ଚାଇନା ସହ ଆଲୋଚନା ଚାଲିଛି, ହେଲେ ସମାଧାନର ଗ୍ୟାରେଣ୍ଟି ନାହିଁ: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଲଦାଖ ଗସ୍ତ କରି ସେନାଙ୍କ ମନୋବଳ ବଢ଼ାଇବାକୁ ଚେଷ୍ଟା କରିଛନ୍ତି। ଲଦାଖ ସୀମାରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରିବାକୁ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି। ଦୁଇ ଦେଶ ମଧ୍ୟ ସୀମାନ୍ତରେ ଡିସଏନଗେଜମେଣ୍ଟ ପ୍ରକ୍ରିୟା ଆରମ୍ଭ କରିଥିବା କୁହାଯାଉଛି।

ହେଲେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦେଇଥିବା ବୟାନ ପୂରା ଘଟଣାରେ ନୂଆ ଟ୍ୱିଷ୍ଟ ଆଣିଛି। ସେ କହିଛନ୍ତି ଯେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଲୋଚନା ଚାଲିଛି। କିନ୍ତୁ ଏହା କେତେ ଦୂର ଫଳପ୍ରଦ ହେବ, ସେକଥାର କୌଣସି ଗ୍ୟାରେଣ୍ଟି ନାହିଁ।

ହେଲେ ମୁଁ ଏଠି ସମସ୍ତଙ୍କୁ କହିବାକୁ ଚାହେଁ ଯେ ଭାରତର ଗୋଟିଏ ଇଞ୍ଚ ଜମି କାହାକୁ ବି ଦିଆଯିବ ନାହିଁ। ଭାରତର ଗୋଟିଏ ଇଞ୍ଚ ଜମି ନେବାକୁ ବିଶ୍ୱର କୌଣସି ରାଷ୍ଟ୍ର ପାଖରେ କ୍ଷମତା ନାହିଁ। ଯଦି ଆଲୋଚନା ଦ୍ୱାରା ବିବାଦର ସାମାଧାନ ହୋଇପାରିବ, ତା’ହେଲେ ଏହାଠାରୁ ଭଲ କଥା କିଛି ନ ହୋଇପାରେ ବୋଲି ସେ କହିଛନ୍ତି।

ଗଲୱାନ ଘାଟି ସଂଘର୍ଷରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରୀ ସିଂହ କହିଛନ୍ତି, “ନିକଟରେ ଭାରତ ଓ ଚାଇନା ଯବାନଙ୍କ ମଧ୍ୟରେ ପିପି ୧୪ ନିକଟରେ ସଂଘର୍ଷ ହୋଇଥିଲା।

ସୀମାର ସୁରକ୍ଷା କରି ଆମର କିଛି ଯବାନ ସହିଦ ହୋଇଗଲେ। ମୁଁ ଆଜି ଆପଣମାନଙ୍କୁ ସାକ୍ଷାତ କରି ଖୁସି। ହେଲେ ଯେଉଁ ଯବାନମାନଙ୍କୁ ଆମେ ହରାଇଲୁ, ସେଥିପାଇଁ ମୁଁ ଦୁଃଖି। ମୁଁ ଏହି ଠାରୁ ହିଁ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛୁ।”

ଶ୍ରୀ ସିଂହ ଆଇଟିବିପି ଓ ଭାରତୀୟ ଯବାନଙ୍କ ସହ ଆଲୋଚନା କରିଛନ୍ତି। ତାଙ୍କ ସହ ସିଡିଏସ ବିପିନ ରାୱତ ଓ ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ ନରଭାଣେ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ

ମାତ୍ର ୨୨୫ ଟଙ୍କାରେ ମିଳିବ କରୋନା ଟିକା

ଆଖି ବୁଜିଲେ ‘ଜହ୍ନମାମୁଁ’ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

କୃଷି ଆଇନ ନେଇ ସୋନିଆଙ୍କୁ ସୀତାରମଣଙ୍କ ଟାର୍ଗେଟ୍

ବିରୋଧ ସତ୍ତ୍ୱେ ଆସନ୍ତାକାଲି ପାରିତ ହୋଇପାରେ ବିଶ୍ୱବିଦ୍ୟାଳୟ ବିଲ୍ !

ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ କରୋନା

ନିର୍ବାଚନୀ ସଭାକୁ ଅନୁମତି, ଡୋର୍ କ୍ୟାମ୍ପେନିଂରେ ସର୍ବାଧିକ ୫ ଜଣ

କାଲି ବାବ୍ରୀ ମସଜିଦ ଭଙ୍ଗା ଘଟଣାର ରାୟ: ଆଡଭାନୀଙ୍କର ହେବ ଫୈସଲା

ଆରୋଗ୍ୟ ହେଲେ ୩୮୯୬ କରୋନା ଆକ୍ରାନ୍ତ; ଆଗରେ ରହିଛି ଖୋର୍ଦ୍ଧା

ବୟସ୍କ ଓ ଦିବ୍ୟାଙ୍ଗ ଦେବେ ପୋଷ୍ଟାଲ ବାଲାଟରେ ଭୋଟ୍‌

ବିଧାନସଭା ଆସିଲେନି ମୁଖ୍ୟମନ୍ତ୍ରୀ, ଗୃହରେ ଉପସ୍ଥାପିତ ହେଲା ୭ଟି ବିଲ୍‌

ଭୁବନେଶ୍ୱରରୁ ୩୨୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୫୬ ଲୋକାଲ କେସ

‘କରୋନା ପଜିଟିଭ୍‌ ସେବାୟତ ଶ୍ରୀମନ୍ଦିର ଗଲେ କାର୍ଯ୍ୟାନୁଷ୍ଠାନ’