ଦେଶର ଦ୍ୱିତୀୟ ମହିଳା ଅର୍ଥମନ୍ତ୍ରୀ ହେଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ମୋଦି-୨ ସରକାରରେ ଅର୍ଥ ବିଭାଗର ଦାୟିତ୍ୱ ପାଇଛନ୍ତି ନିର୍ମଳା ସୀତାରମଣ। ସେ ଦେଶର ଦ୍ୱିତୀୟ ମହିଳା ଭାବେ ଅର୍ଥ ବିଭାଗ ସମ୍ଭାଳିବାକୁ ଯାଉଛନ୍ତି। ନିର୍ମଳାଙ୍କ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଦେଶର ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ଅବଶ୍ୟ ଇନ୍ଦିରା ପ୍ରଧାନମନ୍ତ୍ରୀ ଥିବା ବେଳେ ହିଁ ସ୍ୱଳ୍ପ ସମୟ ପାଇଁ ଅର୍ଥ ବିଭାଗ ନିଜ ପାଖରେ ରଖିଥିଲେ। ଯଦି ଆମେ ଏହାକୁ ବିଚାରକୁ ନେବା, ତା’ହେଲେ ନିର୍ମଳା ପ୍ରଥମ ମହିଳା ଭାବେ ଅର୍ଥ ମନ୍ତ୍ରାଳୟର […]

sa

sa

Hemant Lenka
  • Published: Friday, 31 May 2019
  • Updated: 31 May 2019, 03:41 PM IST

Sports

Latest News

ନୂଆଦିଲ୍ଲୀ: ମୋଦି-୨ ସରକାରରେ ଅର୍ଥ ବିଭାଗର ଦାୟିତ୍ୱ ପାଇଛନ୍ତି ନିର୍ମଳା ସୀତାରମଣ। ସେ ଦେଶର ଦ୍ୱିତୀୟ ମହିଳା ଭାବେ ଅର୍ଥ ବିଭାଗ ସମ୍ଭାଳିବାକୁ ଯାଉଛନ୍ତି। ନିର୍ମଳାଙ୍କ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଦେଶର ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ଅବଶ୍ୟ ଇନ୍ଦିରା ପ୍ରଧାନମନ୍ତ୍ରୀ ଥିବା ବେଳେ ହିଁ ସ୍ୱଳ୍ପ ସମୟ ପାଇଁ ଅର୍ଥ ବିଭାଗ ନିଜ ପାଖରେ ରଖିଥିଲେ। ଯଦି ଆମେ ଏହାକୁ ବିଚାରକୁ ନେବା, ତା’ହେଲେ ନିର୍ମଳା ପ୍ରଥମ ମହିଳା ଭାବେ ଅର୍ଥ ମନ୍ତ୍ରାଳୟର 'ଫୁଲଟାଇମ୍' ଦାୟିତ୍ୱ ନେଇଛନ୍ତି।

୧୯୭୦ରୁ ୧୯୭୧ ଯାଏ ଇନ୍ଦିରା ଗାନ୍ଧି ଦେଶର ଅର୍ଥମନ୍ତ୍ରୀ ରହିଥିଲେ। ଏବେ ନିର୍ମଳା ଦ୍ୱିତୀୟ ମହିଳା ଅର୍ଥମନ୍ତ୍ରୀ ହୋଇଛନ୍ତି। ମୋଦ-୧ ସରକାରେ ନିର୍ମଳା ସୀତାରମଣ ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ଦେଶର ଦ୍ୱିତୀୟ ମହିଳା ଭାବେ ସେ ପ୍ରତିରକ୍ଷା ମନ୍ତ୍ରଣାଳୟ ସମ୍ଭାଳିଥିଲେ। ସେତେବେଳେ ବି ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ରହି ପ୍ରତିରକ୍ଷା ମନ୍ତ୍ରଣାଳୟକୁ ନିଜ ପାଖରେ ରଖିଥିଲେ।

ନିର୍ମଳାଙ୍କ ପୂର୍ବରୁ ଇନ୍ଦିରା ଗାନ୍ଧି ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ସ୍ୱଳ୍ପ ସମୟ ପାଇଁ କାର୍ଯ୍ୟ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ହେବା ପୂର୍ବରୁ ନିର୍ମଳା ମୋଦି-୧ ସରକାରରେ ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ରହିଥିଲେ। ୨୦୧୬ରେ ସେ ରାଜ୍ୟସଭା ସାଂସଦ ହୋଇଥିଲେ।

୧୯୫୯ ମସିହା ଅଗଷ୍ଟ ୧୮ରେ ତାମିଲନାଡୁର ମଦୁରାଇରେ ଜନ୍ମ ଗ୍ରହଣ କରିଥିଲେ ନିର୍ମଳା ସୀତାରମଣ। ତିରୁଚିଲିପାଲ୍ଲୀର ସୀତାଲକ୍ଷ୍ମୀ ରାମାସ୍ୱାମୀ କଲେଜ୍‌ରୁ ଗ୍ରାଜୁଏଟ ହୋଇଥିବା ନିର୍ମଳା ୧୯୮୪ରେ ଜେଏନ୍‌ୟୁରୁ ସ୍ନାତକୋତ୍ତର ପାସ କରି ଇଣ୍ଟରନ୍ୟାଶନାଲ ଷ୍ଟଡିଜ୍‌ରେ ଏମ୍‌ଫିଲ୍‌ କରିଛନ୍ତି। ୧୯୮୬ରେ ବିବାହ କରିବା ପରେ ନିର୍ମଳା ଲଣ୍ଡନ ଚାଲିଯାଇଥିଲେ।

ସେଠାରେ ସେ ପ୍ରାଇସ ୱାଟର ହାଉସ୍‌ରେ କାର୍ଯ୍ୟ କରିଥିଲେ। ତେବେ ୧୯୯୧ରେ ସେ ସପରିବାର ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ। ଅଟଳ ବିହାରୀ ବାଜପେୟୀ ସରକାର ସମୟରେ ନିର୍ମଳା ୨୦୦୩ରୁ ୨୦୦୫ ଯାଏ ଜାତୀୟ ମହିଳା କମିଶନ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ୨୦୦୬ରେ ସେ ବିଜେପିରେ ଯୋଗଦେଇଥିଲେ। ପ୍ରଥମେ ସେ ଦଳର ମୁଖପାତ୍ର ଭାବେ କାର୍ଯ୍ୟ କରିବା ପରେ ଜଣେ ଆଗ ଧାଡ଼ିର ନେତା ଭାବେ ସ୍ୱୀକୃତି ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story