ରାଜଧାନୀରେ ଲାଗୁ ହେବନି ଲକଡାଉନ, ସ୍ପଷ୍ଟ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ବଢ଼ୁଥିବାରୁ ଏଠାରେ ପୁଣିଥରେ ଲକଡାଉନ ଲାଗୁ କରାଯିବ ବୋଲି କିଛି ଗଣମାଧ୍ୟମ ଖବର ପ୍ରକାଶ କରିଥିଲେ। ହେଲେ ରାଜଧାନୀରେ ପୁଣିଥରେ ଲକଡାଉନ ଲାଗୁ କରିବାର କୌଣସି ଚାନ୍ସ ନାହିଁ ବୋଲି ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସ୍ପଷ୍ଟ କରିଛନ୍ତି। ଏଥିସହ ଦିଲ୍ଲୀରେ କରୋନାର ତୃତୀୟ ଲହରୀ ଖୁବଶୀଘ୍ର ଶେଷ ହୋଇଯିବ ବୋଲି ମଧ୍ୟ ସେ ଆଶା କରିଛନ୍ତି। ଜୈନ କହିଛନ୍ତି, ପୁଣିଥରେ ଲକଡାଉନ ଲାଗୁ କଲେ […]

vg

vg

Hemant Lenka
  • Published: Monday, 16 November 2020
  • Updated: 16 November 2020, 05:19 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ବଢ଼ୁଥିବାରୁ ଏଠାରେ ପୁଣିଥରେ ଲକଡାଉନ ଲାଗୁ କରାଯିବ ବୋଲି କିଛି ଗଣମାଧ୍ୟମ ଖବର ପ୍ରକାଶ କରିଥିଲେ। ହେଲେ ରାଜଧାନୀରେ ପୁଣିଥରେ ଲକଡାଉନ ଲାଗୁ କରିବାର କୌଣସି ଚାନ୍ସ ନାହିଁ ବୋଲି ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସ୍ପଷ୍ଟ କରିଛନ୍ତି। ଏଥିସହ ଦିଲ୍ଲୀରେ କରୋନାର ତୃତୀୟ ଲହରୀ ଖୁବଶୀଘ୍ର ଶେଷ ହୋଇଯିବ ବୋଲି ମଧ୍ୟ ସେ ଆଶା କରିଛନ୍ତି।

ଜୈନ କହିଛନ୍ତି, ପୁଣିଥରେ ଲକଡାଉନ ଲାଗୁ କଲେ କିଛି ବି ଲାଭ ହେବନି। ଲକଡାଉନ ଅପେକ୍ଷା ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କଲେ କରୋନା ଉପରେ ବେଶୀ ପ୍ରଭାବ ପଡ଼ିବ। ଦିଲ୍ଲୀରେ କରୋନାର ତୃତୀୟ ଲହରୀ ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା।

ହେଲେ କରୋନା ତୃତୀୟ ଲହରୀର ପିକ୍‌ ଦିଲ୍ଲୀରେ ଏବେ ଶେଷ ହୋଇଯାଇଛି। ଲୋକମାନେ ଆଶା ନ ହରାଇ ନିଜର ସୁରକ୍ଷା ନିଜେ କରିବା ଦରକାର। କରୋନା ବିପଦ ଏଯାଏ ସରିନି। ତେଣୁ ଆମକୁ ଅଧିକ ସତର୍କ ରହିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos