ରାମଙ୍କ ପରେ ଏବେ ନଜରରେ କୃଷ୍ଣ ଜନ୍ମଭୂମି

ମଥୁରା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଶେଷ ହୋଇଥିବା ବେଳେ ଏବେ ଶ୍ରୀ କୃଷ୍ଣ ଜନ୍ମ ଭୂମି ନିର୍ମାଣ ନ୍ୟାସ ନାଁରେ ଟ୍ରଷ୍ଠ ଗଠନ କରାଯାଇଛି। ଉତ୍ତର ପ୍ରଦେଶର ମଥୁରାରେ ଗଠନ ହୋଇଥିବା ଏହି ଟ୍ରଷ୍ଟରେ ୧୪ଟି ରାଜ୍ୟରେ ପ୍ରାୟ ୮୦ ଜଣ ସାଧୁସନ୍ଥ ରହିଛନ୍ତି। ଟ୍ରଷ୍ଟର ନେତୃତ୍ୱ ନେଉଥିବା ଆଚାର୍ଯ୍ୟ ଦେବମୁରାରୀ ବାପୁ କହିଛନ୍ତି, ହରିଆଲି ତେଜ ଅବସରରେ ଅର୍ଥାତ ଜୁଲାଇ ୨୩ରେ ନ୍ୟାସକୁ ପଞ୍ଜୀକରଣ କରାଯାଇଛି। ଏହି ଟ୍ରଷ୍ଟରେ ବୃନ୍ଦାବନରୁ […]

ug

ug

Hemant Lenka
  • Published: Thursday, 06 August 2020
  • Updated: 06 August 2020, 07:52 PM IST

Sports

Latest News

ମଥୁରା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଶେଷ ହୋଇଥିବା ବେଳେ ଏବେ ଶ୍ରୀ କୃଷ୍ଣ ଜନ୍ମ ଭୂମି ନିର୍ମାଣ ନ୍ୟାସ ନାଁରେ ଟ୍ରଷ୍ଠ ଗଠନ କରାଯାଇଛି। ଉତ୍ତର ପ୍ରଦେଶର ମଥୁରାରେ ଗଠନ ହୋଇଥିବା ଏହି ଟ୍ରଷ୍ଟରେ ୧୪ଟି ରାଜ୍ୟରେ ପ୍ରାୟ ୮୦ ଜଣ ସାଧୁସନ୍ଥ ରହିଛନ୍ତି।

ଟ୍ରଷ୍ଟର ନେତୃତ୍ୱ ନେଉଥିବା ଆଚାର୍ଯ୍ୟ ଦେବମୁରାରୀ ବାପୁ କହିଛନ୍ତି, ହରିଆଲି ତେଜ ଅବସରରେ ଅର୍ଥାତ ଜୁଲାଇ ୨୩ରେ ନ୍ୟାସକୁ ପଞ୍ଜୀକରଣ କରାଯାଇଛି। ଏହି ଟ୍ରଷ୍ଟରେ ବୃନ୍ଦାବନରୁ ୧୧ ଜଣ ସାଧୁ ରହିଛନ୍ତି। ଆମେ ଖୁବଶୀଘ୍ର ଏକ ଦସ୍ତଖତ କାର୍ଯ୍ୟକ୍ରମ କରି ଅନ୍ୟ ସାଧୁ ସନ୍ଥକୁ ଏଥିରେ ଯୋଡ଼ିବକୁ ଓ ଏକ ମୁକ୍ତ କୃଷ୍ଣ ଜନ୍ମଭୂମି ଗଠନ କାର୍ଯ୍ୟକୁ ତ୍ୱାରାନ୍ୱିତ କରିବୁ।

ଦସ୍ତଖତ ଅଭିଯାନ ପରେ କୃଷ୍ଣ ଜନ୍ମ ଭୂମି ପ୍ରସଙ୍ଗକୁ ନେଇ ଆମେ ଦେଶବ୍ୟାପି ଶୋଭାଯାତ୍ରା ଆରମ୍ଭ କରିବୁ। ଆମେ ଫେବୃଆରୀରୁ ହିଁ ଅଭିଯାନ ଆରମ୍ଭ କରିଥିଲୁ। କିନ୍ତୁ ଲକଡାଉନ ଯୋଗୁ ଏହା ଆଗକୁ ବଢ଼ିପାରି ନାହିଁ। ଆମେ ଏବେ ଯେଉଁ ସମସ୍ୟା ଭୋଗୁଛୁ, ତା’କୁ ନିଶ୍ଚିତ ଶେଷ କରିବୁ ବୋଲି ସେ କହିଛନ୍ତି।

କୃଷ୍ଣ ଜନ୍ମ ଭୂମି ବିବାଦ ଶାହି ଇଦଘାକୁ ନେଇ ରହିଛି। ମଥୁରାରେ ଥିବା କୃଷ୍ଣ ଜନ୍ମ ଭୂମି ମନ୍ଦିର ନିକଟରେ ହିଁ ଏହା ରହିଛି। ଟ୍ରଷ୍ଟର କହିବା କଥା ମସଜିଦ ପାଖରେ ଥିବା ସାଢ଼େ ୪ ଏକର ଜମିକୁ ପୂର୍ବରୁ ରଙ୍ଗ ମଞ୍ଚ ଭାବେ ବ୍ୟବହାର କରାଯାଉଥିଲା। ଏଠାରେ ମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାରର ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା।

୧୯୯୨ ବାବ୍ରୀ ମସଜିଦ ଭଙ୍ଗା ଘଟଣା ପରଠାରୁ ବିଶ୍ୱ ହିନ୍ଦୁ ପରିଷଦ ମଥୁରାରେ ମୁକ୍ତ କୃଷ୍ଣ ଜନ୍ମ ଭୂମି ଓ ବାରାଣସୀରେ କାଶୀ ବିଶ୍ୱନାଥ ମନ୍ଦିର ଏହାର ପରବର୍ତ୍ତୀ ଏଜେଣ୍ଡାରେ ରହିଥିବା କହି ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos