ରସାୟନ ବିଜ୍ଞାନରେ ଚଳିତ ବର୍ଷ ୨ ମହିଳାଙ୍କୁ ନୋବେଲ

ୱାଶିଂଟନ: ସୋମବାର ଠାରୁ ବିଭିନ୍ନ କ୍ଷେତ୍ରରେ ବିଶ୍ୱସ୍ତରରେ ନିଜର ପାରଦର୍ଶିତା ଦେଖାଇଥିବା ବ୍ୟକ୍ତିମାନଙ୍କୁ ନୋବେଲ ପୁରସ୍କାର ମିଳିବାରେ ଲାଗିଛି। ମେଡିସିନ ଓ ପଦାର୍ଥ ବିଜ୍ଞାନରେ ୩ ଜଣ ଲେଖାଏ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ମିଳିଥିବା ବେଳେ ଆଜି ରସାୟନ ବିଜ୍ଞାନ ପାଇଁ ନୋବେଲ ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ଚଳିତ ବର୍ଷ ଦୁଇ ଜଣ ମହିଳାଙ୍କୁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ନୋବେଲ ପୁରସ୍କାର ବିତରଣ କମିଟି ୨୦୨୦ ବର୍ଷ ପାଇଁ ଇମାନ୍ୟୁଏଲ କାରପେଣ୍ଟିଅର […]

c

c

Hemant Lenka
  • Published: Wednesday, 07 October 2020
  • Updated: 07 October 2020, 03:54 PM IST

Sports

Latest News

ୱାଶିଂଟନ: ସୋମବାର ଠାରୁ ବିଭିନ୍ନ କ୍ଷେତ୍ରରେ ବିଶ୍ୱସ୍ତରରେ ନିଜର ପାରଦର୍ଶିତା ଦେଖାଇଥିବା ବ୍ୟକ୍ତିମାନଙ୍କୁ ନୋବେଲ ପୁରସ୍କାର ମିଳିବାରେ ଲାଗିଛି। ମେଡିସିନ ଓ ପଦାର୍ଥ ବିଜ୍ଞାନରେ ୩ ଜଣ ଲେଖାଏ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ମିଳିଥିବା ବେଳେ ଆଜି ରସାୟନ ବିଜ୍ଞାନ ପାଇଁ ନୋବେଲ ବିଜେତାଙ୍କ ନାଁ ଘୋଷଣା କରାଯାଇଛି।

ଚଳିତ ବର୍ଷ ଦୁଇ ଜଣ ମହିଳାଙ୍କୁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ନୋବେଲ ପୁରସ୍କାର ବିତରଣ କମିଟି ୨୦୨୦ ବର୍ଷ ପାଇଁ ଇମାନ୍ୟୁଏଲ କାରପେଣ୍ଟିଅର ଓ ଜେନିଫର ଏ ଡୌଡନାଙ୍କ ନାଁ ଉପରେ ମୋହର ମାରିଛି। ଉଭୟ ଚଳିତ ବର୍ଷ ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପାଇଥିଲେ।

ଜେନିଫର ଓ ଇମାନ୍ୟୁଏଲ ଜେନୋମ ସଂପାଦନ କରିବା ପାଇଁ ଗୋଟିଏ ମେଥଡ ବାହାର କରିଥିଲେ। ଏହି ମେଥଡ ଦ୍ୱାରା ବେଶ ଆରାମରେ ଜିନ୍‌ଗୁଡ଼ିକୁ ସଂଶୋଧନ କରାଯିବା ସହ ଏହା ଉପରେ ମଧ୍ୟ ଗବେଷଣା କରାଯାଇ ପାରିବ। ଏହି ମେଥଡ ସିଆରଆଇଏସପିଆର ଭାବେ ଜଣାଶୁଣା। ଏହି କାରଣରୁ ଉଭୟଙ୍କୁ ରସାୟନ ବିଜ୍ଞାନ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ମିଳିବ।

ଇମାନ୍ୟୁଏଲ ହେଉଛନ୍ତି ଫ୍ରାନ୍ସର ବିଜ୍ଞାନିକ। ଜେନିଫର ଆମେରିକାର। ଉଭୟଙ୍କୁ ପୁରସ୍କାର ବାବଦରେ ସ୍ୱର୍ଣ୍ଣ ପଦକୁ ସହ ୧.୧ ମିଲିୟନ ଡଲାରରୁ ମଧ୍ୟ ଅଧିକ ଅର୍ଥ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos