ଅଧ୍ୟକ୍ଷ ପଦକୁ ଫେରିବାର ପ୍ରଶ୍ନ ଉଠୁନି: ରାହୁଲ

ନୂଆଦିଲ୍ଲୀ: ପୁଣିଥରେ କଂଗ୍ରେସ ଅଧ୍ୟକ୍ଷ ପଦକୁ ରାହୁଲ ଗାନ୍ଧି ଫେରିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କଂଗ୍ରେସ ଅଧ୍ୟକ୍ଷ ପଦକୁ ସେ କେବେ ହେଲେ ଫେରିବେ ନାହିଁ। ଏନେଇ କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ଖୋଦ୍‌ ରାହୁଲ ଦଳର ବରିଷ୍ଠ ନେତାମାନଙ୍କୁ ସ୍ପଷ୍ଟ କରି ଦେଇଛନ୍ତି। ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନ ପ୍ରଦର୍ଶନ ପରେ ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଦଳରେ ନେତୃତ୍ୱ ସଙ୍କଟ ଦେଖାଯାଇଥିଲା। ଶେଷରେ ସୋନିଆ ଗାନ୍ଧିଙ୍କୁ […]

ds

ds

Hemant Lenka
  • Published: Wednesday, 04 March 2020
  • Updated: 04 March 2020, 05:56 PM IST

ନୂଆଦିଲ୍ଲୀ: ପୁଣିଥରେ କଂଗ୍ରେସ ଅଧ୍ୟକ୍ଷ ପଦକୁ ରାହୁଲ ଗାନ୍ଧି ଫେରିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କଂଗ୍ରେସ ଅଧ୍ୟକ୍ଷ ପଦକୁ ସେ କେବେ ହେଲେ ଫେରିବେ ନାହିଁ। ଏନେଇ କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ଖୋଦ୍‌ ରାହୁଲ ଦଳର ବରିଷ୍ଠ ନେତାମାନଙ୍କୁ ସ୍ପଷ୍ଟ କରି ଦେଇଛନ୍ତି।

ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନ ପ୍ରଦର୍ଶନ ପରେ ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଦଳରେ ନେତୃତ୍ୱ ସଙ୍କଟ ଦେଖାଯାଇଥିଲା। ଶେଷରେ ସୋନିଆ ଗାନ୍ଧିଙ୍କୁ ଦଳର ଆଭ୍ୟନ୍ତରୀଣ ଅଧ୍ୟକ୍ଷ କରାଯାଇଛି।

ହେଲେ ସେ ଅନେକ କାର୍ଯ୍ୟକ୍ରମରେ ଯୋଗଦେଇ ନ ପାରିବାରୁ ପୁଣିଥରେ ଦଳରେ ନେତୃତ୍ୱ ସଙ୍କଟ ଦେଖାଦେଇଛି। ଏସବୁ ଭିତରେ ପୁଣିଥରେ ରାହୁଲଙ୍କୁ କଂଗ୍ରେସ ଅଧ୍ୟକ୍ଷ କରାଯିବ ବୋଲି ଚର୍ଚ୍ଚା ହେଉଥିଲା।

ହେଲେ ରାହୁଲ ଗାନ୍ଧି କହିଛନ୍ତି, “ଦଳର ନେତୃତ୍ୱ ନେବା ପ୍ରସଙ୍ଗରେ ମୁଁ ମୋର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛି। ଏ ସମ୍ପର୍କରେ ମୁଁ ଚିଠି ଲେଖି ସମସ୍ତଙ୍କୁ ଭଲ ଭାବେ ଅବଗତ କରାଇ ସାରିଛି। ବର୍ତ୍ତମାନ ସ୍ଥିତିରେ ମୁଁ କଂଗ୍ରେସର ଅଧ୍ୟକ୍ଷ ପଦକୁ ଫେରିବାର କୌଣସି ପ୍ରଶ୍ନ ଉଠୁନାହିଁ।”

ଗୋଟିଏ ପଟେ ମଧ୍ୟପ୍ରଦେଶ କଂଗ୍ରେସରେ ଅସ୍ଥିରତା ଦେଖା ଦେଇଥିବା ବେଳେ ରାହୁଲଙ୍କ ଏଭଳି ବୟାନ ନୂଆ ହଟଚମଟ ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos