ବିଜେପି ପାଇଁ ପ୍ରଶାନ୍ତ କିଶୋରଙ୍କୁ ଦଳ ଛାଡ଼ିବାକୁ ପରାମର୍ଶ ଦେଲେ ନୀତୀଶ କୁମାର

ପାଟନା: ବିଜେପି ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁରେ ଟକରା ଟକରି ଆରମ୍ଭ ହୋଇଛି। ଜେଡିୟୁର ନମ୍ବର ୨ ପ୍ରଶାନ୍ତ କିଶୋର ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବିଜେପିକୁ ଟାର୍ଗେଟ କରୁଥିବାରୁ ଏହାକୁ ନୀତୀଶ କୁମାର ସହ୍ୟ କରିପାରୁନାହାନ୍ତି। ସ୍ଥିତି ଏମିତି ହୋଇଛି ଯେ ନୀତୀଶ କୁମାର ସହଯୋଗୀ ପ୍ରଶାନ୍ତ କିଶୋରଙ୍କୁ ଦଳ ଛାଡ଼ିବାକୁ ମଧ୍ୟ କହିବାକୁ ପଛାଇ ନାହାନ୍ତି। ଆଜି ଦଳୀୟ ନେତା ଓ ବିଧାୟକଙ୍କ ସହ ବୈଠକ କରିବା ପରେ ନୀତୀଶ […]

o

o

Hemant Lenka
  • Published: Tuesday, 28 January 2020
  • Updated: 28 January 2020, 08:32 PM IST

Sports

Latest News

ପାଟନା: ବିଜେପି ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁରେ ଟକରା ଟକରି ଆରମ୍ଭ ହୋଇଛି। ଜେଡିୟୁର ନମ୍ବର ୨ ପ୍ରଶାନ୍ତ କିଶୋର ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବିଜେପିକୁ ଟାର୍ଗେଟ କରୁଥିବାରୁ ଏହାକୁ ନୀତୀଶ କୁମାର ସହ୍ୟ କରିପାରୁନାହାନ୍ତି।

ସ୍ଥିତି ଏମିତି ହୋଇଛି ଯେ ନୀତୀଶ କୁମାର ସହଯୋଗୀ ପ୍ରଶାନ୍ତ କିଶୋରଙ୍କୁ ଦଳ ଛାଡ଼ିବାକୁ ମଧ୍ୟ କହିବାକୁ ପଛାଇ ନାହାନ୍ତି। ଆଜି ଦଳୀୟ ନେତା ଓ ବିଧାୟକଙ୍କ ସହ ବୈଠକ କରିବା ପରେ ନୀତୀଶ କୁମାର କହିଛନ୍ତି, “ପ୍ରଶାନ୍ତ କିଶୋର ଦଳରେ ରହିବାକୁ ଚାହୁଁଛନ୍ତି ଯଦି ଠିକ ଅଛି। ଯଦି ସେ ଦଳରୁ ବାହାରି ଯିବାକୁ ଚାହୁଁଛନ୍ତି, ତା’ହେଲେ ବି ଠିକ୍‌।

ସେ ଏକାଧିକ ରାଜନୀତିକ ଦଳ ପାଇଁ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିସାରିଛନ୍ତି। କିନ୍ତୁ ମୁଁ ଏଠି ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହୁଁଛି, ଯଦି ସେ ଦଳରେ ରହିବାକୁ ଚାହୁଁଛନ୍ତି, ତା’ହେଲେ ତାଙ୍କୁ ଦଳର ମୂଳ ଢାଞ୍ଚାକୁ ମାନିବାକୁ ପଡ଼ିବ।

ଆପଣମାନେ ଜାଣିଛନ୍ତି ତ ସେ କେମିତି ଆମ ଦଳ ଜେଡିୟୁରେ ଯୋଗଦେଇଥିଲେ? ଅମିତ ଶାହ ମୋତେ ତାଙ୍କୁ ଦଳରେ ମିଶାଇବାକୁ କହିଥିଲେ। ତାଙ୍କ ମୁଣ୍ଡରେ ନିଶ୍ଚିତ କିଛି ଯୋଜନା ଚାଲିଛି। ବୋଧେ ପ୍ରଶାନ୍ତ କିଶୋର ଦଳ ଛାଡ଼ିପାରନ୍ତି।”

ଏହାପୂର୍ବରୁ ସିଏଏ ଓ ବିଜେପି ସହ ବନ୍ଧୁତାକୁ ନେଇ ଜେଡିୟୁର ଅନ୍ୟତମ ବରିଷ୍ଠ ନେତା ପବନ ବର୍ମା ମଧ୍ୟ ପ୍ରଶ୍ନ ଉଠାଇଥିଲେ। ତାଙ୍କ ବିରୋଧରେ ନୀତୀଶ କୁମାର କଡ଼ା ଶବ୍ଦ ପ୍ରୟୋଗ କରିଥିଲେ ହେଁ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି।

ନୀତୀଶ କୁମାର କହିଛନ୍ତି, “ଯଦି କେହି ମୋତେ ଚିଠି ଲେଖୁଛନ୍ତି, ମୁଁ ଏହାର ଜବାବ ଦେଉଛି। ଯଦି କେହି ଟ୍ୱିଟ କରୁଛି, ତା’ହେଲେ ତାଙ୍କୁ ଟ୍ୱିଟ କରିବାକୁ ଦିଆଯାଉ। ସମସ୍ତେ ଯେତେ ଦିନ ଯାଏ ଚାହିଁବେ ଦଳରେ ରହିପାରିବେ ଓ ଇଚ୍ଛା ହେଲେ ଦଳରୁ ବାହାରିଯିବେ। ଆମ ଦଳ ଏକ ଭିନ୍ନ ରାଜନୀତିକ ଦଳ।”

ନୀତୀଶ କୁମାରଙ୍କ ମନ୍ତବ୍ୟର ଜବାବ ପ୍ରଶାନ୍ତ କିଶୋର ଦେଇଛନ୍ତି। ସେ କହିଛନ୍ତି, “ନୀତୀଶଜୀ ଆଜି କହିଛନ୍ତି, ଆପଣମାନେ ମୋ ଉତ୍ତରକୁ ଅପେକ୍ଷା କରନ୍ତୁ। ମୁଁ ବିହାର ଯାଇ ଏହାର ଜବାବ ଦେବି। ”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story