ଘୋଷଣା କଲା ଉତ୍ତର କୋରିଆ: ଧ୍ୱଂସ କରିବ ଆଣବିକ ପରୀକ୍ଷଣ ସ୍ଥଳ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ୍ ଉନ୍‌ଙ୍କ ସାକ୍ଷାତ ପୂର୍ବରୁ ବଡ଼ ନିଷ୍ପତ୍ତି । ଦେଶରେ ଥିବା ସମସ୍ତ ପରମାଣୁ ପରୀକ୍ଷଣ କେନ୍ଦ୍ରକୁ ଧ୍ୱଂସ କରିବ ଉତ୍ତର କୋରିଆ।  ଚଳିତ  ମାସ ଶେଷ ଆଡ଼କୁ ପରମାଣୁ ପରୀକ୍ଷଣ କେନ୍ଦ୍ରଗୁଡିକୁ ଧ୍ୱଂସ କରିବା ଆରମ୍ଭ କରାଯିବ।  ଉତ୍ତର କୋରିଆର ଏଭଳି ପଦକ୍ଷେପକୁ ଟ୍ରମ୍ପ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ଉନ୍‌ଙ୍କ ପଦକ୍ଷେପକୁ ଅନ୍ତର୍ଜାତିକ ମହଲରେ […]

c4

c4

Rakesh Mallick
  • Published: Sunday, 13 May 2018
  • Updated: 13 May 2018, 09:30 PM IST

Sports

Latest News

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ୍ ଉନ୍‌ଙ୍କ ସାକ୍ଷାତ ପୂର୍ବରୁ ବଡ଼ ନିଷ୍ପତ୍ତି । ଦେଶରେ ଥିବା ସମସ୍ତ ପରମାଣୁ ପରୀକ୍ଷଣ କେନ୍ଦ୍ରକୁ ଧ୍ୱଂସ କରିବ ଉତ୍ତର କୋରିଆ।  ଚଳିତ  ମାସ ଶେଷ ଆଡ଼କୁ ପରମାଣୁ ପରୀକ୍ଷଣ କେନ୍ଦ୍ରଗୁଡିକୁ ଧ୍ୱଂସ କରିବା ଆରମ୍ଭ କରାଯିବ।  ଉତ୍ତର କୋରିଆର ଏଭଳି ପଦକ୍ଷେପକୁ ଟ୍ରମ୍ପ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ଉନ୍‌ଙ୍କ ପଦକ୍ଷେପକୁ ଅନ୍ତର୍ଜାତିକ ମହଲରେ ସ୍ୱାଗତ କରାଯାଇଛି । କିଛି ମାସ ତଳେ ଉଭୟ ଦେଶ ପରସ୍ପରକୁ ଆଣବିକ ଆକ୍ରମଣର ଧମକ ଦେଉଥିଲେ । କିନ୍ତୁ ଦକ୍ଷିଣ କୋରିଆର ଉଦ୍ୟମ କ୍ରମେ ଉଭୟ ପକ୍ଷ ମଧ୍ୟରେ ଏବେ ସୌହାଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି । ଏହାକୁ ନେଇ ଆଶ୍ୱସ୍ତ ହୋଇଛନ୍ତି ଅନ୍ତର୍ଜାତୀୟ ସମୁଦାୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos