ଟ୍ରେନ୍‌ରେ ଲାଗିବ ବ୍ଲାକ୍‌ବକ୍ସ

ନୂଆଦିଲ୍ଲୀ: ବିମାନ ଭଳି ଏବେ ଟ୍ରେନ୍‌ ମଧ୍ୟ ବାକ୍ଲବକ୍ସ ଲାଗିବ। ବିଭିନ୍ନ ସମୟରେ ଘଟୁଥିବା ରେଳ ଦୁର୍ଘଟଣାର କାରଣ ଏବଂ ଟ୍ରେନ୍‌ରେ କାର୍ଯ୍ୟରତ କର୍ମଚାରୀଙ୍କ ଦକ୍ଷତା ମାପିବା ପାଇଁ ଏଭଳି ବ୍ୟବସ୍ଥା କରାଯିବ। ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଆଜି ଏହି ସୂଚନା ଦେଇଛନ୍ତି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବଗିରେ ଲୋକୋ କ୍ୟାବ୍‌ ଭଏସ୍‌ ରେକର୍ଡିଂ (ଏଲ୍‌ସିଭିଆର୍‌) ଡିଭାଇସ୍‌ ଲଗାଯିବାକୁ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ଏହି ସିଷ୍ଟମର ତିଆରି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସେ କହିଛନ୍ତି।

ଭିଡିଓ/ଭୟସ୍‌ ରେକର୍ଡିଂ ଦ୍ୱାରା ଟ୍ରେନ୍‌ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ। ଉଭୟ ଅପରେସନାଲ୍‌ ଇସ୍ୟୁ ଓ ହ୍ୟୁମାନ ଫ୍ୟାକ୍ଟର ବିଷୟରେ ମଧ୍ୟ ତଥ୍ୟ ମିଳିପାରିବ।

ବର୍ତ୍ତମାନ ବ୍ଲାକବକ୍ସ ବ୍ୟବସ୍ଥା ବିମାନରେ ରହିଛି। ବ୍ଲାକବକ୍ସରେ ଦୁଇ ପ୍ରକାରର ଯନ୍ତ୍ରପାତି ରହିଥାଏ। ଗୋଟିଏ ବିମାନର ତଥ୍ୟ ରେକର୍ଡର ଓ ଅନ୍ୟଟି କକ୍‌ପିଟ୍‌ ଭଏସ୍‌ ରେକର୍ଡର। ଏହାକୁ ସାଧାରଣତଃ ବିମାନର ପଛ ପାଖରେ ଅତି ସୁରକ୍ଷିତ ଭାବେ ରଖାଯାଏ। ତେଣୁ ବିମାନ ଦୁର୍ଘଟଣା ବେଳେ ଏହା କ୍ଷତିଗ୍ରସ୍ତ ହୁଏ ନାହିଁ।

ଆହୁରି ପଢ଼ନ୍ତୁ

ଫିଲ୍ମ ଷ୍ଟାଇଲ୍‌ରେ ୧୫ କୋଟି ଟଙ୍କାର ମୋବାଇଲ ଭର୍ତ୍ତି ଟ୍ରକ୍‌ ହାଇଜ୍ୟାକ

ଲେହ’କୁ ଚାଇନାର ଦେଖାଇଲା ଟ୍ୱିଟର, ଚିହିଁକି ଉଠିଲେ ଭାରତ ସରକାର

ମହିଳା କ୍ରିକେଟରଙ୍କ ନିଆରା ୱେଡିଂ ଫଟୋଶୁଟ୍

ମା’ଙ୍କୁ ପିଟିବାରୁ ବାପାଙ୍କୁ ବାଡ଼େଇ ମାରିଦେଲା ନାବାଳିକା ଝିଅ

କେବଳ ବିହାରରେ ମାଗଣା ଟିକା? ବିଜେପି ପ୍ରତିଶ୍ରୁତି ନେଇ ବିବାଦ ତୀବ୍ର

‘ନାଗ’ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲର ସଫଳ ପରୀକ୍ଷଣ, ସ୍ଥଳସେନାରେ ହେବ ସାମିଲ

ନିର୍ବାଚନ ପୂର୍ବରୁ ବିହାର ଉପମୁଖ୍ୟ ମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କୁ କରୋନା

ଟିଆରପି ସ୍କାମ୍: ସିବିଆଇ ତଦନ୍ତକୁ ରାଜ୍ୟ ନା କହିବାର କାରଣ କହିଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ

ଦାଢ଼ି ରଖିବାରୁ ପୁଲିସ ଅଧିକାରୀ ନିଲମ୍ୱିତ

ତୁମ ମା’ଙ୍କୁ କୁହ ମୋତେ ଭୁଲିଯିବେ !

ଦେଶରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ହେଙ୍ଗୁ ଚାଷ

କିଆରା ଚାହାନ୍ତି ହ୍ରିତିକ୍, ଆଦିତ୍ୟ କେବେ ନ ଗାଧାନ୍ତୁ