ଏଣିକି କୌଣସି ମକଦ୍ଦମା ସମ୍ପର୍କିତ ନୋଟିସକୁ ହ୍ୱାଟସ୍ଆପରେ ପଠାଇଲେ ବୈଧ: ବମ୍ବେ ହାଇକୋର୍ଟ
ମୁମ୍ବାଇ: ଏଣିକି କୌଣସି ମକଦ୍ଦମା ସମ୍ପର୍କିତ ନୋଟିସକୁ ହ୍ୱାଟସ୍ଆପ ମାଧ୍ୟମରେ ପଠାଯାଇପାରିବ। କାରଣ ଏହାକୁ ବୈଧ ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ। ଏ ସମ୍ପର୍କିତ ଏକ ମାମଲାର ବିଚାର କରି ଜଷ୍ଟିସ ଗୌତମ ପଟେଲ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ମୁମ୍ବାଇରେ ନାଲସୋପଡ଼ା ରେସିଡେଣ୍ଟରେ ରହୁଥିବା ରୋହିଦାସ ଯାଦବ ନାମକ ଜଣେ ବ୍ୟକ୍ତି କ୍ରେଡିଟ୍କାର୍ଡ଼କୁ ବ୍ୟବହାର କରି ଅନେକ ଫାଇଦା ଉଠାଇଥିବା ବେଳେ ବାକି ଟଙ୍କା ପୈଠ କରିବାରେ ନିୟମିତ ଅବହେଳା କରି ଆସୁଥିଲେ। ଏନେଇ ଏସ୍ବିଆଇ କାର୍ଡ଼ ଏବଂ ପେମେଣ୍ଟ ପକ୍ଷରୁ ଯାଦବଙ୍କ ପାଖକୁ ବାରମ୍ବାର ନୋଟିସ ପଠାଇଥିଲେ ମଧ୍ୟ ସେ ଅଣଦେଖା କରିଆସୁଥିଲେ। ବ୍ୟାଙ୍କ ପକ୍ଷରୁ ଯାଦବଙ୍କ ପାଖକୁ ଏକ ପିଡିଏଫ୍ ଫାଇଲ ପଠାଯାଇଥିଲା। ସେ ଏହାକୁ ପଢି ମଧ୍ୟ କୌଣସି ଜବାବ ଦେଉ ନ ଥିଲେ। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଯାଦବଙ୍କ ଉପରେ ୧.୧୭ ଲକ୍ଷ ବାକି ରହିଛି। ୨୦୧୦ରେ ଯାଦବଙ୍କ ଉପରେ କ୍ରେଡିଟ୍କାର୍ଡ଼ ସମ୍ପର୍କିତ ୮୫,୦୦୦ ଡ୍ୟୁ ରହିଥିବା ବେଳେ ଏହା ଉପରେ ୮ ପ୍ରତିଶତ ସୁଦ୍ଧ ଦେଇ ଟଙ୍କା ପୈଠ କରିବାକୁ ବ୍ୟାଙ୍କ ପକ୍ଷରୁ ନୋଟିସ ଦିଆଯାଇଥିଲା।
ହେଲେ ସେ ଏହି ଟଙ୍କା ପୈଠ ନ କରିବାରୁ ବ୍ୟାଙ୍କ ପକ୍ଷରୁ ଯାଦବଙ୍କ ବିରୋଧରେ ୨୦୧୫ରେ ତାଙ୍କ ପାଖକୁ ଏକ ନୋଟିସ ଜାରି କରାଯାଇଥିଲା। ନୋଟିସରେ ୨ ବର୍ଷର ସୁଦ୍ଧ ବାବଦକୁ ମୋଟ ୧.୧୭ ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା। କିନ୍ତୁ ଏହି ନୋଟିସ ଆସିବା ପରେ ଯାଦବ ବାରମ୍ବାର ନିଜ ଘର ଠିକଣା ବଦଳାଇଥିଲେ। ଫଳରେ ବ୍ୟାଙ୍କ ପଠାଉଥିବା ନୋଟିସ ଫେରି ଆସୁଥିଲା। ପରେ ବ୍ୟାଙ୍କ ପକ୍ଷରୁ ଯାଦବଙ୍କ ମୋବାଇଲକୁ ପିଡିଏଫ ଫାଇଲ ମାଧ୍ୟମମରେ ଏକ ନୋଟିସ ପଠାଇଯାଇ ଥିଲା ।
ଏହାକୁ ଯାଦବ ପଢିଥିଲେ ମଧ୍ୟ କୌଣସି ଜବାବ ଦେଇ ନ ଥିଲେ। ଏନେଇ ବ୍ୟାଙ୍କ କୋର୍ଟରେ ଏକ ଆବେଦନ କରିଥିଲେ। ଯାଦବଙ୍କ ଓକିଲ କହିଛନ୍ତି ଯେ, ସେ ଘରର ଠିକଣା ବଦଳାଇଦେଇଥିବାରୁ ନୋଟିସ ସମ୍ପର୍କର ଅବଗତ ନଥିଲେ। ତେବେ କୋର୍ଟ କହିଛନ୍ତି ଯେ, ରେଜିଷ୍ଟର ପୋଷ୍ଟ ଭଳି କୌଣସି ଡକ୍ୟୁମେଣ୍ଟକୁ ଇଲେଟ୍ରୋନିକ୍ ଡିଭାଇସକୁ ପଠାଇଲେ ତାହା ମଧ୍ୟ ବୈଧ।।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।