ସୁପ୍ରିମକୋର୍ଟରେ ସଚିନ ପାଇଲଟଙ୍କୁ ବଡ଼ ଆଶ୍ୱସ୍ତି, ହାଇକୋର୍ଟ ନେବେ ନିଷ୍ପତ୍ତି

ନୂଆଦିଲ୍ଲୀ: ରାଜସ୍ଥାନର ରାଜନୀତିକ ସଙ୍କଟ ମଧ୍ୟରେ ସଚିନ ପାଇଲଟ ଆଣ୍ଡ କୋଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ରାଜସ୍ଥାନ ହାଇକୋର୍ଟ ଦେଇଥିବା ରୁଲିଂ ଉପରେ ରୋକ ଲଗାଇବା ପାଇଁ ବାଚସ୍ପତି ସିପି ଯୋଶୀ ଯେଉଁ ଆବେଦନ କରିଥିଲେ, ତା’ର ଶୁଣାଣି ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ଅର୍ଥାତ ହାଇକୋର୍ଟ ହିଁ ରାଜନୀତିକ ସଙ୍କଟ ଉପରେ ନିଷ୍ପତ୍ତି ନେବେ। ଏହାପରେ ସୋମବାର ଦରକାର ପଡ଼ିଲେ ସୁପ୍ରିମକୋର୍ଟ ପୁଣିଥରେ ଆବେଦନଗୁଡ଼ିକର ଶୁଣାଣି କରିବେ ବୋଲି କହିଛନ୍ତି।

ସରକାର ଓ କଂଗ୍ରେସ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟ ଓ ତାଙ୍କ ସହଯୋଗୀ ୧୮ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପୂର୍ବରୁ ବାଚସ୍ପତି ନୋଟିସ୍‌ କରିଥିଲେ। ଏହା ବିରୋଧରେ ସଚିନ ପାଇଲଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏହାର ଶୁଣାଣି କରି ୨୪ ତାରିଖ ଯାଏ ସଚିନ ଆଣ୍ଡ କୋ’ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କହିଥିଲେ।

ତେବେ ବାଚସ୍ପତି ସିପି ଯୋଶୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ସୁପ୍ରିମକୋର୍ଟ କହିଥିଲେ ଯେ ଏହି ମାମଲାରେ ହାଇକୋର୍ଟ ରାୟ ଦେଇପାରିବେ। ହାଇକୋର୍ଟରେ ଏହି ମାମଲାର ଶୁଣାଣି ଆସନ୍ତାକାଲି ଜୁଲାଇ ୨୪ ତାରିଖକୁ ଧାର୍ଯ୍ୟ ହୋଇଛି। ଏହା ପରେ ଆବଶ୍ୟକ ହେଲେ ସୁପ୍ରିମ କୋର୍ଟ ମଧ୍ୟ ସୋମବାର ମାମଲାର ପୁନଃ ଶୁଣାଣି କରିପାରନ୍ତି। ଆଜି ଶୁଣାଣି ବେଳେ ବାଚସ୍ପତିଙ୍କ ଓକିଲ କପିଲ ଶିବଲ କହିଥିଲେ ଯେ କୋର୍ଟ କେବେ ହେଲେ ବାଚସ୍ପତି ଜାରି କାରିଥିବା ଆଣ୍ଟି-ଡିଫେକସନ ନୋଟିସର ଜବାବ ତଲବ ଉପରେ ହସ୍ତକ୍ଷେପ କରିପାରିବେ ନାହିଁ। ଏହା କୋର୍ଟଙ୍କ କ୍ଷମତା ବାହାରେ।

ଏହାପରେ ଜଷ୍ଟିସ ଅରୁଣ ମିଶ୍ର କହିଥିଲେ କ’ଣ ଜଣେ ବିଧାୟକଙ୍କୁ ଅଯୋଗ୍ୟ କିମ୍ବା ନିଲମ୍ବିତ ମାମଲାରେ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ? ଏହାର ଜବାବ ଦେଇ ଶିବଲ କହିଥିଲେ ହଁ କରିପାରିବେ। ହେଲେ କେବଳ ଅଯୋଗ୍ୟ କିମ୍ବା ନିଲମ୍ବନ ହେବା ପରେ ହସ୍ତକ୍ଷେପ କରିପାରିବେ। ନୋଟିସ୍‌ର ଜବାବ ତଲବ ବେଳେ କରିପାରିବେ ନାହିଁ।

ବର୍ତ୍ତମାନ ସ୍ଥିତିରେ ସୁରକ୍ଷା ଦେବା ଭଳି ନିର୍ଦ୍ଦେଶ କୋର୍ଟ ଦେଇପାରିବେ ନାହିଁ। ପରବର୍ତ୍ତୀ ଶୁଣାଣି ଯାଏ ହାଇକୋର୍ଟ ବାଚସ୍ପତିଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କହିଛନ୍ତି। ଏହା ଏକ ସୁରକ୍ଷା ଦେବା ଭଳି ନିର୍ଦ୍ଦେଶ।

ସୁପ୍ରିମକୋର୍ଟ ଏହାର ଜବାବରେ କହିଛନ୍ତି, “ଆପଣ ଯେଉଁ କଥା କହୁଛନ୍ତି ଏହାର ଶୁଣାଣି ବହୁତ ଲମ୍ବା ସମୟ ଧରି ଚାଲିବା ଉଚିତ। ଆପଣ ହାଇକୋର୍ଟଙ୍କ ରୁଲିଂକୁ ଖାରଜ କରିବାକୁ କହୁଛନ୍ତି। ହେଲେ ଏହାର ବିଚାର ତୀକ୍ଷ୍ଣ ଭାବେ କରିବାକୁ ପଡ଼ିବ। ଆପଣ ହାଇକୋର୍ଟରେ ଥିବା ମାମଲାକୁ ମଧ୍ୟ ଏଠାକୁ ବଦଳି କରି ଆଣିବାକୁ କହୁଛନ୍ତି। ତେବେ ବର୍ତ୍ତମାନ ସମୟରେ ଏହା ସମ୍ଭବ ନୁହେଁ। ମାତ୍ର ଗୋଟିଏ ଦିନ ମଝିରେ ରହିଛି। ଆସନ୍ତାକାଲି ହାଇକୋର୍ଟ ଏହାର ଶୁଣାଣି କରିବେ। ଆପଣ କ’ଣ ଗୋଟିଏ ଦିନ ଅପେକ୍ଷା କରିପାରିବେ ନାହିଁ? ଆପଣ କହୁଛନ୍ତି ସଦସ୍ୟମାନେ ଦଳ ବିରୋଧୀ କାମ କରିଛନ୍ତି। ହେଲେ ବୈଠକକୁ ନ ଯିବା କ’ଣ ଦଳ ବିରୋଧୀ କାର୍ଯ୍ୟ?

ଆପଣଙ୍କ ସମସ୍ୟା ହାଇକୋର୍ଟ ଦେଇଥିବା ରୁଲିଂର ଗୋଟିଏ ଶବ୍ଦରେ ରହିଛି। ଆପଣ କହୁଛନ୍ତି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ୨୪ ତାରିଖ ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ। ହେଲେ କୋର୍ଟ ନିର୍ଦ୍ଦେଶ ଦେଇନାହାନ୍ତି। ବରଂ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି। ପୂରା ରୁଲିଂରେ ରିକ୍ୟୁଏଷ୍ଟ ଶବ୍ଦର ବ୍ୟବହାର କରାଯାଇଛି।”

ଜଷ୍ଟିସ ମିଶ୍ର ଆହୁରି କହିଛନ୍ତି, କ’ଣ ଲୋକଙ୍କ ସମର୍ଥନ ପାଇଁ ବିଜୟୀ ହୋଇଥିବା ଜଣେ ସଦସ୍ୟ କ’ଣ ଦଳରେ ନିଜର ମତପାର୍ଥକ୍ୟ ବା ମତଭେଦ ପ୍ରଦର୍ଶନ କରିପାରିବେ ନାହିଁ? ମତଭେଦକୁ ଗଣତନ୍ତ୍ରରେ କେବେ ହେଲେ ଚାପି ଦିଆଯାଇ ପାରିବ ନାହିଁ। କ’ଣ ଗଣତନ୍ତ୍ରରେ ମତଭେଦ ସୃଷ୍ଟି କରୁଥିବା ଲୋକଙ୍କୁ ଏଭଳି ଭାବେ ଚୁପ କରି ଦିଆଯିବ କି? ତେଣୁ ଆସନ୍ତକାଲି ହାଇକୋର୍ଟ ହିଁ ମାମଲା ଉପରେ ନିଷ୍ପତ୍ତି ନେବେ ବୋଲି କୋର୍ଟ କହିଛନ୍ତି।

ଆହୁରି ପଢ଼ନ୍ତୁ

ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଗୋଟିଏ ପରିବାରର ୬ ଗୁରୁତର

ମୋଦି ସରକାରଙ୍କୁ ଜବରଦସ୍ତ ଝଟକା: କୃଷି ବିଲକୁ ବିରୋଧ କରି ଏନଡିଏ ଛାଡ଼ିଲା ଅକାଳି ଦଳ

ଅକ୍ଟୋବର ୧ରୁ ଖୋଲିବ ଯାତ୍ରା ପେଣ୍ଡାଲ ଓ ସିନେମା ହଲ୍‌

ଫଡନାଭିସଙ୍କୁ ହଠାତ୍‌ ଗୁପ୍ତ ଭାବେ ଭେଟିଲେ ସଞ୍ଜୟ ରାଉତ, ଜାଣନ୍ତୁ କାରଣ କ’ଣ

୨୮ରୁ ପିଲାଙ୍କ ପାଇଁ ‘ରେଡିଓ ପାଠଶାଳା’, ବିରୋଧୀ ଉଠାଇଲେ ପ୍ରଶ୍ନ

କଟକରେ ନକଲି ସସ୍ କାରଖାନା

ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ, ଆଗରେ ଖୋର୍ଦ୍ଧା

ବାଦ ପଡ଼ିଲେ ରାମ ମାଧବ, ତେଜସ୍ୱୀ ଯୁବମୋର୍ଚ୍ଚା ଅଧ୍ୟକ୍ଷ

ଭୁବନେଶ୍ୱରରୁ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୫୭ ଲୋକାଲ୍‌ କେସ

ଅପରାଜିତାଙ୍କୁ ଜାତୀୟସ୍ତରରେ ମିଳିଲା ନୂଆ ଦାୟିତ୍ୱ

ରାସ୍ତାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

କରୋନା ଔଷଧ ବିକ୍ରି କରୁଥିଲେ, ଉଠାଇ ନେଲା ପୁଲିସ