଣୁ ସେ ଏହାକୁ ଯେକୌଣସି ମୁହୂର୍ତ୍ତରେ ବ୍ୟବହାର କରି ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିପାରେ। ଆଜି ସୁଦ୍ଧା ଦୋଷୀମାନେ କୌଣସି ଆବେଦନ କରି ନଥିବାରୁ ପଟିଆଲା ହାଉସ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି।

ଆଜି ଶୁଣାଣି ବେଳେ ଦିଲ୍ଲୀ ସରକାରଙ୍କ ଓକିଲ ନୂଆ ଡେଥ ୱାରେଣ୍ଟ ଜାରି କରିବା ସପକ୍ଷରେ ମତଦେଇ କହିଥିଲେ ଯେ “ଦୋଷୀମାନଙ୍କ ପାଖରେ ଆଉ କୌଣସି ଆଇନଗତ ବିକଳ୍ପ ନାହିଁ। ରାଷ୍ଟ୍ରପତି ସମସ୍ତଙ୍କର ରାଜକ୍ଷମା ଆବେଦନ ଖାରଜ କରି ସାରିଛନ୍ତି। ତେଣୁ କୋର୍ଟ ଡେଥ ୱାରେଣ୍ଟ ଜାରି କରିବା ଉଚିତ।”

ତେବେ ଦୋଷୀମାନଙ୍କ ଓକିଲ ଏପି ସିଂହ ଡେଥ ୱାରେଣ୍ଟ ଜାରି ନ କରିବାକୁ ଯୁକ୍ତି କରିଥିଲେ। ସେ କହିଥିଲେ, ପବନ ତା’ର ରାଜକ୍ଷମା ଆବେଦନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ କି ନାହିଁ, ସେ ବିଷୟରେ କୋର୍ଟ ପ୍ରଥମେ ପଚାରିବା ଦରକାର। ଏଥିପାଇଁ ପବନକୁ ସମୟ ଦିଆଯିବା ଉଚିତ। ଏଭଳି ତରବରିଆ ଭାବେ ଡେଥ ୱାରେଣ୍ଟ ଜାରି କରାଯିବା ଉଚିତ ନୁହେଁ। ହେଲେ କୋର୍ଟ କୌଣସି କଥା ନ ଶୁଣି ଡେଥ ୱାରେଣ୍ଟ ଜାରି କରିଥିଲେ।

କୋର୍ଟ ବାହାରେ ଏପି ସିଂହ କହିଛନ୍ତି, “ନ୍ୟାୟିକ ବ୍ୟବସ୍ଥାକୁ ଠିକ ଭାବେ ପାଳନ କରାଯାଉନାହିଁ। ସୁଧୁରିବାକୁ ଚେଷ୍ଟା କରୁଥିବା ପିଲାମାନଙ୍କୁ ମାରିବାକୁ ଦେବାକୁ ଉଦ୍ୟମ ହେଉଛି। ହେଲେ ଏପରି କେବେ ହେବାକୁ ଦିଆଯିବ ନାହିଁ। ଆମ ପାଖରେ ଆହୁରି ଅନେକ ଆଇନଗତ ବିକଳ୍ପ ବାକି ରହିଛି।”

ଅନ୍ୟପକ୍ଷରେ ନିର୍ଭୟାଙ୍କ ମା’ ଆଶା ଦେବୀ କହିଛନ୍ତି, “ଦୋଷୀମାନଙ୍କ ସମସ୍ତ ଆଇନଗତ ବିକଳ୍ପ ଶେଷ ହୋଇଯିବାରୁ ନୂଆ ଫାଶୀ ତାରିଖ ଘୋଷଣା ହୋଇଛି। ମୋର ଆଶା ଏଇଟା ଶେଷ ତାରିଖ ହେବ। ଦୋଷୀମାନେ ଫାଶୀ ଖୁଣ୍ଟରେ ଝୁଲନ୍ତୁ ଓ ମୋ ଝିଅ ନ୍ୟାୟ ପାଉ। ସବୁ କଥା ମାର୍ଚ୍ଚ ୨୦ରେ ହିଁ ଶେଷ ହୋଇଯିବ।”

ନିର୍ଭୟାଙ୍କ ବାପା କହିଛନ୍ତି, “ କେବଳ ଜଣେ ଦୋଷୀର ଗୋଟିଏ ଆଇନଗତ ବିକଳ୍ପ ରହିଛି। ସେ ଚାହିଁଲେ ରାଜକ୍ଷମା ଆବେଦନ ଖାରଜ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିପାରିବ। ଅନ୍ୟ ୩ ଦୋଷୀ ଏହାକୁ ବ୍ୟବହାର କରି ସାରିଛନ୍ତି। ଆମେ ନ୍ୟାୟ ପାଇବୁ ବୋଲି ବେଶ ଦୃଢ଼ବାଦୀ।”

ପୂର୍ବରୁ ପଟିଆଲା ହାଉସ କୋର୍ଟ ପ୍ରଥମେ ଜାନୁଆରୀ ଓ ଫେବୃଆରୀ ୧ ପାଇଁ ଡେଥ ୱାରେଣ୍ଟ ଜାରି କରିଥିଲେ। ହେଲେ ଦୋଷୀମାନେ କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ କରିବାରୁ ଏହା ଉପରେ ରୋକ ଲାଗିଥିଲା। ଏହାପରେ ମାର୍ଚ୍ଚ ୩ ତାରିଖ ପାଇଁ କୋର୍ଟ ଡେଥ ୱାରେଣ୍ଟ ଜାରି କରିଥିଲେ। ତେବେ ପବନ କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ କରିବାରୁ ଏହାକୁ ମଧ୍ୟ କୋର୍ଟ ଘୁଞ୍ଚାଇବାକୁ ବାଧ୍ୟ ହୋଇଥିଲେ। ଶେଷରେ ଆଜି ମାର୍ଚ୍ଚ ୨୦ ପାଇଁ ୪ର୍ଥ ଡେଥ ୱାରେଣ୍ଟ ଜାରି ହୋଇଛି।

୨୦୧୨ ଡିସେମ୍ବର ୧୬ ତାରିଖରେ ଦିଲ୍ଲୀର ଜଣେ ୨୩ ବର୍ଷୀୟ ପାରା ମେଡିକାଲ ଛାତ୍ରୀଙ୍କୁ ଚଳନ୍ତା ବସରେ ଗଣଦୁଷ୍କର୍ମ କରିବା ପରେ ତଳକୁ ଫୋପାଡ଼ି ଦିଆଯାଇଥିଲା। ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡିସେମ୍ବର ୨୯ରେ ପୀଡ଼ିତା ଆଖି ବୁଜିଥିଲେ।

ପୁଲିସ୍ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଥିଲା। ରାମ ସିଂହ ନାମକ ଜଣେ ଯୁବକ ଜେଲରେ ଆତ୍ମହତ୍ୟା କରିଥିଲା। ସେହିପରି ୩ ବର୍ଷ ପରେ ନାବାଳକ ଜଣଙ୍କୁ ଜେଲରୁ ଖଲାସ କରାଯାଇଛି। ଏବେ ୪ ଜଣ ଯୁବକ ପବନ ଗୁପ୍ତା, ବିନୟ ଶର୍ମା, ଅକ୍ଷୟ ସିଂହ ଠାକୁର ଓ ମୁକେଶ ସିଂହ ଫାଶୀ ଦଣ୍ଡ ପାଇବାକୁ ଅଛନ୍ତି। ଏମାନେ ସମସ୍ତେ ତିହାର ଜେଲରେ ବନ୍ଦୀ ଭାବେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story