ବଢ଼ିଲା ଅଜିତ ଡୋଭାଲଙ୍କ କାର୍ଯ୍ୟକାଳ, ମିଳିଲା କ୍ୟାବିନେଟ୍‌ ପାହ୍ୟା

ନୂଆଦିଲ୍ଲୀ: ଦେଶର ସୁରକ୍ଷା ପାଇଁ ଉଲ୍ଲେଖନୀୟ ଯୋଗଦାନ ପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ କେନ୍ଦ୍ର ସରକାର ପୁରସ୍କୃତ କରିଛନ୍ତି। ତାଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ଆହୁରି ୫ ବର୍ଷ ବୃଦ୍ଧି କରିବା ସହ ତାଙ୍କୁ କ୍ୟାବିନେଟ୍‌ ପାହ୍ୟା ଦେଇଛନ୍ତି। ମୋଦି-୧ ସରକାରରେ ଅଜିତ ଡୋଭାଲ୍‌ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିଲା। ସେ ୨୦୧୪ରେ ଏହି ଦାୟିତ୍ୱ ନେଇଥିଲେ। ତାଙ୍କରି ନେତୃତ୍ୱରେ ହିଁ ଭାରତୀୟ ସେନା ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ […]

a

a

Hemant Lenka
  • Published: Monday, 03 June 2019
  • Updated: 03 June 2019, 03:22 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ସୁରକ୍ଷା ପାଇଁ ଉଲ୍ଲେଖନୀୟ ଯୋଗଦାନ ପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ କେନ୍ଦ୍ର ସରକାର ପୁରସ୍କୃତ କରିଛନ୍ତି। ତାଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ଆହୁରି ୫ ବର୍ଷ ବୃଦ୍ଧି କରିବା ସହ ତାଙ୍କୁ କ୍ୟାବିନେଟ୍‌ ପାହ୍ୟା ଦେଇଛନ୍ତି।

ମୋଦି-୧ ସରକାରରେ ଅଜିତ ଡୋଭାଲ୍‌ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିଲା। ସେ ୨୦୧୪ରେ ଏହି ଦାୟିତ୍ୱ ନେଇଥିଲେ। ତାଙ୍କରି ନେତୃତ୍ୱରେ ହିଁ ଭାରତୀୟ ସେନା ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ ଭଳି ଆତଙ୍କବାଦୀ ନିପାତ ଅଭିଯାନ କରିଥିଲା।

୧୯୬୮ ବ୍ୟାଚ୍‌ର ଆଇପିଏସ୍‌ ଅଜିତ ଡୋଭାଲ ଆଇବି ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି। ସେ ଦେଶର ସୁରକ୍ଷା ପାଇଁ ପାକିସ୍ତାନରେ ଦୀର୍ଘ ୬ ବର୍ଷ କାଳ ଛଦ୍ମ ବେଶରେ ରହିଥିଲେ। ଅଜିତ ଡୋଭାଲ୍‌ ପ୍ରଥମ ପୁଲିସ୍‌ ଅଫିସ ଯିଏ ୧୯୮୮ ମସିହାରେ ସମ୍ମାନଜନକ କୀର୍ତ୍ତି ପୁରସ୍କାର ପାଇଛନ୍ତି। କିଛି ଦିନ ତଳେ ତାଙ୍କ ପୁଅ ଶୋର୍ଯ୍ୟ ଡୋଭାଲଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର। ଶୋର୍ଯ୍ୟଙ୍କ ଜୀବନ ପ୍ରତି ବିପଦ ଥିବା ଗୁଇନ୍ଦା ରିପୋର୍ଟ ଦେବା ପରେ କେନ୍ଦ୍ର ସରକାର ତାଙ୍କ ପୁଅଙ୍କୁ ଜେଡ୍ ପ୍ଲସ କ୍ୟାଟାଗୋରୀ ସୁରକ୍ଷା ଯୋଗାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos