ରାଜ୍ୟପାଳଙ୍କ ପାଖକୁ ଯାଇ ଇସ୍ତଫା ଦେଲେ ନୀତୀଶ କୁମାର

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ରାଜଭବନ ଯାଇ ରାଜ୍ୟପାଳ ଫଗୁ ଚୌହାନଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ସେ ଇସ୍ତଫା ଦେବା ସହ ରାଜ୍ୟପାଳଙ୍କୁ ବିଧାନସଭା ଭଙ୍ଗ କରିବାକୁ ବିଧିବଦ୍ଧ ଭାବେ ପ୍ରସ୍ତାବ ଦେଇଛନ୍ତି। ନୀତୀଶ କୁମାରଙ୍କ ଇସ୍ତଫା ରାଜ୍ୟପାଳ ଫଗୁ ଚୌହାନ ତୁରନ୍ତ ଗ୍ରହଣ କରି ନେଇଛନ୍ତି। ତେବେ ନୂଆ ସରକାର ଗଠନ ହେବା ଯାଏ ସେ କାମଚଳା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ବୋଲି ନୀତୀଶ କୁମାରଙ୍କୁ କହିଛନ୍ତି। ଚଳିତ ବିଧାନସଭା […]

gh

gh

Hemant Lenka
  • Published: Friday, 13 November 2020
  • Updated: 13 November 2020, 08:52 PM IST

Sports

Latest News

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ରାଜଭବନ ଯାଇ ରାଜ୍ୟପାଳ ଫଗୁ ଚୌହାନଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ସେ ଇସ୍ତଫା ଦେବା ସହ ରାଜ୍ୟପାଳଙ୍କୁ ବିଧାନସଭା ଭଙ୍ଗ କରିବାକୁ ବିଧିବଦ୍ଧ ଭାବେ ପ୍ରସ୍ତାବ ଦେଇଛନ୍ତି। ନୀତୀଶ କୁମାରଙ୍କ ଇସ୍ତଫା ରାଜ୍ୟପାଳ ଫଗୁ ଚୌହାନ ତୁରନ୍ତ ଗ୍ରହଣ କରି ନେଇଛନ୍ତି। ତେବେ ନୂଆ ସରକାର ଗଠନ ହେବା ଯାଏ ସେ କାମଚଳା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ବୋଲି ନୀତୀଶ କୁମାରଙ୍କୁ କହିଛନ୍ତି।

ଚଳିତ ବିଧାନସଭା ନିର୍ବାଚନରେ ବିଜେପି, ଜେଡିୟୁ, ଏଚ୍‌ଏଏମ ଓ ଭିଆଇପି ଦଳ ମିଳିତ ଭାବେ ଲଢ଼େଇ କରିଥିଲେ। ନିର୍ବାଚନରେ ଏନଡିଏ ବାଜିମାତ କରିଛି। ତେଣୁ ନୀତୀଶ କୁମାର ଆସନ୍ତା ୧୬ ତାରିଖରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ଆଜି ସନ୍ଧ୍ୟାରେ ଇସ୍ତଫା ଦେବା ପୂର୍ବରୁ ଏନଡିଏ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାଭବନରେ ବୈଠକ ହୋଇଥିଲା।

ଏଥିରେ ବିଜେପି, ଜେଡିୟୁ, ଏଚ୍‌ଏଏମ ଓ ଭିଆଇପିର ସଦସ୍ୟମାନେ ଉପସ୍ଥିତ ରହିଥିଲେ। ନଭେମ୍ବର ୧୫ରେ ପୁଣିଥରେ ଏନଡିଏର ବୈଠକ ବସିବ। ଏହି ସମୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ଓ କ୍ୟାବିନେଟ୍‌ରେ କେଉଁମାନେ ରହିବେ, ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ପ୍ରଥମଥର ପାଇଁ ଜେଡିୟୁ ବିହାରେ ଜୁନିୟର ପାର୍ଟନର ଭାବେ ରହିଛି।

କାରଣ ବିଜେପି ତୁଳନାରେ ଜେଡିୟୁ କମ ଆସନ ଜିତିଛି। ବିଜେପି ୭୪ଟି ଆସନ ଜିତିଥିବା ବେଳେ ଜେଡିୟୁ ମାତ୍ର ୪୩ଟି ଆସନ ଜିତିଛି। ତେବେ ନିର୍ବାଚନ ପୂର୍ବରୁ ହୋଇଥିବା ବୁଝାମଣା ଅନୁଯାୟୀ, ନୀତୀଶ ହିଁ ଏନଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିଲେ। ତେଣୁ ନୀତୀଶ କୁମାର ତଦ୍‌ନୁଯାୟୀ ମୁଖ୍ୟମନ୍ତ୍ରୀ ହେବେ ନା ଆଉ କିଛି ପରିବର୍ତ୍ତନ ହେବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos