ଏଣିକି ରାତିରେ ବି କାମ କରିପାରିବେ ମହିଳା

ପାଣାଜୀ: ଏଣିକି ପୁରୁଷମାନଙ୍କ ଭଳି ମହିଳାମାନେ ମଧ୍ୟ ରାତି ଶିଫ୍ଟ କରିବେ। ସନ୍ଧ୍ୟା ୭ଟାରୁ ସକାଳ ୬ଟା ଯାଏ ସେମାନେ ବିଭିନ୍ନ କମ୍ପାନୀରେ କାମ କରିବେ। ଆଜି ଗୋଆ କ୍ୟାବନେଟ୍‌ ଏଭଳି ଏକ ବିଲ୍‌କୁ ଅନୁମୋଦନ ଦେଇଛି। ଆଜି ଗୋଆ କ୍ୟାବିନେଟ୍‌ ରାଜ୍ୟରେ ପ୍ରଚଳିତ ଫ୍ୟାକ୍ଟ୍ରି ଆଇନ୍‌ରେ କିଛି ସଂଶୋଧନ କରିଛି। ଗୋଆ ଉପ ମୁଖ୍ୟମନ୍ତ୍ରୀ ବିଜୟ ସରଦେଶାଇ କହିଛନ୍ତି, ଏ ସଂକ୍ରାନ୍ତ ବିଲ୍‌ ଆସନ୍ତା ମୌସୁମୀ ଅଧିବେଶନରେ ବିଧାନସଭାରେ ଉପସ୍ଥାପନ କରାଯିବ। ଏହି ବିଲ୍‌ ପାସ୍‌ […]

wq

Hemant Lenka
  • Published: Wednesday, 26 June 2019
  • , Updated: 26 June 2019, 09:55 PM IST

ପାଣାଜୀ: ଏଣିକି ପୁରୁଷମାନଙ୍କ ଭଳି ମହିଳାମାନେ ମଧ୍ୟ ରାତି ଶିଫ୍ଟ କରିବେ। ସନ୍ଧ୍ୟା ୭ଟାରୁ ସକାଳ ୬ଟା ଯାଏ ସେମାନେ ବିଭିନ୍ନ କମ୍ପାନୀରେ କାମ କରିବେ। ଆଜି ଗୋଆ କ୍ୟାବନେଟ୍‌ ଏଭଳି ଏକ ବିଲ୍‌କୁ ଅନୁମୋଦନ ଦେଇଛି। ଆଜି ଗୋଆ କ୍ୟାବିନେଟ୍‌ ରାଜ୍ୟରେ ପ୍ରଚଳିତ ଫ୍ୟାକ୍ଟ୍ରି ଆଇନ୍‌ରେ କିଛି ସଂଶୋଧନ କରିଛି। ଗୋଆ ଉପ ମୁଖ୍ୟମନ୍ତ୍ରୀ ବିଜୟ ସରଦେଶାଇ କହିଛନ୍ତି, ଏ ସଂକ୍ରାନ୍ତ ବିଲ୍‌ ଆସନ୍ତା ମୌସୁମୀ ଅଧିବେଶନରେ ବିଧାନସଭାରେ ଉପସ୍ଥାପନ କରାଯିବ।

ଏହି ବିଲ୍‌ ପାସ୍‌ ହେଲେ ମହିଳାମାନେ ବିଭିନ୍ନ କମ୍ପାନୀରେ ସନ୍ଧ୍ୟା ୭ଟାରୁ ସକାଳ ୬ଟା ଯାଏ କାମ କରିପାରିବେ। କିନ୍ତୁ ଏଥିପାଇଁ ସଂପୃକ୍ତ କର୍ମ୍ପଚାରୀଙ୍କୁ ପ୍ରଥମେ ଫ୍ୟାକ୍ଟ୍ରି ଆଣ୍ଡ ବୟଲର୍ସର ମୁଖ୍ୟ ଇନ୍‌ସପେକ୍ଟରଠାରୁ ଆଗୁଆ ଅନୁମତି ନେବାକୁ ପଡ଼ିବ। ସମୟର ଆବଶ୍ୟକତା ଅନୁଯାୟୀ, ଏଭଳି ସଂଶୋଧନକୁ ଅନୁମତି ଦିଆଯାଇଛି। ଆମେ ମେକ୍‌ ଇନ୍‌ ଇଣ୍ଡିଆ କଥା କହୁଛୁ। ତେଣୁ ଆମକୁ ଆମର ଫ୍ୟାକ୍ଟ୍ରିଗୁଡ଼ିକୁ ମଧ୍ୟ କମ୍ପିଟିଟିଭ୍‌ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

Related story