ନୋକିଆ ଲଞ୍ଚ କରିବ 4ଜି ଫିଚର ଫୋନ

ନୂଆଦିଲ୍ଲୀ : ଆଣ୍ଡ୍ରୋଏଡ୍ ଫୋନ ଆସିବା ପୂର୍ବରୁ ଭାରତୀୟ ବଜାରରେ ବେଶ୍ ଦବଦବା ଦେଖାଇଥିଲା ନୋକିଆ। ଆଣ୍ଡ୍ରୋଏଡ୍ ଫୋନର ଲଞ୍ଚ ପରେ ନୋକିଆର ଲୋକ ପ୍ରିୟତା ଧୀରଧୀରେ ହ୍ରାସ ପାଇବାରେ ଲାଗିଛି।

ଏହାକୁ ଦୃଷ୍ଟିରେ ରଖି ନୋକିଆ ପକ୍ଷରୁ ଏବେ ଏକ ନୂଆ ଫୋନ ବଜାରକୁ ଛାଡ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଟିଏ-1316 ନମ୍ୱର ମଡେଲର ଫିଚର ଫୋନ ନୋକିଆ ଖୁବଶୀଘ୍ର ଲଞ୍ଚ କରିବ। ଏହି ଫୋନକୁ ୟୁଏସ ଫେଡେରେସନ ଅଫ କମ୍ୟୁନିକେଶନ କମିଶନ (ଏଫସିସି)ର ଅନୁମତି ମିଳିଛି ।

ଲିଷ୍ଟିଙ୍ଗରୁ ଯାହା ଜଣାପଡ଼ିଛି ଏହି ଫୋନରେ 4ଜି କନେକ୍ଟିଭିଟି ରହିବ। ଏଥିରେ ଡୁଆଲ ସିମ୍ ସହ ଜିଏସଏମ, ଏଲଟିଇ ଏବଂ ଡବ୍ଲୁସିଡିଏମଏ ନେଟୱାର୍କ ସପୋର୍ଟ କରିବ। ଏଥିରେ 1150 ଏମଏଚର ବ୍ୟାଟେରୀ ରହିବ ଯାହାର ପାୱାର ରେଟିଙ୍ଗ 3.7 ଭିଡିସି ରହିଛି।

ଏହି ଫୋନରେ ରିୟର କ୍ୟାମେରା ରହିବ। ଏହାସହ ପଛକରେ ନୋକିଆ ବ୍ରଣ୍ଡର ଲୋଗୋ ମଧ୍ୟ ରହିବ।  ଫୋନର ଆକାରରୁ ଯାହା ସୂଚନା ମିଳୁଛି ଏହା ଏକ ଫିଚର ଫୋନ। ଏଥିରେ ରିୟର ସ୍ପିକର ସହ ଏଫଏମ, ରେଡିଓ ଓ ବ୍ଲୁ-ଟୁଥ ବି ଦିଆଯାଇଛି ।

ଆହୁରି ପଢ଼ନ୍ତୁ

ମିଠା ଦୋକାନୀଙ୍କୁ ଏକ୍ସପାଏରୀ ତାରିଖ କହିବାକୁ ହେବ

ଡାକ୍ତରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆାଣିଲେ ନର୍ସ

ଗଣଦୁଷ୍କର୍ମ ପରେ ୨୦ ବର୍ଷୀୟ ଯୁବତୀଙ୍କ ଜିଭ କାଟିଦେଲେ ୪ ଯୁବକ

କରୋନା ଟିକା ସମ୍ପର୍କରେ ଭଲ ଖବର ଦେଲା ଜନସନ ଆଣ୍ଡ ଜନସନ

ଅମ୍ଳଜାନ ସିଲିଣ୍ଡରର ଦର ହ୍ରାସ କଲେ ସରକାର

ସୁଶାନ୍ତ ମୃତ୍ୟୁ ମାମଲା: ରିୟାଙ୍କ ଓକିଲଙ୍କ ବଡ଼ ଅଭିଯୋଗ

୫ ଘଣ୍ଟାର ଜେରା ପରେ ଏନସିବି ଅଫିସରୁ ବାହାରିଲେ ଶ୍ରଦ୍ଧା ଓ ସାରା

କରୋନା ଟିକା ପାଇଁ ଭାରତ ସରକାରଙ୍କ ପାଖରେ ୮୦ ହଜାର କୋଟି ଅଛି ତ?

ଗିରଫ ହେଲେ ଧର୍ମା ପ୍ରଡକ୍ସନର କ୍ଷୀତିଜ, କରଣ କହିଲେ ଏମିତି…

ଚାଷୀଙ୍କୁ ଅପମାନ କରିଥିବା କଙ୍ଗନାଙ୍କ ନାଁରେ ଅପରାଧିକ ମାମଲା ରୁଜୁ

ଚାଇନା ସାମ୍ବାଦିକଙ୍କ ରହଣି ଉପରେ କଟକଣା ଲଗାଇବ ଆମେରିକା

କ’ଣ ଖାଇବେ, କ’ଣ ନ ଖାଇବେ, ଆଉ କିପରି ଖାଇବେ ଜାଣନ୍ତୁ…