ଚଳିତ ବର୍ଷ ହେବନି ସଂସଦର ଶୀତ ଅଧିବେଶନ, କଂଗ୍ରେସ କହିଲା ସରକାର ଡରୁଛନ୍ତି

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସଂସଦର ଶୀତ ଅଧିବେଶନ ବସିବ ନାହିଁ। ଆଜି ବିଧିବଦ୍ଧ ଭାବେ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧିର ରଞ୍ଜନ ଚୌଧୁରୀଙ୍କୁ ଚିଠି ଲେଖି ଏ ବିଷୟରେ ଅବଗତ କରାଇଛନ୍ତି। ସେ କହିଛନ୍ତି, ସମସ୍ତ ରାଜନୀତିକ ଦଳର ନେତାମାନେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶୀତ ଅଧିବେଶନ ଆୟୋଜନ ନ କରିବାକୁ […]

t

t

Hemant Lenka
  • Published: Tuesday, 15 December 2020
  • Updated: 15 December 2020, 03:52 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସଂସଦର ଶୀତ ଅଧିବେଶନ ବସିବ ନାହିଁ। ଆଜି ବିଧିବଦ୍ଧ ଭାବେ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧିର ରଞ୍ଜନ ଚୌଧୁରୀଙ୍କୁ ଚିଠି ଲେଖି ଏ ବିଷୟରେ ଅବଗତ କରାଇଛନ୍ତି।

ସେ କହିଛନ୍ତି, ସମସ୍ତ ରାଜନୀତିକ ଦଳର ନେତାମାନେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶୀତ ଅଧିବେଶନ ଆୟୋଜନ ନ କରିବାକୁ ରାଜି ହୋଇଛନ୍ତି। ଜାନୁଆରୀ ମାସରୁ ଏକାଥରେ ବଜେଟ ଅଧିବେଶନ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ସଂସଦୀୟ ବ୍ୟାପାର ମନ୍ତ୍ରୀ ସବୁ ଦଳ ଅଧିବେଶନ ସପକ୍ଷରେ ନଥିବା କହିଥିଲେ ହେଁ କଂଗ୍ରେସ ଏହା ମିଛ ବୋଲି କହିଛି। ଶୀତ ଅଧିବେଶନ ବାତିଲ କରିବା ପୂର୍ବରୁ ସରକାର କଂଗ୍ରେସ ସହ ଆଦୌ ଆଲୋଚନା କରି ନଥିବା ଦଳ ପକ୍ଷରୁ କୁହାଯାଇଛି।

ଚାଷୀ ଆଇନ ଉପରେ ଆଲୋଚନା କରିବା ପାଇଁ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରି ଚିଠି ଲେଖିଥିଲେ। ଏହି ଚିଠିର ଜବାବ ଶ୍ରୀ ଯୋଶୀ ଗତକାଲି ଦେଇଛନ୍ତି। ଏଥିରେ ସେ ଶୀତ ଅଧିବେଶନ ବସିବ ନାହିଁ ବୋଲି କହିଛନ୍ତି।

ସେ କହିଛନ୍ତି, ବର୍ତ୍ତମାନ ଆମେ ଡିସେମ୍ବର ମଧ୍ୟ ଭାଗରେ ରହିଛୁ। କୋଭିଡ ଟିକା ବହୁତ ଶୀଘ୍ର ଆସିବ। ମୁଁ ବିଭିନ୍ନ ଦଳର ସଦସ୍ୟମାନଙ୍କ ସହ ଆଲୋଚନା କରି କରୋନା ସଂକ୍ରମଣ ଉପରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ମତ ଜାଣିବାକୁ ଚାହିଁଥିଲି। ସେମାନେ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିବେଶନ ଡାକିବା ବିପକ୍ଷରେ ମତ ଦେଇଥିଲେ। ସରକାର ଯଥାଶୀଘ୍ର ସଂସଦର ପରବର୍ତ୍ତୀ ଅଧିବେଶନ ଡାକିବାକୁ ଯୋଜନା କରୁଛନ୍ତି।

ସମ୍ଭବତଃ ୨୦୨୧ରେ ବଜେଟ ଅଧିବେଶ ସହ ଗୃହ କାର୍ଯ୍ୟ ଆରମ୍ଭ ହେବ। ଶ୍ରୀ ଚୌଧୁରୀ ଜଣେ ବରିଷ୍ଠ ସାଂସଦ ହୋଇଥିବାରୁ, ସେ ପରିସ୍ଥିତିକୁ ବୁଝି ପାରିବେ ବୋଲି ଶ୍ରୀ ଯୋଶୀ ଚିଠିର ଉତ୍ତରରେ କହିଛନ୍ତି।

ଅନ୍ୟପକ୍ଷରେ ଶ୍ରୀ ଚୌଧୁରୀ କହିଛନ୍ତି, “ଚାଷୀ ଆନ୍ଦୋଳନକୁ ନେଇ ବ୍ୟାକଫୁଟ୍‌ରେ ଥିବା ସରକାର ଆଲୋଚନା ପାଇଁ ଡରୁଛନ୍ତି। ଆମେ ସଂସଦରେ ଚାଷୀଙ୍କ ସମସ୍ୟା କଥା ଉଠାଇ, ଏହାର ସମାଧାନ କରିବାକୁ ଲକ୍ଷ୍ୟ ରଖିଥିଲୁ। ଚାଷୀମାନେ ଯେଉଁଭଳି ଥଣ୍ଡାରେ ନିଜର ହକ ପାଇଁ ଲଢ଼େଇ କରୁଛନ୍ତି, ତା’ହା ଦେଶର ଛବିକୁ ମଳିନ କରୁଛି।”

ଆଉ ଜଣେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, “ସରକାର ସତ୍ୟକୁ ସାମ୍ନା କରିବାକୁ ଡରୁଛନ୍ତି। ରାଜ୍ୟସଭାର ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦଙ୍କ ସହ ସଂସଦର ଶୀତ ଅଧିବେଶନ ବନ୍ଦ କରାଯିବା ସମ୍ପର୍କରେ କୌଣସି ପ୍ରକାରର ଆଲୋଚନା ହୋଇନାହିଁ। ତଥାପି ଶ୍ରୀ ଯୋଶୀ ସମସ୍ତଙ୍କ ସହ ଆଲୋଚନା କରିଥିବା କହୁଛନ୍ତି।”

ସମ୍ବିଧାନର ନିୟମ ଅନୁଯାୟୀ, ୬ ମାସରେ ସଂସଦର ଅଧିବେଶନ ଡକାଯିବା ବାଧ୍ୟତାମୂଳକ। ଶେଷଥର ପାଇଁ ସେପ୍ଟେମ୍ବର ମାସରେ ସଂସଦର ମୌସୁମୀ ଅଧିବେଶନ ବସିଥିଲା। ହେଲେ ଏବେ କୌଣସି ଜରୁରୀ ପରିସ୍ଥିତି ନଥିବାରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଶୀତ ଅଧିବେଶନକୁ ବାତିଲ କରିଛନ୍ତି।

ଆସନ୍ତାବର୍ଷ ଜାନୁଆରୀ ମାସର ଶେଷ ସପ୍ତାହ ଆଡ଼କୁ ସଂସଦର ବଜେଟ ଅଧିବେଶନ ବସିପାରେ। କାରଣ ଫେବୃଆରୀ ୧ରେ ବଜେଟ୍‌ ଉପସ୍ଥାପନ କରାଯିବ। ବିନା ଛୁଟିରେ ସରକାର ମୌସୁମୀ ଅଧିବେଶନ ଡାକିଥିଲେ। ତେବେ ଏକାଧିକ ସାଂସଦ କରୋନାରେ ଆକ୍ରାନ୍ତ ହେବାରୁ ଏହାକୁ ଅଧାରୁ ବନ୍ଦ କରି ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story