ଦିଲ୍ଲୀରେ ଏକାଠି ପ୍ରଚାର କରିବେ ଶାହ-ନୀତୀଶ ଯୋଡ଼ି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ୨ ତାରିଖରେ ବିଜେପିର ପୂର୍ବତନ ଅଧ୍ୟକ୍ଷ ଅମିତ ଶାହ ଓ ଜେଡିୟୁ ମୁଖ୍ୟ ନୀତୀଶ କୁମାର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଏକାଠି ପ୍ରଚାର କରିବେ। ଦିଲ୍ଲୀର ବୁରାରୀ ଅଞ୍ଚଳରେ ଉଭୟ ଏକାଠି ରାଲି କରିବେ ବୋଲି ଜଣାପଡ଼ିଛି। ଖାଲି ସେତିକି ନୁହେଁ ନୀତୀଶ କୁମାର ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଦିଲ୍ଲୀ ନିର୍ବାଚନରେ ଏକାଠି ପ୍ରଚାର କରିବେ। ଏମାନେ ସଙ୍ଗମ ବିହାରରେ ଦଳୀୟ ପ୍ରାର୍ଥୀଙ୍କୁ […]

n

n

Hemant Lenka
  • Published: Wednesday, 29 January 2020
  • Updated: 29 January 2020, 04:31 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ୨ ତାରିଖରେ ବିଜେପିର ପୂର୍ବତନ ଅଧ୍ୟକ୍ଷ ଅମିତ ଶାହ ଓ ଜେଡିୟୁ ମୁଖ୍ୟ ନୀତୀଶ କୁମାର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଏକାଠି ପ୍ରଚାର କରିବେ। ଦିଲ୍ଲୀର ବୁରାରୀ ଅଞ୍ଚଳରେ ଉଭୟ ଏକାଠି ରାଲି କରିବେ ବୋଲି ଜଣାପଡ଼ିଛି। ଖାଲି ସେତିକି ନୁହେଁ ନୀତୀଶ କୁମାର ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଦିଲ୍ଲୀ ନିର୍ବାଚନରେ ଏକାଠି ପ୍ରଚାର କରିବେ।

ଏମାନେ ସଙ୍ଗମ ବିହାରରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିବେ। ସୂତ୍ର ଅନୁସାରେ, ମଧ୍ୟାହ୍ଣରେ ନୀତୀଶ କୁମାର ଓ ଅମିତ ଶାହ ବୁରାରୀ ଅଞ୍ଚଳରେ ଶୋଭାଯାତ୍ରା କରିବେ। ସେହିପରି ଅପରାହ୍ଣ ୪ଟାରେ ନୀତୀଶ କୁମାର ଓ ନଡ୍ଡା ପ୍ରଚାର କରିବେ।

ଦିଲ୍ଲୀର ୭୦ଟି ବିଧାନସଭା ଆସନରୁ ବିଜେପି ସହଯୋଗୀ ଜେଡିୟୁ ପାଇଁ ୨ଟି ଆସନ ଛାଡ଼ିଛି। ବିଜେପି ୬୭ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଏଲଜେପିକୁ ଗୋଟିଏ ଆସନ ଛାଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos